ଲୋକସଭାରୁ ଅଯୋଗ୍ୟ ଘୋଷିତ ହେଲେ ପ୍ରଜ୍ବଳ ରେବନ୍ନା
ବେଙ୍ଗାଲୁରୁ : ଜେଡିଏସ୍ ସାଂସଦ ପ୍ରଜ୍ବଳ ରେବନ୍ନା ଲୋକସଭାରୁ ଅଯୋଗ୍ୟ ଘୋଷିତ ହୋଇଛନ୍ତି। ନିର୍ବାଚନୀ ସତ୍ୟପାଠରେ ପ୍ରଜ୍ବଳ ମିଥ୍ୟା ତଥ୍ୟ ଦେଇଥିବାରୁ ତାଙ୍କୁ ଲୋକସଭାରୁ ଅଯୋଗ୍ୟ ଘୋଷଣା କରାଯାଇଛି । ୨୦୧୯ ଲୋକସଭା ନିର୍ବାଚନରେ ପ୍ରଜ୍ବଳ ମିଥ୍ୟା ସୂଚନା ସମ୍ବଳିତ ସତ୍ୟପାଠ ଦାଖଲ କରିଥିବା ନେଇ ସମସ୍ତ ପ୍ରମାଣ ଉପଲବ୍ଧ ଥିବାରୁ ଏହି ଆଧାରରେ କର୍ଣ୍ଣାଟକ ହାଇକୋର୍ଟ ତାଙ୍କ ଲୋକସଭା ସଦସ୍ୟତାକୁ ରଦ୍ଦ କରି ଦେଇଛନ୍ତି। ପ୍ରଜ୍ବଳ ହାସନ ଆସନକୁ ପ୍ରତିନିଧିତ୍ବ କରୁଛନ୍ତି। ପ୍ରଜ୍ବଳ ରେବନ୍ନା ହେଉଛନ୍ତି […]
ବେଙ୍ଗାଲୁରୁ : ଜେଡିଏସ୍ ସାଂସଦ ପ୍ରଜ୍ବଳ ରେବନ୍ନା ଲୋକସଭାରୁ ଅଯୋଗ୍ୟ ଘୋଷିତ ହୋଇଛନ୍ତି। ନିର୍ବାଚନୀ ସତ୍ୟପାଠରେ ପ୍ରଜ୍ବଳ ମିଥ୍ୟା ତଥ୍ୟ ଦେଇଥିବାରୁ ତାଙ୍କୁ ଲୋକସଭାରୁ ଅଯୋଗ୍ୟ ଘୋଷଣା କରାଯାଇଛି । ୨୦୧୯ ଲୋକସଭା ନିର୍ବାଚନରେ ପ୍ରଜ୍ବଳ ମିଥ୍ୟା ସୂଚନା ସମ୍ବଳିତ ସତ୍ୟପାଠ ଦାଖଲ କରିଥିବା ନେଇ ସମସ୍ତ ପ୍ରମାଣ ଉପଲବ୍ଧ ଥିବାରୁ ଏହି ଆଧାରରେ କର୍ଣ୍ଣାଟକ ହାଇକୋର୍ଟ ତାଙ୍କ ଲୋକସଭା ସଦସ୍ୟତାକୁ ରଦ୍ଦ କରି ଦେଇଛନ୍ତି। ପ୍ରଜ୍ବଳ ହାସନ ଆସନକୁ ପ୍ରତିନିଧିତ୍ବ କରୁଛନ୍ତି। ପ୍ରଜ୍ବଳ ରେବନ୍ନା ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ ଡି ଦେବଗୌଡ଼ାଙ୍କ ନାତି। ୨୦୧୯ରେ ସେ ଜେଡିଏସ୍ର ଏକମାତ୍ର ପ୍ରାର୍ଥୀ ଭାବେ ଲୋକସଭା ନିର୍ବାଚନ ଜିତିଥିଲେ।




