ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ଜାରି , ସରକାରଙ୍କ ଉପରେ ବର୍ଷିଲେ ରାହୁଲ
ନୂଆଦିଲ୍ଲୀ: ମୋଦୀ ସରକାର ବିରୋଧରେ ବିରୋଧୀ ଇଣ୍ଡିଆ ମେଣ୍ଟ ଦ୍ବାରା ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବ ଉପରେ ଗତକାଲିଠାରୁ ସଂସଦରେ ଆଲୋଚନା ଆରମ୍ଭ ହୋଇଛି। କଂଗ୍ରେସ ନେତା ଗୌରବ ଗୋଗଇ ଗତକାଲି ଲୋକସଭାରେ ବିରୋଧୀଙ୍କ ପକ୍ଷରୁ ବିତର୍କ ଆରମ୍ଭ କରିଥିଲେ ଏବଂ ମଣିପୁର ହିଂସା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ନିରବତାକୁ ନେଇ ପ୍ରଶ୍ନ ଉଠାଇଥିଲେ। ପ୍ରଧାନମନ୍ତ୍ରୀ କାହିଁକି ଏଯାବତ ମଣିପୁର ଗସ୍ତ କରିନାହାନ୍ତି ତାହାର ଜବାବ ରଖିବାକୁ ସେ ଦାବି କରିଥିଲେ। ପ୍ରଧାନମନ୍ତ୍ରୀ ୮୦ ଦିନ ପରେ ମଣିପୁର ପ୍ରସଙ୍ଗରେ […]
ନୂଆଦିଲ୍ଲୀ: ମୋଦୀ ସରକାର ବିରୋଧରେ ବିରୋଧୀ ଇଣ୍ଡିଆ ମେଣ୍ଟ ଦ୍ବାରା ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବ ଉପରେ ଗତକାଲିଠାରୁ ସଂସଦରେ ଆଲୋଚନା ଆରମ୍ଭ ହୋଇଛି। କଂଗ୍ରେସ ନେତା ଗୌରବ ଗୋଗଇ ଗତକାଲି ଲୋକସଭାରେ ବିରୋଧୀଙ୍କ ପକ୍ଷରୁ ବିତର୍କ ଆରମ୍ଭ କରିଥିଲେ ଏବଂ ମଣିପୁର ହିଂସା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ନିରବତାକୁ ନେଇ ପ୍ରଶ୍ନ ଉଠାଇଥିଲେ। ପ୍ରଧାନମନ୍ତ୍ରୀ କାହିଁକି ଏଯାବତ ମଣିପୁର ଗସ୍ତ କରିନାହାନ୍ତି ତାହାର ଜବାବ ରଖିବାକୁ ସେ ଦାବି କରିଥିଲେ। ପ୍ରଧାନମନ୍ତ୍ରୀ ୮୦ ଦିନ ପରେ ମଣିପୁର ପ୍ରସଙ୍ଗରେ ମୁହଁ ଖୋଲିଥିଲେ ମଧ୍ୟ ମଣିପୁର ମୁଖ୍ୟମନ୍ତ୍ରୀଙ୍କୁ କାହିଁକି ଏଯାବତ ହଟାଇନାହାନ୍ତି ବୋଲି ଗୋଗଇ ପ୍ରଶ୍ନ କରିଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧି ଗତକାଲି ଗୃହରେ ଆଲୋଚନାରେ ମୁଖ୍ୟ ବକ୍ତା ହୋଇଥାନ୍ତେ। କିନ୍ତୁ ରାହୁଲ ଗତକାଲି ବିତର୍କରେ ଭାଗ ନେଇନଥିଲେ। ରାହୁଲ ଆଜି ଅନାସ୍ଥା ପ୍ରସ୍ତାବ ବିତର୍କରେ ଭାଗ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି। ରାହୁଲ କହିଛନ୍ତି, ଗତ କିଛି ଦିନ ତଳେ ମୁଁ ମଣିପୁରକୁ ଯାଇଥିଲି। ଆମ ପ୍ରଧାନମନ୍ତ୍ରୀ ଯାଇନାହାନ୍ତି। ଏଯାବତ ମଧ୍ୟ ପ୍ରଧାନମନ୍ତ୍ରୀ ମଣିପୁର ଯାଇନାହାନ୍ତି। କାରଣ ତାଙ୍କ ପାଇଁ ମଣିପୁର ଭାରତ ନୁହେଁ। ରାହୁଲ କହିଛନ୍ତି, ମୁଁ ମଣିପୁର ଶବ୍ଦ ବ୍ୟବହାର କରୁଛି କିନ୍ତୁ ସତ ହେଉଛି ମଣିପୁର ଆଉ ନାହିଁ। ଆପଣମାନେ ମଣିପୁରକୁ ୨ ଭାଗରେ ବିଭକ୍ତ କରିଛନ୍ତି। ମଣିପୁରରେ ଆପଣମାନେ ଭାରତ ମାତାର ହତ୍ୟା କରିଛନ୍ତି। ସେମାନେ ମଣିପୁରରେ ଭାରତକୁ ହତ୍ୟା କରିଛନ୍ତି । କେବଳ ମଣିପୁର ନୁହେଁ ବରଂ ସେମାନେ ଭାରତକୁ ହତ୍ୟା କରିଛନ୍ତି।




