ଲୋକସଭାକୁ ୭୪ ମହିଳା ସାଂସଦ ନିର୍ବାଚିତ,୨୦୧୯ ତୁଳନାରେ କମ୍
ନୂଆଦିଲ୍ଲୀ : ୨୦୨୪ ଲୋକସଭା ନିର୍ବାଚନରେ ମୋଟ୍ ୭୪ ଜଣ ମହିଳା ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ପଶ୍ଚିମବଙ୍ଗରୁ ସର୍ବାଧିକ ୧୧ ଜଣ ମହିଳା ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ୨୦୨୪ ଲୋକସଭା ନିର୍ବାଚନରେ ମୋଟ୍ ୭୯୭ ମହିଳା ପ୍ରାର୍ଥୀ ନିର୍ବାଚନ ଲଢ଼ିଥିବାବେଳେ ବିଜେପି ୬୯ ମହିଳା ପ୍ରାର୍ଥୀ ଦେଇଥିଲା ଏବଂ କଂଗ୍ରେସ ୪୧ ମହିଳା ପ୍ରାର୍ଥୀ ଦେଇଛି। ତେବେ ୨୦୧୯ ତୁଳନାରେ ଚଳିତ ଥର କମ୍ ମହିଳା ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ୨୦୧୯ରେ ୭୮ ମହିଳା […]
ନୂଆଦିଲ୍ଲୀ : ୨୦୨୪ ଲୋକସଭା ନିର୍ବାଚନରେ ମୋଟ୍ ୭୪ ଜଣ ମହିଳା ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ପଶ୍ଚିମବଙ୍ଗରୁ ସର୍ବାଧିକ ୧୧ ଜଣ ମହିଳା ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ୨୦୨୪ ଲୋକସଭା ନିର୍ବାଚନରେ ମୋଟ୍ ୭୯୭ ମହିଳା ପ୍ରାର୍ଥୀ ନିର୍ବାଚନ ଲଢ଼ିଥିବାବେଳେ ବିଜେପି ୬୯ ମହିଳା ପ୍ରାର୍ଥୀ ଦେଇଥିଲା ଏବଂ କଂଗ୍ରେସ ୪୧ ମହିଳା ପ୍ରାର୍ଥୀ ଦେଇଛି। ତେବେ ୨୦୧୯ ତୁଳନାରେ ଚଳିତ ଥର କମ୍ ମହିଳା ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ୨୦୧୯ରେ ୭୮ ମହିଳା ଲୋକସଭାକୁ ନିର୍ବାଚିତ ହୋଇଥିଲେ। ସଂସଦରେ ମହିଳା ସଂରକ୍ଷଣ ବିଲ୍ ଗୃହୀତ ହେବାପରେ ଏହା ପ୍ରଥମ ନିର୍ବାଚନ। ଲୋକସଭାରେ ଏକ ତୃତୀୟାଂଶ ଆସନ ମହିଳାଙ୍କ ପାଇଁ ସୁରକ୍ଷିତ ରଖିବାକୁ ଏହି ଆଇନ ଅଣାଯାଇଥିଲା। କିନ୍ତୁ ଏହି ଆଇନ ଏଯାବତ କାର୍ଯ୍ୟକାରୀ କରାଯାଇନି। ତେବେ ନବ ନିର୍ବାଚିତ ମହିଳା ସାଂସଦଙ୍କ ମଧ୍ୟରୁ ୩୦ ସାଂସଦ ପୂର୍ବରୁ ଲୋକସଭା ସଦସ୍ୟ ଥିଲେ।




