ଲୋକସଭା ନିର୍ବାଚନ ଲଢ଼ିବେ ଲାଲୁଙ୍କ ୨ ଝିଅ

ନୂଆଦିଲ୍ଲୀ : ଆରଜେଡି (ରାଷ୍ଟ୍ରୀୟ ଜନତା ଦଳ) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଆସନ୍ତା ଲୋକସଭା ନିର୍ବାଚନରେ ତାଙ୍କର ୭ ଝିଅଙ୍କ ମଧ୍ୟରୁ ୨ ଝିଅଙ୍କୁ ଲୋକସଭା ନିର୍ବାଚନ ଲଢ଼ାଇବେ। ମିସା ଭାରତୀ ଏବଂ ରୋହିଣୀ ଆଚାର୍ଯ୍ୟ ପାଟଳିପୁତ୍ର ଏବଂ ସାରନ ଲୋକସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ହେଉଛି। ତେବେ ରିତଲ ଯାଦବ ପାଟଳିପୁତ୍ର ନିର୍ବାଚନମଣ୍ଡଳୀରୁ ଆରଜେଡି ଟିକେଟ ପାଇଁ ଆଶାୟୀ ବୋଲି ଜଣାପଡ଼ିଛି। ସେ ଗତ କିଛି ଦିନ ଧରି ବିହାରର ପୂର୍ବତନ […]

Samaya Live Picture
Published On

ନୂଆଦିଲ୍ଲୀ : ଆରଜେଡି (ରାଷ୍ଟ୍ରୀୟ ଜନତା ଦଳ) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଆସନ୍ତା ଲୋକସଭା ନିର୍ବାଚନରେ ତାଙ୍କର ୭ ଝିଅଙ୍କ ମଧ୍ୟରୁ ୨ ଝିଅଙ୍କୁ ଲୋକସଭା ନିର୍ବାଚନ ଲଢ଼ାଇବେ। ମିସା ଭାରତୀ ଏବଂ ରୋହିଣୀ ଆଚାର୍ଯ୍ୟ ପାଟଳିପୁତ୍ର ଏବଂ ସାରନ ଲୋକସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ହେଉଛି। ତେବେ ରିତଲ ଯାଦବ ପାଟଳିପୁତ୍ର ନିର୍ବାଚନମଣ୍ଡଳୀରୁ ଆରଜେଡି ଟିକେଟ ପାଇଁ ଆଶାୟୀ ବୋଲି ଜଣାପଡ଼ିଛି। ସେ ଗତ କିଛି ଦିନ ଧରି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡ଼ି ଦେବୀଙ୍କ ୧୦ ସର୍କୁଲାର ରୋଡ୍ ସ୍ଥିତ ସରକାରୀ ବାଭସବନକୁ ବାରମ୍ବାର ଯିବା ଆସିବା କରୁଥିବା ଦେଖିବାକୁ ମିଳିଛି। ତେବେ ରିତଲଙ୍କୁ ଉକ୍ତ ପ୍ରସଙ୍ଗରେ ପ୍ରଶ୍ନ କରିବାରୁ ସେ କହିଛନ୍ତି, ପାଟଳିପୁତ୍ର ଆସନରେ କିଛି ନିଷ୍ପତ୍ତି ହୋଇପାରିନି। ତେବେ ପାଟଳିପୁତ୍ର ଆସନରେ କିଏ ସାଂସଦ ହେବ ପଚାରିବାରୁ ସେ କହିଛନ୍ତି, ଭାଇ ହୁଅନ୍ତୁ କି ଭଉଣୀ ଏଥିରେ କ’ଣ ଫରକ୍ ପଡ଼ୁଛି। ସେ କହିଛନ୍ତି ବଡ଼ ଭଉଣୀ ଉକ୍ତ ପ୍ରସଙ୍ଗରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ତେବେ ବର୍ତ୍ତମାନ ପାଟଳିପୁତ୍ରରେ ଥିବା ସାଂସଦଙ୍କୁ ସେ ହରାଇପାରିବେ ବୋଲି ରିତଲ କହିଛନ୍ତି। ଇତି ମଧ୍ୟରେ ବିହାର ବିଜେପି ମୁଖ୍ୟ ଏବଂ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏକ ବିବାଦୀୟ ଟିପ୍ପଣୀ ଦେଇ କହିଛନ୍ତି, ଲାଲୁ ତାଙ୍କ ଝିଅକୁ ଲୋକସଭା ନିର୍ବାଚନରେ ପ୍ରାର୍ଥୀ କରିବା ପୂର୍ବରୁ ପ୍ରଥମେ ତାଙ୍କ କିଡନି ନେଇଗଲେ। ତେବେ ଲାଲୁ ଯାଦବଙ୍କ ଦଳ ଆରଜେଡି ଉକ୍ତ ମାମଲାରେ କଡ଼ା ପ୍ରତିକ୍ରିୟା ରଖିଛି।

Tags: