ଲୋକସଭାକୁ ନିର୍ବାଚିତ ହୋଇଛନ୍ତି କେବଳ ୧୮ ମୁସଲିମ ମହିଳା

ନୂଆଦିଲ୍ଲୀ: ଲୋକସଭାରେ ମହିଳା ସାଂସଦଙ୍କ ସଂଖ୍ୟା ପୁରୁଷଙ୍କ ତୁଳନାରେ କମ୍‌ । ମୁସଲିମ ମହିଳାଙ୍କ ପ୍ରତିନିଧିତ୍ବ ଆହୁରି କମ୍‌ ରହିଛି। ସ୍ବାଧୀନତା ପରବର୍ତ୍ତୀ ଭାରତରେ ବର୍ତ୍ତମାନ ସୁଦ୍ଧା କେବଳ ୧୮ଜଣ ମୁସଲିମ ମହିଳା ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ତେବେ ସେମାନଙ୍କ ମଧ୍ୟରୁ ୧୩ଜଣ ରାଜନୈତିକ ପରିବାରରୁ ଆସିଛନ୍ତି। ଆଗାମୀ ଦିନରେ ଲୋକାର୍ପଣ ହେବାକୁ ଥିବା ଲେଖକ ରସିଦ କିଦୱାଇ ଓ ଅମ୍ବର କୁମାର ଘୋଷଙ୍କ ଦ୍ବାରା ରଚିତ ପୁସ୍ତକ ‘ମିସିଂ ଫ୍ରମ୍‌ ଦି ହାଉସ୍‌-ମୁସଲିମ ୱିମ୍ୟାନ୍‌ ଇନ୍‌ […]

ଲୋକସଭାକୁ ନିର୍ବାଚିତ ହୋଇଛନ୍ତି କେବଳ ୧୮ ମୁସଲିମ ମହିଳା
Samaya Live Picture
Published On

ନୂଆଦିଲ୍ଲୀ: ଲୋକସଭାରେ ମହିଳା ସାଂସଦଙ୍କ ସଂଖ୍ୟା ପୁରୁଷଙ୍କ ତୁଳନାରେ କମ୍‌ । ମୁସଲିମ ମହିଳାଙ୍କ ପ୍ରତିନିଧିତ୍ବ ଆହୁରି କମ୍‌ ରହିଛି। ସ୍ବାଧୀନତା ପରବର୍ତ୍ତୀ ଭାରତରେ ବର୍ତ୍ତମାନ ସୁଦ୍ଧା କେବଳ ୧୮ଜଣ ମୁସଲିମ ମହିଳା ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ତେବେ ସେମାନଙ୍କ ମଧ୍ୟରୁ ୧୩ଜଣ ରାଜନୈତିକ ପରିବାରରୁ ଆସିଛନ୍ତି। ଆଗାମୀ ଦିନରେ ଲୋକାର୍ପଣ ହେବାକୁ ଥିବା ଲେଖକ ରସିଦ କିଦୱାଇ ଓ ଅମ୍ବର କୁମାର ଘୋଷଙ୍କ ଦ୍ବାରା ରଚିତ ପୁସ୍ତକ ‘ମିସିଂ ଫ୍ରମ୍‌ ଦି ହାଉସ୍‌-ମୁସଲିମ ୱିମ୍ୟାନ୍‌ ଇନ୍‌ ଦି ଲୋକସଭା’ରେ ଉପ‌ରୋକ୍ତ ପ୍ରସଙ୍ଗକୁ ନେଇ ଅନେକ ତଥ୍ୟ ରହିଛି। ଏହି ପୁସ୍ତକ ଆସନ୍ତା ମାସରେ ପ୍ରକାଶ ପାଇବ। ଲେଖକ ନିଜର ପୁସ୍ତକର ବିଷୟବସ୍ତୁ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ୧୯୫୧-୫୨ରେ ସ୍ବାଧୀନ ଭାରତର ପ୍ରଥମ ସାଧାରଣ ନିର୍ବାଚନ ହୋଇଥିଲା। ସେହି ସମୟରୁ ବର୍ତ୍ତମାନ ସୁଦ୍ଧା ୧୮ଜଣ ମୁସଲିମ ମହିଳା ଲୋକସଭାକୁ ପ୍ରତିନିଧିତ୍ବ କରିଛି। ଦେଶର ୧୪୬ କୋଟି ଜନତାଙ୍କ ମଧ୍ୟରୁ ୭.୧ ପ୍ରତିଶତ ମୁସଲିମ ମହିଳା। ବର୍ତ୍ତମାନ ୫୪୩ ଆସନ ବିଶିଷ୍ଟ ଲୋକସଭା‌ରେ କେବଳ ଜଣେ ମୁସଲିମ ମହିଳା ଇକାରା ହସନ୍‌ ଚୌଧୁରୀ ସାଂସଦ ଅଛନ୍ତି। ନିର୍ବାଚିତ ହୋଇଥିବା ୧୮ ମୁସଲିମ ମହିଳାଙ୍କ ମଧ୍ୟରେ ମୋଫିଦା ଅହମ୍ମଦ (୧୯୫୭, କଂଗ୍ରେସ), ଜୋହରାବେନ୍‌ ଆକବରଭାଇ ଚାଭଡ଼ା (୧୯୬୨, କଂଗ୍ରେସ), ମାଇମୋନା ସୁଲତାନ (୧୯୫୭-୬୭, କଂଗ୍ରେସ), ବେଗମ୍‌ ଆକବର ଜେହାନ୍‌ ଅବଦୁଲ୍ଲା (୧୯୭୭-୭୯, ୧୯୮୪-୮୯, ନ୍ୟାସନାଲ୍‌ କନ୍‌ଫରେନ୍‌ସ), ରଶିଦା ହକ୍‌ (୧୯୭୭-୭୯, କଂଗ୍ରେସ), ମହସିନା କିଦୱାଇ (୧୯୭୭-୮୯, କଂଗ୍ରେସ), ଅବିଦା ଅହମ୍ମଦ (୧୯୮୧-୮୯, କଂଗ୍ରେସ), ନୂର ବାନୋ (୧୯୯୬, ୧୯୯୯-୨୦୦୪, କଂଗ୍ରେସ), ରୁବାବ୍‌ ସାୟଦା (୨୦୦୪-୦୯, ସମାଜବାଦୀ ପାର୍ଟି), ମେହେବୁବା ମୁଫତି (୨୦୦୪-୦୯, ୨୦୧୪-୧୯, ପିପୁଲ୍‌ସ ଡେମୋକ୍ରାଟିକ୍‌ ପାର୍ଟି) ରହିଛନ୍ତି। ଲୋକସଭାର ଅନ୍ୟ ମୁସଲିମ ମହିଳା ସାଂସଦମାନେ ହେଲେ ତବାସୁମ ହସନ(ସମାଜବାଦୀ ପାର୍ଟି, ଲୋକଦଳ, ବହୁଜନ ସମାଜ ପାର୍ଟି, ୨୦୦୯-୧୪), ମୌସମ ନୁର (ତୃଣମୂଳ କଂଗ୍ରେସ, ୨୦୦୯-୧୯), କାଇଜର ଜହାଁ (ବହୁଜନ ସମାଜ ପାର୍ଟି,୨୦୦୯-୧୪), ମମତାଜ ସଂଘମିତ୍ରା (ତୃଣମୂଳ କଂଗ୍ରେସ, ୨୦୧୪-୧୯), ସାଜଦା ଅହମଦ (ତୃଣମୂଳ କଂଗ୍ରେସ, ୨୦୧୪-୨୪), ରାନି ନରାହ (କଂଗ୍ରେସ, ୧୯୯୮-୨୦୦୪, ୨୦୦୯-୧୪), ନୁସରତ ଜହାଁ ରୁହି (ତୃଣମୂଳ କଂଗ୍ରେସ, ୨୦୧୯-୨୪) ଏବଂ ଇକ୍‌ରା ହସନ (ସମାଜବାଦୀ ପାର୍ଟି (୨୦୨୪ରୁ ବର୍ତ୍ତମାନ ପର୍ଯ୍ୟନ୍ତ)।

Tags: