ଲୋକସଭା ନିର୍ବାଚନରେ ଏନଡିଏର ବିପୁଳ ବିଜୟ ହେବ : ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏନଡିଏକୁ ଫେରିବା ପରେ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର କହିଛନ୍ତି, ବିଜେପି ନେତୃତ୍ବାଧୀନ ଏନଡିଏର ଆଗାମୀ ଲୋକସଭା ନିର୍ବାଚନରେ ବିପୁଳ ବିଜୟ ହେବ। ନୀତୀଶ କୁମାର ମହାମେଣ୍ଟ ଛାଡ଼ି ଏନଡିଏକୁ ଫେରିଥିବାରୁ ଉକ୍ତ ପ୍ରସଙ୍ଗରେ କଡ଼ା ପ୍ରତିକ୍ରିୟା ରଖି ପ୍ରଶାନ୍ତ କିଶୋର କହିଛନ୍ତି, ନୀତୀଶ ତାଙ୍କ ଜୀବନର ଶେଷ ଅଧ୍ୟାୟ ଖେଳୁଛନ୍ତି। ତେବେ ୨୦୨୫ ବିଧାନସଭା ନିର୍ବାଚନରେ ଜେଡିୟୁ ୨୦ରୁ ଅଧିକ ଆସନରେ ଜିତିବନି ବୋଲି ପ୍ରଶାନ୍ତ କିଶୋର […]

Samaya Live Picture
Published On

ନୂଆଦିଲ୍ଲୀ : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏନଡିଏକୁ ଫେରିବା ପରେ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର କହିଛନ୍ତି, ବିଜେପି ନେତୃତ୍ବାଧୀନ ଏନଡିଏର ଆଗାମୀ ଲୋକସଭା ନିର୍ବାଚନରେ ବିପୁଳ ବିଜୟ ହେବ। ନୀତୀଶ କୁମାର ମହାମେଣ୍ଟ ଛାଡ଼ି ଏନଡିଏକୁ ଫେରିଥିବାରୁ ଉକ୍ତ ପ୍ରସଙ୍ଗରେ କଡ଼ା ପ୍ରତିକ୍ରିୟା ରଖି ପ୍ରଶାନ୍ତ କିଶୋର କହିଛନ୍ତି, ନୀତୀଶ ତାଙ୍କ ଜୀବନର ଶେଷ ଅଧ୍ୟାୟ ଖେଳୁଛନ୍ତି। ତେବେ ୨୦୨୫ ବିଧାନସଭା ନିର୍ବାଚନରେ ଜେଡିୟୁ ୨୦ରୁ ଅଧିକ ଆସନରେ ଜିତିବନି ବୋଲି ପ୍ରଶାନ୍ତ କିଶୋର ଦୃଢ଼ୋକ୍ତି ବାଢ଼ିଛନ୍ତି। ପ୍ରଶାନ୍ତ କିଶୋର କହିଛନ୍ତି, ଯଦି ଜେଡିୟୁ ୨୦୨୫ ବିଧାନସଭା ନିର୍ବାଚନରେ ୨୦ରୁ ଅଧିକ ଆସନରେ ଜିତିବ ତେବେ ସେ ରାଜନୀତି ଛାଡ଼ିଦେବେ। ଉଲ୍ଲେଖଯୋଗ୍ୟ ଯେ ଜେଡିୟୁ ସୁପ୍ରିମୋ ନୀତୀଶ ୨୦୨୨ ଅଗଷ୍ଟରେ ବିଜେପି ସହ ସମ୍ପର୍କ ଚ୍ଛିନ୍ନ କରି ମହାମେଣ୍ଟରେ ଯୋଗ ଦେଇଥିଲେ।

Tags: