ଲୋକସଭା ଏଥିକ୍ସ କମିଟିରେ ଆସନ୍ତାକାଲି ହାଜର ହେବେ ମହୁଆ ମୈତ୍ର

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସାଂସଦ ମହୁଆ ମୈତ୍ର ବୁଧବାର କହିଛନ୍ତି, ସେ ଆସନ୍ତାକାଲି (ନଭେମ୍ବର ୨)ରେ ଲୋକସଭାର ଏଥିକ୍ସ (ସଦାଚାର) କମିଟି ନିକଟରେ ହାଜର ହେବେ। ଏକ୍ସ (ଟ୍ୱିଟର)ରେ ସେ ଦୁଇ ପୃଷ୍ଠାର ଏକ ଚିଠି ପୋଷ୍ଟ କରିଛନ୍ତି। ତାଙ୍କ ବିରୋଧରେ ପ୍ରଶ୍ନ ପାଇଁ ଲାଞ୍ଚ ଅଭିଯୋଗ ଆଣିଥିବା ସୁପ୍ରିମ୍‌କୋର୍ଟ ଓକିଲ ଜୟ ଅନନ୍ତ ଦେହାଦ୍ରାଇଙ୍କୁ ଜେରା କରିବାପାଇଁ ସେ ଦାବି କରିଛନ୍ତି। ଏଥି ସହ ମହୁଆ ତାଙ୍କୁ ପାର୍ଲାମେଣ୍ଟ ଲଗ୍‌-ଇନ୍ ବିବରଣୀ ଦେଇଛନ୍ତି ବୋଲି […]

Samaya Live Picture
Published On

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସାଂସଦ ମହୁଆ ମୈତ୍ର ବୁଧବାର କହିଛନ୍ତି, ସେ ଆସନ୍ତାକାଲି (ନଭେମ୍ବର ୨)ରେ ଲୋକସଭାର ଏଥିକ୍ସ (ସଦାଚାର) କମିଟି ନିକଟରେ ହାଜର ହେବେ। ଏକ୍ସ (ଟ୍ୱିଟର)ରେ ସେ ଦୁଇ ପୃଷ୍ଠାର ଏକ ଚିଠି ପୋଷ୍ଟ କରିଛନ୍ତି। ତାଙ୍କ ବିରୋଧରେ ପ୍ରଶ୍ନ ପାଇଁ ଲାଞ୍ଚ ଅଭିଯୋଗ ଆଣିଥିବା ସୁପ୍ରିମ୍‌କୋର୍ଟ ଓକିଲ ଜୟ ଅନନ୍ତ ଦେହାଦ୍ରାଇଙ୍କୁ ଜେରା କରିବାପାଇଁ ସେ ଦାବି କରିଛନ୍ତି। ଏଥି ସହ ମହୁଆ ତାଙ୍କୁ ପାର୍ଲାମେଣ୍ଟ ଲଗ୍‌-ଇନ୍ ବିବରଣୀ ଦେଇଛନ୍ତି ବୋଲି ଶପଥପାଠ ମାଧ୍ୟମରେ ସ୍ବୀକାର କରିଥିବା ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କୁ ମଧ୍ୟ ସେ ପ୍ରଶ୍ନ କରିବାକୁ ଦାବି କରିଛନ୍ତି। ଯଦି ନୈତିକତା କମିଟି କୌଣସି ବିଭାଗଠାରୁ ମଗାଯାଇଥିବା ରିପୋର୍ଟ ଉପରେ ନିର୍ଭର କରେ, ତେବେ ତାଙ୍କୁ ଦସ୍ତାବିଜର ଏକ କପି ପ୍ରଦାନ କରାଯିବା ସହ ସମ୍ପୃକ୍ତ ବିଭାଗକୁ କ୍ରସ୍ ଜେରା କରିବାକୁ ଅନୁମତି ଦିଆଯାଉ ବୋଲି ମୈତ୍ର କହିଛନ୍ତି। ମହୁଆ ମୈତ୍ର ପୁଣିଥରେ ଦାବି କରିଛନ୍ତି ଯେ, ଲୋକସଭା ସଦାଚାର କମିଟିର ଆପରାଧିକ ଅଭିଯୋଗର ଯାଞ୍ଚ କରିବାର କ୍ଷମତା ନାହିଁ। କମିଟି ଅଧ୍ୟକ୍ଷ ବିନୋଦ କୁମାର ସୋନକରଙ୍କୁ ଲେଖିଥିବା ଚିଠିରେ ମହୁଆ ମୈତ୍ର କହିଛନ୍ତି ଯେ ସଂସଦରେ ସଂଖ୍ୟାଗରିଷ୍ଠତା ହାସଲ କରିଥିବା ସରକାରଙ୍କ ଦ୍ୱାରା କମିଟିର ଅପବ୍ୟବହାରକୁ ରୋକିବା ପାଇଁ ଆମ ଦେଶର ପ୍ରତିଷ୍ଠାତାମାନେ ଜାଣିଶୁଣି କମିଟିକୁ ଏହି କ୍ଷମତା ଦେଇ ନାହାନ୍ତି। କମିଟି କାର୍ଯ୍ୟରେ ରାଜନୈତିକ ପକ୍ଷପାତିତା ପାଇଁ କୌଣସି ସ୍ଥାନ ନାହିଁ ବୋଲି ମହୁଆ କମିଟିକୁ କହିଛନ୍ତି।

Tags: