ଲିଭ ଇନ ପାର୍ଟନରକୁ ଗଛକଟା ମେସିନରେ କାଟିଲା, ପ୍ରେସରକୁକରରେ ସିଝାଇଲା ୫୯ ବର୍ଷୀୟ ମୁମ୍ବାଇ ବ୍ୟକ୍ତି

ମୁମ୍ବାଇ : ମୁମ୍ବାଇର ମି‌ରା ରୋଡ୍‌ରେ ଏକ ଆପାର୍ଟମେଣ୍ଟରେ ଭଡ଼ାରେ ରହୁଥିବା ଜଣେ ୫୬ ବର୍ଷୀୟ ବ୍ୟକ୍ତି ତା’ ଲିଭ ଇନ ପାର୍ଟନରକୁ ଅତି ବିଭତ୍ସ ହତ୍ୟା କରିଛି। ପ୍ରଥମେ ସେ ତା ଲିଭ ଇନ ପାର୍ଟନରକୁ ଗଛକଟା ମେସିନ୍‌ରେ କାଟିଥିଲା ଏବଂ ଏହାପରେ ସେ ତା’ ଶରୀରର ବିଭିନ୍ନ ଅଂଶକୁ ପ୍ରେସର କୁକର୍‌ରେ ପୂରାଇ ସିଝାଇଥିଲା। ଅଭିଯୁକ୍ତର ନାଁ ହେଉଛି ମନୋଜ ସାହାଣୀ। ସେ ୩୬ ବର୍ଷୀୟା ସରସ୍ବତୀ ବୈଦ୍ୟଙ୍କ ସହ ଗତ ୩ ବର୍ଷ […]

Samaya Live Picture
Published On

ମୁମ୍ବାଇ : ମୁମ୍ବାଇର ମି‌ରା ରୋଡ୍‌ରେ ଏକ ଆପାର୍ଟମେଣ୍ଟରେ ଭଡ଼ାରେ ରହୁଥିବା ଜଣେ ୫୬ ବର୍ଷୀୟ ବ୍ୟକ୍ତି ତା’ ଲିଭ ଇନ ପାର୍ଟନରକୁ ଅତି ବିଭତ୍ସ ହତ୍ୟା କରିଛି। ପ୍ରଥମେ ସେ ତା ଲିଭ ଇନ ପାର୍ଟନରକୁ ଗଛକଟା ମେସିନ୍‌ରେ କାଟିଥିଲା ଏବଂ ଏହାପରେ ସେ ତା’ ଶରୀରର ବିଭିନ୍ନ ଅଂଶକୁ ପ୍ରେସର କୁକର୍‌ରେ ପୂରାଇ ସିଝାଇଥିଲା। ଅଭିଯୁକ୍ତର ନାଁ ହେଉଛି ମନୋଜ ସାହାଣୀ। ସେ ୩୬ ବର୍ଷୀୟା ସରସ୍ବତୀ ବୈଦ୍ୟଙ୍କ ସହ ଗତ ୩ ବର୍ଷ ହେବ ଲିଭ୍‌ ଇନରେ ରହୁଥିଲା। ସରସ୍ବତୀଙ୍କୁ ହତ୍ୟା କରି ସେ ତାଙ୍କ ମର ଶରୀରକୁ କାଟି ଘ‌‌ରେ ରଖିଥିଲା ଏବଂ ପ୍ରମାଣ ନଷ୍ଟ କରିବାକୁ ଚାହୁଥିଲା। ତେବେ ଘରୁ ପଚା ଗନ୍ଧ ଆସିବାପରେ ସ୍ଥାନୀୟ ଲୋକ ପୁଲିସରେ ଖବର ଦେଇଥିଲେ। ନୟାନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାରେ ଛାନଭିନ କରିଥିଲା। ଫ୍ଲାଟ୍‌ରୁ ପୁଲିସ ମହିଳାଙ୍କ ଖଣ୍ଡ ବିଖଣ୍ଡିତ ପଚା ଶରୀର ପାଇଥିଲା। ଜଣାପଡ଼ୁଛି ଯେ ଗତ ୩-୪ ଦିନ ତଳେ ଏହି ହତ୍ୟାକାଣ୍ଡ ହୋଇଛି। ମନୋଜ ଏବଂ ସରସ୍ବତୀ ଲିଭ୍‌ ଇନ ରିଲେସନସିପ୍‌ରେ ରହୁଥିଲେ। ସେମାନେ ଗୀତା ଆକାଶ ଦୀପ ବିଲ୍ଡିଂରେ ଏକାଠି ରହୁଥିଲେ। ସେମାନଙ୍କ ମଧ୍ୟରେ ବଚସା ହେବାପରେ ଏହି ହତ୍ୟାକାଣ୍ଡ ହୋଇଛି ବୋଲି କୁହାଯାଉଛି।

Tags: