ଲିଙ୍ଗଗତ ପ୍ରଭେବ ସୃଷ୍ଟିକାରୀ ଶବ୍ଦର ବିକଳ୍ପ ପାଇଁ ନୋଟ୍ବୁକ ଜାରି କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ବିଚାରଣ ପ୍ରକ୍ରିୟାରେ ଲିଙ୍ଗଗତ ପ୍ରଭେଦ ସୃଷ୍ଟିକାରୀ ଶବ୍ଦର ବ୍ୟବହାରକୁ ବାଦ୍ ଦେବାପାଇଁ ସୁପ୍ରିମକୋର୍ଟ ଆଜି ଏକ ହ୍ୟାଣ୍ଡବୁକ୍ ଜାରି କରିଛନ୍ତି। ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ ଜାରି କରିଥିବା ୩୦ ପୃଷ୍ଠାର ହ୍ୟାଣ୍ଡବୁକ୍ରେ ମୋଟ୍ ୪୦ଟି ଶବ୍ଦକୁ ଲିଙ୍ଗଗତ ପ୍ରଭେଦ ସୃଷ୍ଟିକାରୀ ବୋଲି ବିବେଚନା କରାଯାଇଛି ଏବଂ ଏହାର ବିକଳ୍ପ ଶବ୍ଦ ଦିଆଯାଇଛି। ଇଭ୍ ଟିଜିଂ, ପ୍ରଷ୍ଟିଚ୍ୟୁଟ୍ ଏବଂ ହାଉସୱାଇଫ୍ ପରି ଶବ୍ଦ ଖୁବ୍ଶୀଘ୍ର ଆଇନ ଡିକ୍ସନାରିରୁ ବାଦ୍ ପଡ଼ିବ ଏବଂ ଏହି ସବୁ […]
ନୂଆଦିଲ୍ଲୀ: ବିଚାରଣ ପ୍ରକ୍ରିୟାରେ ଲିଙ୍ଗଗତ ପ୍ରଭେଦ ସୃଷ୍ଟିକାରୀ ଶବ୍ଦର ବ୍ୟବହାରକୁ ବାଦ୍ ଦେବାପାଇଁ ସୁପ୍ରିମକୋର୍ଟ ଆଜି ଏକ ହ୍ୟାଣ୍ଡବୁକ୍ ଜାରି କରିଛନ୍ତି। ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ ଜାରି କରିଥିବା ୩୦ ପୃଷ୍ଠାର ହ୍ୟାଣ୍ଡବୁକ୍ରେ ମୋଟ୍ ୪୦ଟି ଶବ୍ଦକୁ ଲିଙ୍ଗଗତ ପ୍ରଭେଦ ସୃଷ୍ଟିକାରୀ ବୋଲି ବିବେଚନା କରାଯାଇଛି ଏବଂ ଏହାର ବିକଳ୍ପ ଶବ୍ଦ ଦିଆଯାଇଛି। ଇଭ୍ ଟିଜିଂ, ପ୍ରଷ୍ଟିଚ୍ୟୁଟ୍ ଏବଂ ହାଉସୱାଇଫ୍ ପରି ଶବ୍ଦ ଖୁବ୍ଶୀଘ୍ର ଆଇନ ଡିକ୍ସନାରିରୁ ବାଦ୍ ପଡ଼ିବ ଏବଂ ଏହି ସବୁ ଶବ୍ଦ ସ୍ଥାନରେ ଷ୍ଟ୍ରିଟ୍ ସେକ୍ସୁ୍ଆଲ ହାରାସମେଣ୍ଟ୍, ସେକ୍ସ ୱାର୍କର ଏବଂ ହୋମ୍ମେକର ଭଳି ଶବ୍ଦର ବ୍ୟବହାର କରାଯିବ। ଆଇନ କ୍ଷେତ୍ରରେ ମହିଳାଙ୍କୁ ନେଇ ଯେଉଁ ଲିଙ୍ଗଗତ ପ୍ରଭେଦ ସୃଷ୍ଟିକାରୀ ଭାଷା ବ୍ୟବହାର ହେଉଛି ତାହା ବନ୍ଦ କରିବାପାଇଁ କୋର୍ଟ ଏହି ବିକଳ୍ପ ଶବ୍ଦ ବାଛିଛନ୍ତି। କୋର୍ଟ ଜାରି କରିଥିବା ହ୍ୟାଣ୍ଡବୁକ୍ର ମୁଖବନ୍ଧ ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ ଲେଖିଛନ୍ତି। ଏଥିରେ ଲିଙ୍ଗଗତ ପ୍ରଭେଦ ସୃଷ୍ଟିକାରୀ ଶବ୍ଦ ଗୋଟିଏ ପାର୍ଶ୍ବରେ ରହିଛି ଏବଂ ଆରପାର୍ଶ୍ବରେ କୋର୍ଟ ଦେଇଥିବା ବିକଳ୍ପ ଶବ୍ଦ ରହିଛି। ଆବେଦନ, ନିର୍ଦ୍ଦେଶ ଏବଂ ରାୟ ସମେତ ସମସ୍ତ ଆଇନଗତ କାଗଜପତ୍ରରେ ଏହି ଶବ୍ଦର ବ୍ୟବହାର କରିବାପାଇଁ କୁହାଯାଇଛି।




