ଲୋକସଭା ନିର୍ବାଚନ ପାଇଁ କଂଗ୍ରେସର ମାରାଥନ ପ୍ରସ୍ତୁତି, ବିଭିନ୍ନ ରାଜ୍ୟରେ ଆସନ ବୁଝାମଣା ଚୂଡ଼ାନ୍ତ ପର୍ଯ୍ୟାୟରେ
ମୁମ୍ବାଇ: ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଦଳ ମାରାଥନ ପ୍ରସ୍ତୁତି ଚଳାଇଛି। ବିଭିନ୍ନ ରାଜ୍ୟରେ ଦଳ ମେଣ୍ଟ ସହଯୋଗୀଙ୍କ ସହ ଆସନ ବୁଝାମଣାରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ମହାରାଷ୍ଟ୍ରରେ ମଧ୍ୟ ଆସନ ବୁଝାମଣା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ଜଣାପଡ଼ିଛି। ମହାରାଷ୍ଟ୍ରରେ ୪୮ ଆସନରୁ ୩୯ଟି ଆସନରେ ଇଣ୍ଡିଆ ମେଣ୍ଟର ସହଯୋଗୀ ଦଳ ମାନଙ୍କର ସହମତି ହୋଇଛି। କିନ୍ତୁ ୮ଟି ଆସନ ପାଇଁ କିଛି ନିଷ୍ପତ୍ତି ହୋଇପାରିନି। ରାହୁଲ ଶିବସେନା (ୟୁବିଟି) ବସ୍ ଉଦ୍ଧବ ଠାକରେ ଏବଂ ଶରଦ […]
ମୁମ୍ବାଇ: ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଦଳ ମାରାଥନ ପ୍ରସ୍ତୁତି ଚଳାଇଛି। ବିଭିନ୍ନ ରାଜ୍ୟରେ ଦଳ ମେଣ୍ଟ ସହଯୋଗୀଙ୍କ ସହ ଆସନ ବୁଝାମଣାରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ମହାରାଷ୍ଟ୍ରରେ ମଧ୍ୟ ଆସନ ବୁଝାମଣା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ଜଣାପଡ଼ିଛି। ମହାରାଷ୍ଟ୍ରରେ ୪୮ ଆସନରୁ ୩୯ଟି ଆସନରେ ଇଣ୍ଡିଆ ମେଣ୍ଟର ସହଯୋଗୀ ଦଳ ମାନଙ୍କର ସହମତି ହୋଇଛି। କିନ୍ତୁ ୮ଟି ଆସନ ପାଇଁ କିଛି ନିଷ୍ପତ୍ତି ହୋଇପାରିନି। ରାହୁଲ ଶିବସେନା (ୟୁବିଟି) ବସ୍ ଉଦ୍ଧବ ଠାକରେ ଏବଂ ଶରଦ ପାୱାରଙ୍କ ଏନସିପି ଗୋଷ୍ଠୀ ସହ ଏନେଇ କଥାବାର୍ତ୍ତା ଜାରି ରଖିଛନ୍ତି। ଦଳ ମଧ୍ୟ ଉତ୍ତରପ୍ରଦେଶର ୮୦ ଆସନରୁ ୧୭ଟି ଆସନ ପାଇଁ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ସହ ଏକ ଡିଲ୍ କରି ସାରିଛି। ଉତ୍ତରପ୍ରଦେଶରେ କଂଗ୍ରେସ ୧୭ଟି ଆସନରେ ନିର୍ବାଚନ ଲଢ଼ିବ। ସେହିପରି ଦିଲ୍ଲୀରେ ୭ ଲୋକସଭା ଆସନରୁ ୩ଟି ଆସନରେ ଲଢ଼ିବାପାଇଁ କଂଗ୍ରେସ ଆପ୍ ଦଳ ସହ କଥାବାର୍ତ୍ତାର ଜାରି ରଖିଛି। କଂଗ୍ରେସ ମଧ୍ୟ ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ଟିଏମ୍ସି ସହ କଥାବାର୍ତ୍ତା ଜାରି ରଖିଛି। ରାଜ୍ୟରେ ୪୨ ଆସନରୁ କଂଗ୍ରେସ ୫ଟି ଆସନରେ ଲଢ଼ିବାକୁ ଚାହିଛି। କିନ୍ତୁ ଟିଏମସି ମୁଖପାତ୍ର କହିଛନ୍ତି, ଆମେ ବାଇନୋକୁଲାରରେ ବି କଂଗ୍ରେସ ପାଇଁ ତୃତୀୟ ଆସନ ଦେଖିପାରୁନୁ। ମହାରାଷ୍ଟ୍ରରେ ୮ଟି ଆସନରେ ମତଭେଦ ଦେଖାଦେଇଛି। ବିହାରରେ ମଧ୍ୟ ଦଳ କେତୋଟି ଆସନରେ ନିର୍ବାଚନ ଲଢ଼ିବ ସେନେଇ ଆଲୋଚନା ଜାରି ରଖିଛି।




