ଲୋକସଭା ନିର୍ବାଚନରେ ସେଟ୍ଟାର, ବୋମ୍ମାଇଙ୍କୁ ପ୍ରାର୍ଥୀ କରିପାରେ ବିଜେପି

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ପାଇଁ ବିଭିନ୍ନ ରାଜ୍ୟରେ ପ୍ରମୁଖ ଦଳ ଗୁଡ଼ିକ ପ୍ରାର୍ଥୀ ଚୟନରେ ଲାଗି ପଡ଼ିଛନ୍ତି। ଆସନ୍ତା ଲୋକସଭା ନିର୍ବାଚନରେ ବିଜେପି କର୍ଣ୍ଣାଟକରେ ଏହାର ୨ ପୂର୍ବତନ ମୁଖ୍ୟମନ୍ତ୍ରୀ ବସଭରାଜ ବୋମ୍ମାଇ ଏବଂ ଜଗଦୀଶ ସେଟ୍ଟାରଙ୍କୁ ପ୍ରାର୍ଥୀ କରିବ। ଉଭୟ ନେତା ଲିଙ୍ଗାୟତ ସମ୍ପ୍ରଦାୟର। ଏ ସଂକ୍ରାନ୍ତରେ ସୂଚନା ଦେଇ ବରିଷ୍ଠ ବିଜେପି ନେତା ବିଏସ୍ ୟେଦୁରପ୍ପା ଗୁରୁବାର କହିଛନ୍ତି, କର୍ଣ୍ଣାଟକରେ ସମସ୍ତ ୨୮ ଲୋକସଭା ଆସନରେ ପ୍ରାର୍ଥୀ ଦେବାପାଇଁ ଆଲୋଚନା ଜାରି ରହିଛି। […]

Samaya Live Picture
Published On

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ପାଇଁ ବିଭିନ୍ନ ରାଜ୍ୟରେ ପ୍ରମୁଖ ଦଳ ଗୁଡ଼ିକ ପ୍ରାର୍ଥୀ ଚୟନରେ ଲାଗି ପଡ଼ିଛନ୍ତି। ଆସନ୍ତା ଲୋକସଭା ନିର୍ବାଚନରେ ବିଜେପି କର୍ଣ୍ଣାଟକରେ ଏହାର ୨ ପୂର୍ବତନ ମୁଖ୍ୟମନ୍ତ୍ରୀ ବସଭରାଜ ବୋମ୍ମାଇ ଏବଂ ଜଗଦୀଶ ସେଟ୍ଟାରଙ୍କୁ ପ୍ରାର୍ଥୀ କରିବ। ଉଭୟ ନେତା ଲିଙ୍ଗାୟତ ସମ୍ପ୍ରଦାୟର। ଏ ସଂକ୍ରାନ୍ତରେ ସୂଚନା ଦେଇ ବରିଷ୍ଠ ବିଜେପି ନେତା ବିଏସ୍ ୟେଦୁରପ୍ପା ଗୁରୁବାର କହିଛନ୍ତି, କର୍ଣ୍ଣାଟକରେ ସମସ୍ତ ୨୮ ଲୋକସଭା ଆସନରେ ପ୍ରାର୍ଥୀ ଦେବାପାଇଁ ଆଲୋଚନା ଜାରି ରହିଛି। ବୋମ୍ମାଇ ଏବଂ ସେଟ୍ଟାରଙ୍କ ସମେତ ସମସ୍ତ ୨୮ ଲୋକସଭା ଆସନରେ ପ୍ରାର୍ଥୀ ଦେବାପାଇଁ ଆଲୋଚନା ଜାରି ରହିଛି। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ସଭାପତି ଜେପି ନଡ୍ଡାଙ୍କ ସହ ଏନେଇ ଆଲୋଚନା ଜାରି ରହିଛି। କିନ୍ତୁ କୌଣସି ନିଷ୍କର୍ସ ବାହାରି ପାରିନି। କର୍ଣ୍ଣାଟକରେ ବିଜେପି ଏହାର ମେଣ୍ଟ ସହଯୋଗୀ ଜେଡିଏସ୍ (ଜନତା ଦଳ ସେକୁଲାର୍)କୁ ୨-୩ଟି ଆସନ ଦେଇପାରେ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ସଙ୍କେତ ଦେଇଛନ୍ତି। ଇତି ମଧ୍ୟରେ ବିଭିନ୍ନ ରାଜ୍ୟର ବିଜେପି ନେତାମାନେ ଶାହ ଏବଂ ନଡ୍ଡାଙ୍କ ସହ ବୈଠକ କରିଛନ୍ତି। ସମସ୍ତ ରାଜ୍ୟରେ ଆସନ ବୁଝାମଣା ପ୍ରାୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।

Tags: