ଶତାଧିକ ମୁସଲମାନ ବିଧବା ମହିଳାଙ୍କ ଚିଠି ପରେ ୱକଫ୍‌ରେ ସଂସ୍କାର ଅଣାଗଲା : ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର କହିଛନ୍ତି, ଶତାଧିକ ମୁସଲମାନ ବିଧବା ମହିଳାଙ୍କ ଚିଠି ପରେ ସରକାର ୱକଫ୍‌ ସମ୍ପତ୍ତି ପରିଚାଳନାରେ ସଂସ୍କାର ଆଣିବାପାଇଁ ନିଷ୍ପତ୍ତି ନେଇଥିଲେ। ମୋଦୀ କହିଛନ୍ତି, ଯଦି ୱକଫ୍‌ ସମ୍ପତ୍ତିକୁ ଠିକ୍‌ ଭାବେ ପରିଚାଳନା କରାଯାଇଥାନ୍ତା ତେବେ ମୁସଲମାନ ଯୁବଗୋଷ୍ଠୀଙ୍କୁ ସେମାନଙ୍କ ଜୀବିକା ନିର୍ବାହ ପାଇଁ ସାଇକେଲ୍‌ ମରାମତି କରିବାପାଇଁ ପଡ଼ିନଥାନ୍ତା। ୱକଫ୍‌ (ସଂଶୋଧନ)ଆଇନ , ୨୦୨୫ କାର୍ଯ୍ୟକାରୀ ହେବାର ସପ୍ତାହେ ନପୁରୁଣୁ ମୋଦୀ ଏହି ଟିପ୍ପଣୀ ଦେଇଛନ୍ତି। ହିସାରରେ ଏକ […]

ଶତାଧିକ ମୁସଲମାନ ବିଧବା ମହିଳାଙ୍କ ଚିଠି ପରେ ୱକଫ୍‌ରେ ସଂସ୍କାର ଅଣାଗଲା : ମୋଦୀ
Samaya Live Picture
Published On

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର କହିଛନ୍ତି, ଶତାଧିକ ମୁସଲମାନ ବିଧବା ମହିଳାଙ୍କ ଚିଠି ପରେ ସରକାର ୱକଫ୍‌ ସମ୍ପତ୍ତି ପରିଚାଳନାରେ ସଂସ୍କାର ଆଣିବାପାଇଁ ନିଷ୍ପତ୍ତି ନେଇଥିଲେ। ମୋଦୀ କହିଛନ୍ତି, ଯଦି ୱକଫ୍‌ ସମ୍ପତ୍ତିକୁ ଠିକ୍‌ ଭାବେ ପରିଚାଳନା କରାଯାଇଥାନ୍ତା ତେବେ ମୁସଲମାନ ଯୁବଗୋଷ୍ଠୀଙ୍କୁ ସେମାନଙ୍କ ଜୀବିକା ନିର୍ବାହ ପାଇଁ ସାଇକେଲ୍‌ ମରାମତି କରିବାପାଇଁ ପଡ଼ିନଥାନ୍ତା। ୱକଫ୍‌ (ସଂଶୋଧନ)ଆଇନ , ୨୦୨୫ କାର୍ଯ୍ୟକାରୀ ହେବାର ସପ୍ତାହେ ନପୁରୁଣୁ ମୋଦୀ ଏହି ଟିପ୍ପଣୀ ଦେଇଛନ୍ତି। ହିସାରରେ ଏକ ରାଲିରେ ଉଦ୍‌ବୋଧନ ଦେଇ ମୋଦୀ କହିଛନ୍ତି, ଦଶନ୍ଧୀ ସମୟ ଧରି ୱକଫ୍‌ ସମ୍ପତ୍ତିର ଅପବ୍ୟବହାର କରାଯାଉଛି। ଏହାଦ୍ବାରା ଗରିବ ମୁସଲମାନଙ୍କ ବଦଳରେ ଜମି ମାଫିଆମାନେ ଉପକୃତ ହେଉଛନ୍ତି। ତେବେ ଶତାଧିକ ମୁସଲମାନ ମହିଳା ଏନେଇ ସରକାରଙ୍କୁ ଚିଠି ଲେଖିବାପରେ ଏହି ପ୍ରସଙ୍ଗରେ ଆଲୋଚନା‌ ହେଲା ଏବଂ ପରିଶେଷରେ ଆଇନ ପରିବର୍ତ୍ତନ କରାଗଲା। ମୋଦୀ କହିଛନ୍ତି, ଏବେ ଗରିବମାନଙ୍କର ଶୋଷଣ ଶେଷ ହେବାକୁ ଯାଉଛି। ଯଦି ଆରମ୍ଭରୁ ଏହି ଟଙ୍କା ଠିକ୍‌ ଉପାୟରେ ବ୍ୟବହାର ହୋଇଥାନ୍ତା ତେବେ ମୁସଲମାନ ଯୁବକମାନେ ସାଇକେଲ୍‌ ପଙ୍କଚର୍‌ ନମାରି ଏବେ ଆରାମରେ ଜୀବିକା ନିର୍ବାହ କରିପାରିଥାନ୍ତେ। ମୋଦୀ କହିଛନ୍ତି, ନୂଆ ୱକଫ୍‌ ଆଇନ ଦ୍ବାରା ଗରିବ ମୁସଲମାନମାନେ ଉପକୃତ ହେବେ।

Tags: