ଲିବିୟା‌ରେ ଭୟଙ୍କର ବନ୍ୟା , ୫ ହଜା‌ରରୁ ଅଧିକ ଲୋକଙ୍କ ମୃତ୍ୟୁୃ

ନୂଆଦିଲ୍ଲୀ : ଲିବିୟାରେ ଭୟଙ୍କର ବନ୍ୟା ବିପର୍ଯ୍ୟୟ ଆଣିଛି। ବନ୍ୟା ଯୋଗୁଁ ୫ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଆହୁରି ୧୦ ହଜାରରୁ ଅଧିକ ଲୋକ ନିଖୋଜ ହୋଇଯାଇଛନ୍ତି। ଗତ ରବିବାର ଦିନ ଲିବିୟାରେ ହୋଇଥିବା ସାମୁଦ୍ରିକ ଝଡ଼ ପ୍ରଭାବରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ସ୍ଥିତି ଉପୁଜିଛି। ସୁନାମି ଭଳି ବନ୍ୟା ଜଳ ଘରଦ୍ବାର ସବୁ ବୁଡ଼ାଇ ଦେଇଛି। ଡେର୍ନା ସହର ସର୍ବାଧିକ ପ୍ରଭାବିତ ହୋଇଛି। କେବଳ ଡେର୍ନା ସହରରେ ୧୫୦୦ରୁ ଅଧିକ ଲୋକଙ୍କ […]

Samaya Live Picture
Published On

ନୂଆଦିଲ୍ଲୀ : ଲିବିୟାରେ ଭୟଙ୍କର ବନ୍ୟା ବିପର୍ଯ୍ୟୟ ଆଣିଛି। ବନ୍ୟା ଯୋଗୁଁ ୫ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଆହୁରି ୧୦ ହଜାରରୁ ଅଧିକ ଲୋକ ନିଖୋଜ ହୋଇଯାଇଛନ୍ତି। ଗତ ରବିବାର ଦିନ ଲିବିୟାରେ ହୋଇଥିବା ସାମୁଦ୍ରିକ ଝଡ଼ ପ୍ରଭାବରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ସ୍ଥିତି ଉପୁଜିଛି। ସୁନାମି ଭଳି ବନ୍ୟା ଜଳ ଘରଦ୍ବାର ସବୁ ବୁଡ଼ାଇ ଦେଇଛି। ଡେର୍ନା ସହର ସର୍ବାଧିକ ପ୍ରଭାବିତ ହୋଇଛି। କେବଳ ଡେର୍ନା ସହରରେ ୧୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଯାଇଛି। ମୃତକଙ୍କୁ ଗଣସମାଧି ଦିଆଯାଇଛି। ପାଖାପାଖି ୫୩୦୦ ଲୋକଙ୍କୁ ଏଯାବତ ଗଣସମାଧି ଦିଆଯାଇଥିବା ଜଣାପଡ଼ିଛି। ଅନେକ ଲୋକ ବନ୍ୟା ଜଳରେ ଭାସି ଯାଇଛନ୍ତି। ସେମାନଙ୍କୁ ଖୋଜା ଜାରି ରହିଛି।

Tags: