ଲୁଧିଆନାରେ ବିଷାକ୍ତ ଗ୍ୟାସ ଲିକ୍ ହୋଇ ୧୧ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ପଂଜାବର ଲୁଧିଆନାରେ ଗିଆସପୁର ଅଞ୍ଚଳ ସ୍ଥିତ ଏକ ଫ୍ୟାକ୍ଟ୍ରିରୁ ବିଷାକ୍ତ ଗ୍ୟାସ ଲିକ୍ ହୋଇ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ୪ ଜଣ ଅସୁସ୍ଥ ଅଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ମୃତକଙ୍କ ମଧ୍ୟରେ ୧୦ ଏବଂ ୧୩ ବର୍ଷର ୨ ଜଣ ଶିଶୁ ଅଛନ୍ତି। ଆହୁରି ଅନେକ ‌ଲୋକ ଫସି ରହିଛନ୍ତି। ଏନଡିଆରଏଫ୍‌ ଟିମ୍ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଲୁଧିଆନା ଜିଲ୍ଲାପାଳ ସ୍ବାତୀ ତିୱାନା କହିଛନ୍ତି, କେଉଁ ସୂତ୍ରରୁ ଗ୍ୟାସ ଲିକ୍ […]

Samaya Live Picture
Published On

ନୂଆଦିଲ୍ଲୀ: ପଂଜାବର ଲୁଧିଆନାରେ ଗିଆସପୁର ଅଞ୍ଚଳ ସ୍ଥିତ ଏକ ଫ୍ୟାକ୍ଟ୍ରିରୁ ବିଷାକ୍ତ ଗ୍ୟାସ ଲିକ୍ ହୋଇ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ୪ ଜଣ ଅସୁସ୍ଥ ଅଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ମୃତକଙ୍କ ମଧ୍ୟରେ ୧୦ ଏବଂ ୧୩ ବର୍ଷର ୨ ଜଣ ଶିଶୁ ଅଛନ୍ତି। ଆହୁରି ଅନେକ ‌ଲୋକ ଫସି ରହିଛନ୍ତି। ଏନଡିଆରଏଫ୍‌ ଟିମ୍ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଲୁଧିଆନା ଜିଲ୍ଲାପାଳ ସ୍ବାତୀ ତିୱାନା କହିଛନ୍ତି, କେଉଁ ସୂତ୍ରରୁ ଗ୍ୟାସ ଲିକ୍ ହୋଇଛି ତାହା ଜଣାପଡ଼ିନି। ଏନଡିଆରଏଫ ଟିମ୍ ଉକ୍ତ ଘଟଣାର ତଦନ୍ତ କରୁଛନ୍ତି। ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଆହତମାନଙ୍କୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରାଯିବ ବୋଲି ମାନ୍ କହିଛନ୍ତି।

Tags: