ଲୋକସଭା ନିର୍ବାଚନ ଲଢ଼ିବେନି ଗୌତମ ଗମ୍ଭୀର , ଜୟନ୍ତ ସିହ୍ନା : ନିର୍ବାଚନ ଦାୟିତ୍ବରୁ ମୁକ୍ତ କରିବାକୁ ବିଜେପି ମୁଖ୍ୟଙ୍କୁ ଅନୁରୋଧ କଲେ

ନୂଆଦିଲ୍ଲୀ: ବିଜେପି ସାଂସଦ ଜୟନ୍ତ ସିହ୍ନା ଆଜି ତାଙ୍କୁ ନିର୍ବାଚନୀ ଦାୟିତ୍ବରୁ ମୁକ୍ତ କରିବାପାଇଁ ଦଳକୁ ଅନୁରୋଧ କରିଛନ୍ତି। ଲୋକସଭା ନିର୍ବାଚନରେ କୌଣସି ସକ୍ରୀୟ ଭୂମିକା ଗ୍ରହଣ ନକରିବାପାଇଁ ଏବଂ ଆଗାମୀ ଲୋକସଭା ନିର୍ବାଚନ ପାଇଁ ତାଙ୍କର ଟିକେଟର ଆବଶ୍ୟକତା ନାହିଁ ବୋଲି ସେ ସଙ୍କେତ ଦେଇଛନ୍ତି। ତେବେ ବିଜେପି ନେତା ଗୌତମ ଗମ୍ଭୀର ତାଙ୍କୁ ନିର୍ବାଚନୀ ଦାୟିତ୍ବରୁ ମୁକ୍ତ କରିବାପାଇଁ ଜେପି ନଡ୍ଡାଙ୍କୁ ଅନୁରୋଧ କରିବାର କିଛି ଘଣ୍ଟା ପରେ ସିହ୍ନା ଏହି ଘୋଷଣା କରିଛନ୍ତି। […]

Samaya Live Picture
Published On

ନୂଆଦିଲ୍ଲୀ: ବିଜେପି ସାଂସଦ ଜୟନ୍ତ ସିହ୍ନା ଆଜି ତାଙ୍କୁ ନିର୍ବାଚନୀ ଦାୟିତ୍ବରୁ ମୁକ୍ତ କରିବାପାଇଁ ଦଳକୁ ଅନୁରୋଧ କରିଛନ୍ତି। ଲୋକସଭା ନିର୍ବାଚନରେ କୌଣସି ସକ୍ରୀୟ ଭୂମିକା ଗ୍ରହଣ ନକରିବାପାଇଁ ଏବଂ ଆଗାମୀ ଲୋକସଭା ନିର୍ବାଚନ ପାଇଁ ତାଙ୍କର ଟିକେଟର ଆବଶ୍ୟକତା ନାହିଁ ବୋଲି ସେ ସଙ୍କେତ ଦେଇଛନ୍ତି। ତେବେ ବିଜେପି ନେତା ଗୌତମ ଗମ୍ଭୀର ତାଙ୍କୁ ନିର୍ବାଚନୀ ଦାୟିତ୍ବରୁ ମୁକ୍ତ କରିବାପାଇଁ ଜେପି ନଡ୍ଡାଙ୍କୁ ଅନୁରୋଧ କରିବାର କିଛି ଘଣ୍ଟା ପରେ ସିହ୍ନା ଏହି ଘୋଷଣା କରିଛନ୍ତି। ଉଭୟ ସାଂସଦ ସେମାନଙ୍କ ନିଜ ନିଜର ଅନ୍ୟ ପ୍ରତିବଦ୍ଧତା ପାଇଁ ରାଜନୈତିକ ଦାୟିତ୍ବରୁ ମୁକ୍ତ ହେବାକୁ ଚାହାନ୍ତି। ଏକ୍ସରେ ଏକ ପୋଷ୍ଟ୍ କରି ଝାଡ଼ଖଣ୍ଡର ହଜାରିବାଗ ସାଂସଦ ଲେଖିଛନ୍ତି, ସମ୍ମାନନୀୟ ଦଳିୟ ସଭାପତିଙ୍କୁ ମୁଁ ଏହା ଅନୁରୋଧ କରିଛି ଯେ ମତେ ପ୍ରତ୍ୟକ୍ଷ ଭାବେ ରାଜନୈତିକ କର୍ତ୍ତବ୍ୟରୁ ମୁକ୍ତ କରାଯାଉ। ଏହାଫଳରେ ମୁଁ ଭାରତ ଏବଂ ସମଗ୍ର ବିଶ୍ବରେ ବୈଶ୍ବିକ ଜଳବାୟୁ ପରିବର୍ତ୍ତନକୁ ନିୟନ୍ତ୍ରଣ କରିବା ଦିଗରେ ଫୋକସ କରିପାରିବି। ତେବେ ଦଳ ସହ ଅନ୍ୟାନ୍ୟ ବ୍ୟାପାରରେ କାର୍ଯ୍ୟ ଜାରି ରଖିବି ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ୨୦୨୪ ଲୋକସଭା ନିର୍ବାଚନ ପାଇଁ ଉଭୟ ଜୟନ୍ତ ସିହ୍ନା ଏବଂ ଗୌତମ ଗମ୍ଭୀର ଟିକେଟ ପାଇବେନି ବୋଲି ଚର୍ଚ୍ଚା ହେଉଥିବା ବେଳେ ଏହି ସମୟରେ ଉଭୟ ଜୟନ୍ତ ଏବଂ ଗୌତମ ଗମ୍ଭୀର ସେମାନଙ୍କୁ ନିର୍ବାଚନ ଦାୟିତ୍ବରୁ ମୁକ୍ତ କରିବାକୁ କହିଛନ୍ତି।

Tags: