ଲୋକସଭା ନିର୍ବାଚନ ପାଇଁ ଅକାଳି ଦଳ ଏବଂ ବିଜେପି ହାତ ମିଳାଇପାରନ୍ତି

ନୂଆଦିଲ୍ଲୀ : ସ୍ୟାଡ୍‌ (ଶିରୋମଣି ଅକାଳି ଦଳ) ଏନ୍‌ଡିଏ ମେଣ୍ଟକୁ ଫେରିପାରେ। ମିଳିଥିବା ସୂନଚନାନୁଯାୟୀ ଯଦି ଆସନ ବୁଝାମଣା ଠିକ୍‌ ରହେ ତେବେ ଅକାଳି ଦଳ ଏବଂ ବିଜେପି ଲୋକସଭା ନିର୍ବା‌ଚନ ପାଇଁ ହାତ ମିଳାଇପାରନ୍ତି। ୨୦୧୯ ଲୋକସଭା ନିର୍ବାଚନରେ ଅକାଳି ଦଳ ଏବଂ ବିଜେପି ଯଥାକ୍ରମେ ୧୦ ଏବଂ ୩ ଆସନରେ ନିର୍ବାଚନ ଲଢ଼ି୍‌ଥିଲେ। ୨୦୨୪ ‌ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ଏବେ ଦେଶବ୍ୟାପୀ ସହଯୋଗୀ ଦଳ ସହ ମେଣ୍ଟ କରିବା ପାଇଁ ବୁଝାମଣା […]

Samaya Live Picture
Published On

ନୂଆଦିଲ୍ଲୀ : ସ୍ୟାଡ୍‌ (ଶିରୋମଣି ଅକାଳି ଦଳ) ଏନ୍‌ଡିଏ ମେଣ୍ଟକୁ ଫେରିପାରେ। ମିଳିଥିବା ସୂନଚନାନୁଯାୟୀ ଯଦି ଆସନ ବୁଝାମଣା ଠିକ୍‌ ରହେ ତେବେ ଅକାଳି ଦଳ ଏବଂ ବିଜେପି ଲୋକସଭା ନିର୍ବା‌ଚନ ପାଇଁ ହାତ ମିଳାଇପାରନ୍ତି। ୨୦୧୯ ଲୋକସଭା ନିର୍ବାଚନରେ ଅକାଳି ଦଳ ଏବଂ ବିଜେପି ଯଥାକ୍ରମେ ୧୦ ଏବଂ ୩ ଆସନରେ ନିର୍ବାଚନ ଲଢ଼ି୍‌ଥିଲେ। ୨୦୨୪ ‌ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ଏବେ ଦେଶବ୍ୟାପୀ ସହଯୋଗୀ ଦଳ ସହ ମେଣ୍ଟ କରିବା ପାଇଁ ବୁଝାମଣା ଚଲାଇଛି। ମିଳିଥିବା ସୂଚନାନୂଯାୟୀ ପଂଜାବ‌ରେ ବିଜେପି ସ୍ୟାଡ୍‌ ସହ ହାତ ମିଳାଇପାରେ। ଉଲ୍ଲେଖଯୋଗ୍ୟ ଯେ କୃଷକ ଆନ୍ଦୋଳନ ସମୟରେ ସ୍ୟାଡ୍‌ ଏନଡିଏ ମେଣ୍ଟ ଛାଡ଼ିଦେଇଥିଲା। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ନିକଟରେ ଚଣ୍ଡିଗଡ଼ରେ ଏକ ରାଲି କରି କହିଥିଲେ ଯେ ବିଜେପି ଅକାଳି ଦଳ ସମେତ ଏହାର ସମସ୍ତ ପୂର୍ବତନ ମେଣ୍ଟ ସହଯୋଗୀଙ୍କୁ ସମ୍ମାନ କରେ। ରାଜନାଥ କହିଥିଲେ ଆଜି ମୁଁ ଏଠାରେ ଠିଆ ହୋଇ ପ୍ରକାଶ ସିଂହ ବାଦଲଙ୍କୁ ମିସ୍‌ କରୁଛି। ପ୍ରକାଶ ସିଂହ ବାଦଲଙ୍କ ଦଳ ଆମଠାରୁ ଦୂରେଇ ଯାଇଥିଲେ ବି ମୁଁ ତାଙ୍କୁ ମିସ୍‌ କରୁଛି। କାରଣ ଆମର ସମ୍ପର୍କ ବହୁତ ନିବିଡ଼।

Tags: