ଲେବାନନ୍ରେ ଗୋଳାବର୍ଷା, ରଏଟର୍ସ ସାମ୍ବାଦିକଙ୍କ ମୃତ୍ୟୁ
ନୂଆଦିଲ୍ଲୀ: ଦକ୍ଷିଣ ଲେବାନନ୍ରେ ଆଜି ଜଣେ ରଏଟର୍ସ ସାମ୍ବାଦିକଙ୍କ ମୃତ୍ୟୁ ହୋଇଯାଇଛି। ଭିଡିଓ ସାମ୍ବାଦିକ ଇସାମ ଅବଦୁଲ୍ଲା ଦକ୍ଷିଣ ଲେବାନନ୍ରେ ଏକ ଲାଇଭ୍ ଭିଡିଓ କରୁଥିବାବେଳେ ଗୋଳାମାଡ଼ରେ ତାଙ୍କର ମୃତ୍ୟୁ ହୋଇଛି। ରଏଟର୍ସ ପକ୍ଷରୁ ଏକ ବିବୃତି ଜାରି କରି ଏହା ସ୍ପଷ୍ଟ କରାଯାଇଛି। ରଏଟର୍ସ ଭିଡିଓ ସାମ୍ବାଦିକଙ୍କ ସମେତ ଅନ୍ୟ ୬ ଜଣ ସାମ୍ବାଦିକ ମଧ୍ୟ ଉକ୍ତ ଘଟଣାରେ ଆହତ ହୋଇଛନ୍ତି। ଇସ୍ରାଏଲ-ଲେବାନନ୍ ସୀମା ନିକଟରେ ଉକ୍ତ ସାମ୍ବାଦିକମାନେ କାମ କରୁଥିଲେ। ଇସ୍ରାଏଲ ପଟୁ ଏହି […]
ନୂଆଦିଲ୍ଲୀ: ଦକ୍ଷିଣ ଲେବାନନ୍ରେ ଆଜି ଜଣେ ରଏଟର୍ସ ସାମ୍ବାଦିକଙ୍କ ମୃତ୍ୟୁ ହୋଇଯାଇଛି। ଭିଡିଓ ସାମ୍ବାଦିକ ଇସାମ ଅବଦୁଲ୍ଲା ଦକ୍ଷିଣ ଲେବାନନ୍ରେ ଏକ ଲାଇଭ୍ ଭିଡିଓ କରୁଥିବାବେଳେ ଗୋଳାମାଡ଼ରେ ତାଙ୍କର ମୃତ୍ୟୁ ହୋଇଛି। ରଏଟର୍ସ ପକ୍ଷରୁ ଏକ ବିବୃତି ଜାରି କରି ଏହା ସ୍ପଷ୍ଟ କରାଯାଇଛି। ରଏଟର୍ସ ଭିଡିଓ ସାମ୍ବାଦିକଙ୍କ ସମେତ ଅନ୍ୟ ୬ ଜଣ ସାମ୍ବାଦିକ ମଧ୍ୟ ଉକ୍ତ ଘଟଣାରେ ଆହତ ହୋଇଛନ୍ତି। ଇସ୍ରାଏଲ-ଲେବାନନ୍ ସୀମା ନିକଟରେ ଉକ୍ତ ସାମ୍ବାଦିକମାନେ କାମ କରୁଥିଲେ। ଇସ୍ରାଏଲ ପଟୁ ଏହି ଗୋଳାମାଡ଼ ହୋଇଛି ବୋଲି ଦାବି ହୋଇଛି। ଉଲ୍ଲେଖଯୋଗ୍ୟ, ଲେବାନନ୍ର ଆତଙ୍କବାଦୀ ଗୋଷ୍ଠୀ ହେଜବୋଲ୍ଲା ଏବଂ ଇସ୍ରାଏଲ ସେନା ମଧ୍ୟରେ ଇସ୍ରାଏଲ ସୀମା ନିକଟରେ ଗୁଳି ବିନିମୟ ହୋଇଛି। ଲେବାନନ୍ ପ୍ରଧାନମନ୍ତ୍ରୀ ନଜୀବ ମିକ୍ତି ଉକ୍ତ ଘଟଣା ପାଇଁ ଇସ୍ରାଏଲକୁ ଦାୟୀ କରିଛନ୍ତି।




