ଲୋକସଭା ନିର୍ବାଚନ ପାଇଁ ବିଜେପିର ଦ୍ବିତୀୟ ପର୍ଯ୍ୟାୟ ତାଲିକାରେ ଅନୁରାଗ ଠାକୁର, ନୀତିନ ଗଡ଼କରି, ଏମଏଲ ଖଟ୍ଟର

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ପାଇଁ ବିଜେପି ଆଜି ଏହାର ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ବିଜେପିର ଏହି ଦ୍ବିତୀୟ ତାଲିକାରେ ୭୨ ଜଣଙ୍କ ନାଁ ଅଛି। କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ, ପୀୟୁଷ ଗୋୟଲ ଏବଂ ଅନୁରାଗ ଠାକୁରଙ୍କ ସମେତ ଅନେକ କେନ୍ଦ୍ର ମନ୍ତ୍ରୀ ଏହି ତାଲିକାରେ ସ୍ଥାନ ପାଇଛନ୍ତି। ତାଲିକାରେ ନୂଆ ମୁହଁ ହେଉଛନ୍ତି ମନୋହର ଲାଲ୍ ଖଟ୍ଟର। ସେ ଗତକାଲି ହରିୟାଣା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବାବେଳେ ଆଜି ବିଧାୟକ […]

Samaya Live Picture
Published On

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ପାଇଁ ବିଜେପି ଆଜି ଏହାର ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ବିଜେପିର ଏହି ଦ୍ବିତୀୟ ତାଲିକାରେ ୭୨ ଜଣଙ୍କ ନାଁ ଅଛି। କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ, ପୀୟୁଷ ଗୋୟଲ ଏବଂ ଅନୁରାଗ ଠାକୁରଙ୍କ ସମେତ ଅନେକ କେନ୍ଦ୍ର ମନ୍ତ୍ରୀ ଏହି ତାଲିକାରେ ସ୍ଥାନ ପାଇଛନ୍ତି। ତାଲିକାରେ ନୂଆ ମୁହଁ ହେଉଛନ୍ତି ମନୋହର ଲାଲ୍ ଖଟ୍ଟର। ସେ ଗତକାଲି ହରିୟାଣା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବାବେଳେ ଆଜି ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ଅନ୍ୟ ୨ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ ଏବଂ ବସଭରାଜ ବୋମ୍ମାଇ ମଧ୍ୟ ତାଲିକାରେ ସ୍ଥାନ ପାଇଛନ୍ତି। ତେବେ ବିହାରରେ ଗୋଟିଏ ଆସନରେ ପ୍ରାର୍ଥୀ ଦେବାପାଇଁ ଦଳ ଅନେକ ଆଲୋଚନା କରିଥିଲା। ବିହାରରେ ଗୋଟିଏ ଆସନରେ ପ୍ରାର୍ଥୀ ଦେବାପାଇଁ ୧୧ ଘଣ୍ଟାର ଆଲୋଚନା ହୋଇଥିଲା। ଆଜି ଦିଲ୍ଲୀରେ ୨, ଗୁଜରାଟରେ ୭, ହରିୟାଣାରେ ୬, ହିମାଚଳପ୍ରଦେଶରେ ୨, କର୍ଣ୍ଣାଟକରେ ୨୦, ମଧ୍ୟପ୍ରଦେଶରେ ୫, ମହାରାଷ୍ଟ୍ରରେ ୨୦, ତେଲେଙ୍ଗାନାରେ ୬, ତ୍ରିପୁରାରେ ୧, ଉତ୍ତରାଖଣ୍ଡରେ ୨ ଆସନରେ ପ୍ରାର୍ଥୀ ଘୋଷଣା ହୋଇଛି। ଦାଦ୍ରା ନଗର ହାଭେଳି ଏବଂ ଡାମନ ଏବଂ ଡିୟୁରେ ମଧ୍ୟ ପ୍ରାର୍ଥୀ ଘୋଷଣା ହୋଇଛି। ବିଜେପି ଦିଲ୍ଲୀରେ ୨ ନୂଆ ପ୍ରାର୍ଥୀ ଦେଇଛି। ସେମାନେ ହେଉଛନ୍ତି ହର୍ଷ ମଲହୋତ୍ରା ଏବଂ ଯୋଗେନ୍ଦ୍ର ଚାନ୍ଦୋଲିଆ। କର୍ଣ୍ଣାଟକରେ ଦଳ ପ୍ରାୟ ୧୦ ନୂଆ ପ୍ରାର୍ଥୀ ଦେଇଛି।

Tags: