ଲୋକସଭାରେ ଚତୁର୍ଥ ଧାଡ଼ିରେ ବସିବେ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ: କେରଳର ୱାୟନାଡ଼ରୁ ଲୋକସଭାକୁ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଥିବା କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଆସନ ଆବଣ୍ଟନ କରାଯାଇଛି। ତାଙ୍କୁ ଚତୁର୍ଥ ଧାଡ଼ିର ୫୧୭ ନମ୍ବର ଆସନ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧ ନମ୍ବର, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ୨ ନମ୍ବର ଏବଂ ଗୃହମନ୍ତ୍ରୀ ଅମିତ ଶାହ ୩ ନମ୍ବର ଆସନରେ ବସିବେ। ଅଷ୍ଟାଦଶ ଲୋକସଭାରେ ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ୫୮ ନମ୍ବର ଆସନ ପୂର୍ବରୁ ଦିଆଯାଇଥିବାବେଳେ […]

Samaya Live Picture
Published On

ନୂଆଦିଲ୍ଲୀ: କେରଳର ୱାୟନାଡ଼ରୁ ଲୋକସଭାକୁ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଥିବା କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଆସନ ଆବଣ୍ଟନ କରାଯାଇଛି। ତାଙ୍କୁ ଚତୁର୍ଥ ଧାଡ଼ିର ୫୧୭ ନମ୍ବର ଆସନ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧ ନମ୍ବର, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ୨ ନମ୍ବର ଏବଂ ଗୃହମନ୍ତ୍ରୀ ଅମିତ ଶାହ ୩ ନମ୍ବର ଆସନରେ ବସିବେ। ଅଷ୍ଟାଦଶ ଲୋକସଭାରେ ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ୫୮ ନମ୍ବର ଆସନ ପୂର୍ବରୁ ଦିଆଯାଇଥିବାବେଳେ ନୂଆ ସର୍କୁଲାରେ ତାଙ୍କୁ ୪ ନମ୍ବର ଆସନ ଦିଆଯାଇଛି। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ପ୍ରଥମ ଧାଡ଼ିରେ ୪୯୮ ନମ୍ବର ଆସନ ଦିଆଯାଇଛି। ସେହିଭଳି ସପା ମୁଖ୍ୟ ଅଖିଳେଶ ଯାଦବଙ୍କୁ ୩୫୫ ନମ୍ବର ଆସନ ଏବଂ ଟିଏମ୍‌ସି ସାଂସଦ ସୁଦୀପ ବନ୍ଦୋପାଧ୍ୟାୟଙ୍କୁ ୩୫୪ ନମ୍ବର ଆସନ ଦିଆଯାଇଛି। କଂଗ୍ରେସର ସାଧାରଣ ସଂପାଦକ (ସଂଗଠନ) କେସି ବେଣୁଗୋପାଳଙ୍କୁ ରାହୁଲଙ୍କ ପାର୍ଶ୍ବ ଆସନ ୪୯୭ ନମ୍ବର ଦିଆଯାଇଛି। ତେବେ ସପା ସାଂସଦ ଅୱଧେଶ ପ୍ରସାଦଙ୍କୁ ପ୍ରଥମ ଧାଡ଼ିରେ ପୂର୍ବରୁ ବସିବା ସୁଯୋଗ ଦିଆଯାଇଥିବାବେଳେ ଏବେ ତାଙ୍କୁ ଦ୍ବିତୀୟ ଧାଡ଼ିରେ ୩୫୭ ନମ୍ବର ଆସନ ଦିଆଯାଇଛି। ତାଙ୍କ ପାଖରେ ଡିମ୍ପଲ ଯାଦବ ୩୫୮ ନମ୍ବର ଆସନରେ ବସିବେ।

Tags: