ଲୋକସଭା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ୧୦ ଦିନରେ ୧୨ ରାଜ୍ୟ ଗସ୍ତ କରିବେ ମୋଦୀ, ୨୯ କାର୍ଯ୍ୟକ୍ରମରେ ଯୋଗ ଦେବେ

ନୂଆଦିଲ୍ଲୀ : ମାର୍ଚ୍ଚ ୧୩ ତାରିଖରେ ଲୋକସଭା ନିର୍ବାଚନ ତାରିଖ ଘୋଷଣା ହୋଇପାରେ। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୦ ଦିନରେ ୧୨ଟି ରାଜ୍ୟରେ ୨୯ଟି କାର୍ଯ୍ୟକ୍ରମ କରିବେ। ମିଳିଥିବା ସୂଚନାନୁଯାୟୀ ମୋଦୀ ତେଲେଙ୍ଗାନା, ତାମିଲନାଡ଼ୁ, ଓଡ଼ିଶା, ପଶ୍ଚିମବଙ୍ଗ , ବିହାର, ଜମ୍ମୁ କାଶ୍ମୀର , ଆସାମ, ଅରୁଣାଚଳପ୍ରଦେଶ, ଉତ୍ତରପ୍ରଦେଶ, ଗୁଜରାଟ, ରାଜସ୍ଥାନ ଏବଂ ଦିଲ୍ଲୀ ଗସ୍ତ କରିପାରନ୍ତି। ସୋମବାର ଦିନ ମୋଦୀ ତେଲେଙ୍ଗାନାର ଅଦିଲାବାଦରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିବେ। ଏହାପରେ ମୋଦୀ […]

Samaya Live Picture
Published On

ନୂଆଦିଲ୍ଲୀ : ମାର୍ଚ୍ଚ ୧୩ ତାରିଖରେ ଲୋକସଭା ନିର୍ବାଚନ ତାରିଖ ଘୋଷଣା ହୋଇପାରେ। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୦ ଦିନରେ ୧୨ଟି ରାଜ୍ୟରେ ୨୯ଟି କାର୍ଯ୍ୟକ୍ରମ କରିବେ। ମିଳିଥିବା ସୂଚନାନୁଯାୟୀ ମୋଦୀ ତେଲେଙ୍ଗାନା, ତାମିଲନାଡ଼ୁ, ଓଡ଼ିଶା, ପଶ୍ଚିମବଙ୍ଗ , ବିହାର, ଜମ୍ମୁ କାଶ୍ମୀର , ଆସାମ, ଅରୁଣାଚଳପ୍ରଦେଶ, ଉତ୍ତରପ୍ରଦେଶ, ଗୁଜରାଟ, ରାଜସ୍ଥାନ ଏବଂ ଦିଲ୍ଲୀ ଗସ୍ତ କରିପାରନ୍ତି। ସୋମବାର ଦିନ ମୋଦୀ ତେଲେଙ୍ଗାନାର ଅଦିଲାବାଦରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିବେ। ଏହାପରେ ମୋଦୀ ତାମିଲନାଡ଼ୁର କଲପକ୍କମରେ ଭାରତୀୟ ନାଭିକିୟ ବିଦ୍ୟୁତ ନିଗମ ଲିମିଟେଡ୍ ଗସ୍ତ କରିବେ। ମୋଦୀ ଅଦିଲାବାଦ ଏବଂ ଚେନ୍ନାଇରେ ସାଧାରଣ କାର୍ଯ୍ୟକ୍ରମରେ ଉଦବୋଧନ ଦେବେ। ମାର୍ଚ୍ଚ ୫ ତାରିଖରେ ମୋଦୀ ତେଲେଙ୍ଗାନାର ସଙ୍ଗାରେଡ୍ଡିରେ ବିଭିନ୍ନ ପ୍ରକଳ୍ପ ଆରମ୍ଭ କରିବେ। ଏହାପରେ ମୋଦୀ ଓଡ଼ିଶା ଆସି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିବେ। ଏହାପରେ ମୋଦୀ ପଶ୍ଚିମବଙ୍ଗ ଗସ୍ତ କରିବେ। ମାର୍ଚ୍ଚ ୬ ତାରିଖରେ ମୋଦୀ କୋଲକାତାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିବେ। ଏହାପରେ ମୋଦୀ ବିହାର ଯିବେ। ମାର୍ଚ୍ଚ ୭ ତାରିଖରେ ମୋଦୀ ଜମ୍ମୁ କାଶ୍ମୀର ଯିବେଏ ଏବଂ ସେହିଦିନ ସନ୍ଧ୍ୟାରେ ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ। ମାଂର୍ଚ୍ଚ ୮ ରେ ମୋଦୀ ଆସାମ ଏବଂ ଅରୁଣାଚଳ ଗସ୍ତ କରିବେ। ମାର୍ଚ୍ଚ ୧୦ରେ ମୋଦୀ ଉତ୍ତରପ୍ରଦେଶ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ମାର୍ଚ୍ଚ ୧୨ରେ ମୋଦୀ ଗୁଜରାଟ ଏବଂ ରାଜସ୍ଥାନ ଗସ୍ତ କରିବେ।

Tags: