ଲୋକସଭା ନିର୍ବାଚନ ପାଇଁ କର୍ଣ୍ଣାଟକରେ ହେବ ବିଜେପି-ଜେଡିଏସ୍‌ ମେଣ୍ଟ !

ନୂଆଦିଲ୍ଲୀ : ୨୦୨୪ ଲୋକସଭା ନିର୍ବା‌ଚନ ପାଇଁ କର୍ଣ୍ଣାଟକରେ ବିଜେପି ଏବଂ ଜେଡିଏସ୍‌ ମଧ୍ୟରେ ମେଣ୍ଟ ହୋଇପାରେ। ଏକ ବିଶେଷ ସୂତ୍ରରୁ ଏହା ଜଣାପଡ଼ିଛି। ଜେଡିଏସ୍‌ ସୁପ୍ରିମୋ ଏଚଡି ଦେବଗୌଡ଼ା ନିକଟରେ ବିଜେପି ମୁଖ୍ୟ ଜେପି ନଡ୍ଡା ଏବଂ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଭେଟି ମେଣ୍ଟ ସଂକ୍ରାନ୍ତରେ ଆଲୋଚନା କରିଥିବା କୁହାଯାଉଛି। ତେବେ ଚୂଡ଼ାନ୍ତ ନିଷ୍ପତ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେବେ। ଏଚ୍‌ଡି ଦେବଗୌଡ଼ା ୧୯୯୬ ଜୁନ୍‌ରୁ ୧୯୯୭ ଏପ୍ରିଲ ମଧ୍ୟରେ ଦେଶର ପ୍ରଧାନମନ୍ତ୍ରୀ ଥିଲେ। […]

Samaya Live Picture
Published On

ନୂଆଦିଲ୍ଲୀ : ୨୦୨୪ ଲୋକସଭା ନିର୍ବା‌ଚନ ପାଇଁ କର୍ଣ୍ଣାଟକରେ ବିଜେପି ଏବଂ ଜେଡିଏସ୍‌ ମଧ୍ୟରେ ମେଣ୍ଟ ହୋଇପାରେ। ଏକ ବିଶେଷ ସୂତ୍ରରୁ ଏହା ଜଣାପଡ଼ିଛି। ଜେଡିଏସ୍‌ ସୁପ୍ରିମୋ ଏଚଡି ଦେବଗୌଡ଼ା ନିକଟରେ ବିଜେପି ମୁଖ୍ୟ ଜେପି ନଡ୍ଡା ଏବଂ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଭେଟି ମେଣ୍ଟ ସଂକ୍ରାନ୍ତରେ ଆଲୋଚନା କରିଥିବା କୁହାଯାଉଛି। ତେବେ ଚୂଡ଼ାନ୍ତ ନିଷ୍ପତ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେବେ। ଏଚ୍‌ଡି ଦେବଗୌଡ଼ା ୧୯୯୬ ଜୁନ୍‌ରୁ ୧୯୯୭ ଏପ୍ରିଲ ମଧ୍ୟରେ ଦେଶର ପ୍ରଧାନମନ୍ତ୍ରୀ ଥିଲେ। ଦେବଗୌଡ଼ା କର୍ଣ୍ଣାଟକରେ ୫ ଲୋକସଭା ଆସନ ଚାହିଛନ୍ତି। ୯୧ ବର୍ଷୀୟ ଦେବଗୌଡ଼ା ଏବଂ ତାଙ୍କ ପୁଅ ଏଚ୍‌ଡି କୁମାରସ୍ବାମୀ ଜେଡିଏସ୍‌ର ବିଶ୍ବସ୍ତ ନେତାଙ୍କୁ ଭେଟିବାପରେ ଏହି ପ୍ରସ୍ତାବ ଦେଇଛନ୍ତି। ଆସନ ବୁଝାମଣା ନେଇ ଜେଡିଏସ୍‌ ନେତାମାନେ ସେମାନଙ୍କ ଅନୁମତି ପ୍ରଦାନ କରିଛନ୍ତି। ଜେଡିଏସ୍‌ ଚାହିଥିବା ୫ଲୋକସଭା ଆସନ ହେଉଛି ମାଣ୍ଡ୍ୟା, ହାସନ, ତୁମାକୁରୁ, ଚିକବଲ୍ଲାପୁର ଏବଂ ବେଙ୍ଗାଲୁରୁ ରୁରାଲ୍‌। ଉଲ୍ଲେଖଯୋଗ୍ୟ ଯେ ଦେବଗୌଡ଼ା ଗତ ଜୁଲାଇରେ କହିଥିଲେ ଯେ ତାଙ୍କ ଦଳ ଏକାକୀ ନିର୍ବା‌ଚନ ଲଢ଼ିବ। କର୍ଣ୍ଣାଟକରେ ମୋଟ୍‌ ୨୮ଟି ଲୋକସଭା ଆସନ ଅଛି। ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ୨୫ ଆସନରେ ଜିତିଥିବାବେଳେ ବିଜେପି ସମର୍ଥିତ ଜଣେ ପ୍ରାର୍ଥୀ ଗୋଟିଏ ଆସନରୁ ଜିତିଥିଲେ ଏବଂ କଂଗ୍ରେସ ଓ ଜେଡିଏସ୍‌ ଗୋଟିଏ ଲେଖାଏଁ ଆସନରେ ‌ଜିତିଥିଲେ।

Tags: