ଲୋକସଭା ନିର୍ବାଚନ ପୂର୍ବରୁ ନିର୍ବାଚନ କମିସନ ୪,୬୫୦ କୋଟି ଜବତ କରିଛନ୍ତି, ୭୫ ବର୍ଷର ଲୋକସଭା ନିର୍ବାଚନ ଇତିହାସରେ ସର୍ବାଧିକ

ନୂଆଦିଲ୍ଲୀ: ଏପ୍ରିଲ ୧୯ ତାରିଖରେ ଲୋକସଭା ନିର୍ବାଚନ ଆରମ୍ଭ ହେବା ପୂର୍ବରୁ ନିର୍ବାଚନ କମିସନ୍ ରେକର୍ଡ ୪୬୫୦ କୋଟି ଟଙ୍କା ଜବତ କରିଛନ୍ତି। ୨୦୧୯ ଲୋକସଭା ନିର୍ବାଚନରେ କମିସନ ଯେତେ ଟଙ୍କା ଜବତ କରିଥିଲେ ଚଳିତ ନିର୍ବାଚନରେ କମିସନ ତାଠାରୁ ଅଧିକ ଟଙ୍କା ଜବତ କରିଛନ୍ତି। ନିର୍ବାଚନ କମିସନ କହିଛନ୍ତି, ମାର୍ଚ୍ଚ ୧ ତାରିଖଠାରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କର୍ତ୍ତୃପକ୍ଷମାନେ ପ୍ରତିଦିନ ୧୦୦ କୋଟି ଟଙ୍କା ଜବତ କରିଛନ୍ତି। କମିସନ କହିଛନ୍ତି, ଫ୍ଲାଇଂ ସ୍କ୍ବାଡ୍, ଷ୍ଟାଟିସଟିକ୍ସ ସର୍ଭେଲାନ୍ସ ଟିମ୍, […]

Samaya Live Picture
Published On

ନୂଆଦିଲ୍ଲୀ: ଏପ୍ରିଲ ୧୯ ତାରିଖରେ ଲୋକସଭା ନିର୍ବାଚନ ଆରମ୍ଭ ହେବା ପୂର୍ବରୁ ନିର୍ବାଚନ କମିସନ୍ ରେକର୍ଡ ୪୬୫୦ କୋଟି ଟଙ୍କା ଜବତ କରିଛନ୍ତି। ୨୦୧୯ ଲୋକସଭା ନିର୍ବାଚନରେ କମିସନ ଯେତେ ଟଙ୍କା ଜବତ କରିଥିଲେ ଚଳିତ ନିର୍ବାଚନରେ କମିସନ ତାଠାରୁ ଅଧିକ ଟଙ୍କା ଜବତ କରିଛନ୍ତି। ନିର୍ବାଚନ କମିସନ କହିଛନ୍ତି, ମାର୍ଚ୍ଚ ୧ ତାରିଖଠାରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କର୍ତ୍ତୃପକ୍ଷମାନେ ପ୍ରତିଦିନ ୧୦୦ କୋଟି ଟଙ୍କା ଜବତ କରିଛନ୍ତି। କମିସନ କହିଛନ୍ତି, ଫ୍ଲାଇଂ ସ୍କ୍ବାଡ୍, ଷ୍ଟାଟିସଟିକ୍ସ ସର୍ଭେଲାନ୍ସ ଟିମ୍, ଭିଡିଓ ଭିଉଇଙ୍ଗ ଟିମ୍ ଏବଂ ବର୍ଢର ଚେକପୋଷ୍ଟ୍ ସେମାନଙ୍କ କାମ କରୁଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଆସନ୍ତା ଏପ୍ରିଲ ୧୯ ତାରିଖରେ ଲୋକସଭା ନିର୍ବାଚନ ଆରମ୍ଭ ହେବ। ୭ଟି ପର୍ଯ୍ୟାୟରେ ନିର୍ବାଚନ ହେବ। ଏପ୍ରିଲ ୧୯, ଏପ୍ରିଲ ୨୬, ମେ’୭, ମେ’ ୧୩ , ମେ’ ୨୦ , ମେ’ ୨୫ ଏବଂ ଜୁନ୍ ୧ ତାରିଖରେ ନିର୍ବାଚନ ହେବ। ଆସନ୍ତା ଜୁନ୍ ୪ ତାରିଖରେ ନିର୍ବାଚନ ଫଳ ଆସିବ।

Tags: