ଲୋକସଭା ନିର୍ବାଚନ ପୂର୍ବରୁ ମଣିପୁରରେ ସଦ୍ୟ ହିଂସା, ୩ ଆହତ
ନୂଆଦିଲ୍ଲୀ : ଲୋକସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ମଣିପୁରରେ ଆଜି ସଦ୍ୟ ହିଂସା ଉପୁଜିଛି। ମଣିପୁରର ବିଭିନ୍ନ ଅଂଶରେ ଆଜି ଗ୍ରାମର ଭଲ୍ୟୁଣ୍ଟିୟର ଏବଂ ଦୁର୍ବୃତ୍ତଙ୍କ ମଧ୍ୟରେ ହିଂଦା ଉପୁଜିଥିଲା । ଏଥିରେ ୩ ଜଣ ଆହତ ହୋଇଥିଲେ। ପୁଲିସ ଅନୁଯାୟୀ ଥୌବାଲ, ତେଙ୍ଗନୌପାଲ ଏବଂ କାକଚିଙ୍ଗର ହିରୋକ ଏବଂ ପାଲ୍ଲେଲ ଅଞ୍ଚଳରେ ଏହି ଘଟଣା ଘଟିଛି। ଗୁରୁବାର ସନ୍ଧ୍ୟାରେ ହିଂସା ଆରମ୍ଭ ହୋଇଥିଲା। କିଛି ଦୁର୍ବୃତ୍ତ ହିରୋକ ଗ୍ରାମ ଆଡ଼କୁ ଲକ୍ଷ୍ୟ କରି ଗୁଳି ଚାଳନା […]
ନୂଆଦିଲ୍ଲୀ : ଲୋକସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ମଣିପୁରରେ ଆଜି ସଦ୍ୟ ହିଂସା ଉପୁଜିଛି। ମଣିପୁରର ବିଭିନ୍ନ ଅଂଶରେ ଆଜି ଗ୍ରାମର ଭଲ୍ୟୁଣ୍ଟିୟର ଏବଂ ଦୁର୍ବୃତ୍ତଙ୍କ ମଧ୍ୟରେ ହିଂଦା ଉପୁଜିଥିଲା । ଏଥିରେ ୩ ଜଣ ଆହତ ହୋଇଥିଲେ। ପୁଲିସ ଅନୁଯାୟୀ ଥୌବାଲ, ତେଙ୍ଗନୌପାଲ ଏବଂ କାକଚିଙ୍ଗର ହିରୋକ ଏବଂ ପାଲ୍ଲେଲ ଅଞ୍ଚଳରେ ଏହି ଘଟଣା ଘଟିଛି। ଗୁରୁବାର ସନ୍ଧ୍ୟାରେ ହିଂସା ଆରମ୍ଭ ହୋଇଥିଲା। କିଛି ଦୁର୍ବୃତ୍ତ ହିରୋକ ଗ୍ରାମ ଆଡ଼କୁ ଲକ୍ଷ୍ୟ କରି ଗୁଳି ଚାଳନା କରିଥିଲେ। ଫଳରେ ଗାଁର ଭଲ୍ୟୁଣ୍ଟିୟରମାନେ ଏହାର ଜବାବ ଦେଇ ପାଲଟା ଗୁଳିଚାଳନା କରିଥିଲେ। ଉକ୍ତ ଘଟଣାରେ ହିରୋକ ଗ୍ରାମର ୨ ଜଣ ଭଲ୍ୟୁଣ୍ଟିୟର ଆହତ ହୋଇଛନ୍ତି। ଖବର ପାଇ ମଣିପୁର ପୁଲିସ ଏବଂ କମାଣ୍ଡୋ ୟୁନିଟ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ବନ୍ଧୁକ ଚାଳନା କରିଥିବା ବ୍ୟକ୍ତିଙ୍କ ଉପରକୁ ପାଲଟା ଗୁଳିଚାଳନା କରିଥିଲେ। ଇତି ମଧ୍ୟରେ କାକଚିଙ୍ଗ ଜିଲ୍ଲାର ପାଲ୍ଲେଲରେ କିଛି ସଶସ୍ତ୍ର ଦୁର୍ବୃତ୍ତମାନେ ଏକ କାଠମିଲ୍ ଜାଳି ଦେଇଛନ୍ତି। ସୁରକ୍ଷାବାହିନୀ ମଧ୍ୟ ସର୍ଚ୍ଚ ଅପରେସନ କରି ୩ ଜଣଙ୍କୁ ଗିରଫ କରିଛନ୍ତି ଏବଂ ୪ଟି ଅସ୍ତ୍ର ଜବତ କରିଛନ୍ତି। କାକଚିଙ୍ଗ, ଥୌବାଲ ଏବଂ ତେଙ୍ଗନୋପୋଲ ଜିଲ୍ଲାରେ ଏବେ ବି ଅସନ୍ତୋଷ ଜାରି ରହିଛି। ଉଲ୍ଲେଖଯୋଗ୍ୟ ଯେ ଗତବର୍ଷ ମେ’ ୩ ତାରିଖରୁ ମଣିପୁରରେ ହିଂସା ଲାଗି ରହିଛି। ହିଂସା ଯୋଗୁଁ ମଣିପୁରରେ ୧୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି।




