ଲୋକସଭା ନିର୍ବାଚନ ପାଇଁ ବିଜେପିର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ପୂର୍ବତନ ତାମିଲନାଡ଼ୁ ରାଜ୍ୟପାଳ, ତାମିଲନାଡ଼ୁ ବିଜେପି ମୁଖ୍ୟ

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ପାଇଁ ବିଜେପି ଆଜି ଏହାର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି। ବିଜେପିର ତୃତୀୟ ତାଲିକାରେ ତାମିଲନାଡ଼ୁରୁ ୯ ଜଣଙ୍କ ନାଁ ଅଛି। ବିଜେପି ରାଜ୍ୟରେ ୩୯ ଆସନରୁ ୨୦ଟି ଆସନରେ ନିର୍ବାଚନ ଲଢ଼ିବ। ତୃତୀୟ ତାଲିକାରେ ପୂର୍ବତନ ରାଜ୍ୟପାଳ ତାମିଲିସାଇ ସୌନ୍ଦରରାଜନ ସ୍ଥାନ ପାଇଛନ୍ତି। ସେ ଚେନ୍ନାଇ ଦକ୍ଷିଣରୁ ନିର୍ବାଚନ ଲଢ଼ିବେ। ତାମିଲନାଡ଼ୁ ବିଜେପି ମୁଖ୍ୟ କେ ଆନ୍ନାମଲାଇ କୋଏମ୍ବାଟୁର, କେନ୍ଦ୍ର ମନ୍ତ୍ରୀ ଏଲ୍ ମୁରୁଗୁନ୍ ନିଳଗିରି ଏବଂ […]

Samaya Live Picture
Published On

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ପାଇଁ ବିଜେପି ଆଜି ଏହାର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି। ବିଜେପିର ତୃତୀୟ ତାଲିକାରେ ତାମିଲନାଡ଼ୁରୁ ୯ ଜଣଙ୍କ ନାଁ ଅଛି। ବିଜେପି ରାଜ୍ୟରେ ୩୯ ଆସନରୁ ୨୦ଟି ଆସନରେ ନିର୍ବାଚନ ଲଢ଼ିବ। ତୃତୀୟ ତାଲିକାରେ ପୂର୍ବତନ ରାଜ୍ୟପାଳ ତାମିଲିସାଇ ସୌନ୍ଦରରାଜନ ସ୍ଥାନ ପାଇଛନ୍ତି। ସେ ଚେନ୍ନାଇ ଦକ୍ଷିଣରୁ ନିର୍ବାଚନ ଲଢ଼ିବେ। ତାମିଲନାଡ଼ୁ ବିଜେପି ମୁଖ୍ୟ କେ ଆନ୍ନାମଲାଇ କୋଏମ୍ବାଟୁର, କେନ୍ଦ୍ର ମନ୍ତ୍ରୀ ଏଲ୍ ମୁରୁଗୁନ୍ ନିଳଗିରି ଏବଂ ବରିଷ୍ଠ ନେତା ପୋନ୍ ରାଧାକ୍ରୀଷ୍ଣନ୍ କନ୍ୟାକୁମାରୀ, ଡକ୍ଟର ଏସି ସାନମୁଗମ୍ ଭେଲ୍ଲୋରରୁ ନିର୍ବାଚନ ଲଢ଼ିବେ। ଉଲ୍ଲେଖଯୋଗ୍ୟ ଯେ ଆଜି ଦିନରେ ତାମିଲନାଡ଼ୁରେ ଆସନ ବୁଝାମଣା ନେଇ ଘୋଷଣା ହୋଇଥିଲା। ଘୋଷଣା ଅନୁଯାୟୀ ବିଜେପି ୨୦, ପିଏମ୍କେ ୧୦, ଟିଏମସି ୩, ଏମଏମମକେ ୨ ଆସନରେ ଲଢ଼ିବେ ବୋଲି ଘୋଷଣା ହୋଇଥିଲା।

Tags: