ଲୋକସଭାରେ ଉପସ୍ଥିତ ନଥିବା ଡିଏମକେ ସାଂସଦ ନିଲମ୍ବିତ ହେବା ଘଟଣାକୁ ନେଇ ବିବାଦ ଘନେଇବା ପରେ ସରକାର ସ୍ପଷ୍ଟୀକରଣ ଦେଲେ
ନୂଆଦିଲ୍ଲୀ : ଅଶୋଭନୀୟ ଆଚରଣ ପାଇଁ ଲୋକସଭାରୁ ନିଲମ୍ବିତ ହୋଇଥିବା ୧୪ ବିରୋଧୀ ସାଂସଦଙ୍କ ମଧ୍ୟରେ ଡିଏମମେ ନେତା ଏସ୍ଆର ପାର୍ଥିବନ୍ ଅଛନ୍ତି। ଶୀତ ଅଧିବେଶନର ବାକି ସମୟ ପାଇଁ ତାଙ୍କୁ ଗୃହରୁ ନିଲମ୍ବନ କରାଯାଇଛି। ତେବେ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ସେ ଗୃହରେ ଉପସ୍ଥିତ ନଥିବାବେଳେ ତାଙ୍କୁ ଗୃହକାର୍ଯ୍ୟରେ ବାଧା ସୃଷ୍ଟି ପାଇଁ ଗୃହରୁ ନିଲମ୍ବନ କରାଯାଇଛି। ଏହି ଘଟଣାକୁ ନେଇ ବିବାଦ ହେବାପରେ ସରକାର ସ୍ପଷ୍ଟୀକରଣ ଦେଇଛନ୍ତି। ସରକାର କହିଛନ୍ତି, ଭୁଲ୍ରେ ଏସ୍ଆର […]
ନୂଆଦିଲ୍ଲୀ : ଅଶୋଭନୀୟ ଆଚରଣ ପାଇଁ ଲୋକସଭାରୁ ନିଲମ୍ବିତ ହୋଇଥିବା ୧୪ ବିରୋଧୀ ସାଂସଦଙ୍କ ମଧ୍ୟରେ ଡିଏମମେ ନେତା ଏସ୍ଆର ପାର୍ଥିବନ୍ ଅଛନ୍ତି। ଶୀତ ଅଧିବେଶନର ବାକି ସମୟ ପାଇଁ ତାଙ୍କୁ ଗୃହରୁ ନିଲମ୍ବନ କରାଯାଇଛି। ତେବେ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ସେ ଗୃହରେ ଉପସ୍ଥିତ ନଥିବାବେଳେ ତାଙ୍କୁ ଗୃହକାର୍ଯ୍ୟରେ ବାଧା ସୃଷ୍ଟି ପାଇଁ ଗୃହରୁ ନିଲମ୍ବନ କରାଯାଇଛି। ଏହି ଘଟଣାକୁ ନେଇ ବିବାଦ ହେବାପରେ ସରକାର ସ୍ପଷ୍ଟୀକରଣ ଦେଇଛନ୍ତି। ସରକାର କହିଛନ୍ତି, ଭୁଲ୍ରେ ଏସ୍ଆର ପାର୍ଥିବନ୍ଙ୍କୁ ନିଲମ୍ବନ ତାଲିକାରେ ରଖାଯାଇଛି। କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି, ମୋଟ୍ ୧୩ ବିରୋଧୀ ସାଂସଦଙ୍କୁ ଲୋକସଭାରୁ ନିଲମ୍ବନ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ଏସ୍ଆର ପାର୍ଥିବନ ଗୃହରେ ଉପସ୍ଥିତ ନଥିଲେ ବୋଲି କହି ଡିଏମକେ ସାଂସଦମାନେ ଆଜି ପ୍ରତିବାଦ କରିବାପରେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଥିଲେ ଏସ୍ଆର ପାର୍ଥିବନଙ୍କୁ ନିଲମ୍ବିତ ସାଂସଦଙ୍କ ମଧ୍ୟରେ ରଖିବା ଏକ ତ୍ରୁଟି। ଉଲ୍ଲେଖଯୋଗ୍ୟ ଯେ ବୁଧବାର ସଂସଦରେ ହୋଇଥିବା ସୁରକ୍ଷା ତ୍ରୁଟି ପ୍ରସଙ୍ଗରେ ବିରୋଧୀ ନେତାମାନେ ସରକାରଙ୍କ ବିବୃତି ଦାବି କରି ପ୍ରତିବାଦ କରିଥିଲେ। ଏନେଇ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।




