ଲିଭ୍‌-ଇନ ପାର୍ଟନରଙ୍କୁ ୫୦ ଖଣ୍ଡ କଲା କଂସେଇ

ନୂଆଦିଲ୍ଲୀ: ଝାଡ଼ଖଣ୍ଡରେ ଜଣେ ୨୫ ବର୍ଷୀୟ ବ୍ୟକ୍ତି ନିଜ ଲିଭ୍‌-ଇନ ପାର୍ଟନରକୁ ତଣ୍ଟି ଚିପି ମାରିବାପରେ ମର ଶରୀରକୁ ପ୍ରାୟ ୫୦ ଖଣ୍ଡ କରି କାଟି ଫୋପାଡ଼ି ଦେଇଛି। ଝାଡ଼ଖଣ୍ଡର ଖୁଣ୍ଟି ଜିଲ୍ଲାରେ ଏହି ଘଟଣା ଘଟିଛି। ପୁଲିସ ଏହି ଘଟଣାରେ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତର ନ‌ାଁ ନରେଶ ଭେଙ୍ଗ୍ରା‌। ସେ ଜଣେ ମାଂସ କଟାଳି । ତାମିଲନାଡ଼ୁ‌ରେ ସେ ପୀଡ଼ିତା ମହିଳାଙ୍କ ସହ ୨ ବର୍ଷ ଲିଭ ଇନ୍‌ରେ ରହିଥିଲା। ପରେ ସେ ଝାଡ଼ଖଣ୍ଡ […]

Samaya Live Picture
Published On

ନୂଆଦିଲ୍ଲୀ: ଝାଡ଼ଖଣ୍ଡରେ ଜଣେ ୨୫ ବର୍ଷୀୟ ବ୍ୟକ୍ତି ନିଜ ଲିଭ୍‌-ଇନ ପାର୍ଟନରକୁ ତଣ୍ଟି ଚିପି ମାରିବାପରେ ମର ଶରୀରକୁ ପ୍ରାୟ ୫୦ ଖଣ୍ଡ କରି କାଟି ଫୋପାଡ଼ି ଦେଇଛି। ଝାଡ଼ଖଣ୍ଡର ଖୁଣ୍ଟି ଜିଲ୍ଲାରେ ଏହି ଘଟଣା ଘଟିଛି। ପୁଲିସ ଏହି ଘଟଣାରେ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତର ନ‌ାଁ ନରେଶ ଭେଙ୍ଗ୍ରା‌। ସେ ଜଣେ ମାଂସ କଟାଳି । ତାମିଲନାଡ଼ୁ‌ରେ ସେ ପୀଡ଼ିତା ମହିଳାଙ୍କ ସହ ୨ ବର୍ଷ ଲିଭ ଇନ୍‌ରେ ରହିଥିଲା। ପରେ ସେ ଝାଡ଼ଖଣ୍ଡ ଆସି ଅନ୍ୟ ଜଣେ ମହିଳାଙ୍କୁ ବିବାହ କଲା ଏବଂ ପୁଣିଥରେ ତାମିଲନାଡ଼ୁ ଯାଇଥିଲା। ପୀଡ଼ିତା ମହିଳା ପୂର୍ବରୁ ନରେଶ ସହ ଝା‌ଡ଼ଖଣ୍ଡର ଖୁଣ୍ଟି ଆସିଥିଲେ। ନରେଶ ବିବାହ କରିବା କଥା ସେ ଜାଣିନଥିଲେ ଏବଂ ସେ ଖୁଣ୍ଟିକୁ ଆସିବାକୁ ଚାହିଥିଲେ। ନଭେମ୍ବର ୮ ତାରିଖରେ ନରେଶ ଏବଂ ପୀଡ଼ିତା ମହିଳା ଖୁଣ୍ଟିରେ ପହଞ୍ଚିଥିଲେ। ଏହାପରେ ଅଭିଯୁକ୍ତ ପୀଡ଼ିତା ମହିଳାଙ୍କୁ ତାଙ୍କ ଘରକୁ ନନେଇ ପୂର୍ବ ଯୋଜନା ମୁତାବକ ଜରିଆଗଡ଼ ଥାନା ଅଧୀନସ୍ଥ ଜୋରଡାଗ ଗ୍ରାମ ନିକଟରେ ଥିବା ଜଙ୍ଗଲକୁ ନେଇଥିଲା। ସେଠାରେ ସେ ତାଙ୍କୁ ତଣ୍ଟି ଚିପି ମାରିବାପରେ ତାଙ୍କ ଶରୀରକୁ ଖଣ୍ଡଖଣ୍ଡ କରି କାଟି ଦେଇଥିଲା। ନଭେମ୍ବର ୨୪ ତାରିଖରେ ଏକ ବୁଲା କୁକୁର ମଣିଷ ଶରୀରର ଖଣ୍ଡ ସବୁ ପାଟିରେ କାମୁଡ଼ି ଧରି ବୁଲୁଥିବା ଦେଖି ଲୋକମାନେ ପୁଲିସରେ ଖବର ଦେଇଥିଲେ। ଏହାପରେ ଇନ୍ସପେକ୍ଟର ଅଶୋକ ସିଂହ ଘଟଣାର ତଦନ୍ତ ଆରମ୍ଭ କରିଥିଲେ ଏବଂ ମଣିଷ ଶରୀରର ବିଭିନ୍ନ ଅଂଶ ପାଇଥିଲେ। ପୁଲିସ ଘଟଣାର ତଦନ୍ତ କରିବାପରେ ନରେଶକୁ ଜେରା କରିଥିଲା ଏବଂ ନରେଶ ନିଜ ଦୋଷ ସ୍ବୀକାର କରିଥିଲା।

Tags: