ଲାହୋରରେ ବିଷାକ୍ତ ଧୂଆଁ-କୁହୁଡ଼ି; ଦିନକରେ ୧୫୦୦୦ରୁ ଅଧିକ ଶ୍ବାସକ୍ରିୟା ରୋଗୀ ଚିହ୍ନଟ

ଲାହୋର: ୧୪ ନିୟୁତରୁ ଅଧିକ ଲୋକ ବାସ କରୁଥିବା ଶିଳ୍ପ ପରିବେଷ୍ଟିତ ସହର ଲାହୋରରେ ଚଳିତ ମାସରେ ପ୍ରଦୂଷଣ ରେକର୍ଡ ସ୍ତର ଛୁଇଁଛି। ଲାହୋର ଓ ପାକିସ୍ତାନର ଅନ୍ୟାନ୍ୟ ସ୍ଥାନରେ ବିଷାକ୍ତ ଧୂଆଁକୁହୁଡ଼ି ରହୁଥିବା ବେଳେ ଗୋଟିଏ ଦିନରେ ୧୫,୦୦୦ରୁ ଅଧିକ ଶ୍ୱାସକ୍ରିୟା ଓ ଭୂତାଣୁ ଜନିତ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି ବୋଲି ଆରି ନ୍ୟୁଜ୍ ରିପୋର୍ଟ କରିଛି। ସୁଇସ୍ ଗ୍ରୁପ୍ ଆଇକ୍ୟୁଏୟାର ଅନୁଯାୟୀ ଲାହୋରର ପ୍ରଦୂଷଣ ସୂଚକାଙ୍କ ୧୧୬୫ରେ ପହଞ୍ଚିଥିବା ବେଳେ ନୂଆଦିଲ୍ଲୀ ଓ […]

Samaya Live Picture
Published On

ଲାହୋର: ୧୪ ନିୟୁତରୁ ଅଧିକ ଲୋକ ବାସ କରୁଥିବା ଶିଳ୍ପ ପରିବେଷ୍ଟିତ ସହର ଲାହୋରରେ ଚଳିତ ମାସରେ ପ୍ରଦୂଷଣ ରେକର୍ଡ ସ୍ତର ଛୁଇଁଛି। ଲାହୋର ଓ ପାକିସ୍ତାନର ଅନ୍ୟାନ୍ୟ ସ୍ଥାନରେ ବିଷାକ୍ତ ଧୂଆଁକୁହୁଡ଼ି ରହୁଥିବା ବେଳେ ଗୋଟିଏ ଦିନରେ ୧୫,୦୦୦ରୁ ଅଧିକ ଶ୍ୱାସକ୍ରିୟା ଓ ଭୂତାଣୁ ଜନିତ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି ବୋଲି ଆରି ନ୍ୟୁଜ୍ ରିପୋର୍ଟ କରିଛି। ସୁଇସ୍ ଗ୍ରୁପ୍ ଆଇକ୍ୟୁଏୟାର ଅନୁଯାୟୀ ଲାହୋରର ପ୍ରଦୂଷଣ ସୂଚକାଙ୍କ ୧୧୬୫ରେ ପହଞ୍ଚିଥିବା ବେଳେ ନୂଆଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଏହା ୩୫୦ ପାଖାପାଖି ରହିଛି। ଲାହୋରର ହସ୍ପିଟାଲଗୁଡ଼ିକରେ ଶୁଖିଲା କାଶ, ଶ୍ୱାସକ୍ରିୟାରେ ଅସୁବିଧା, ନିମୋନିଆ ଓ ଛାତି ସଂକ୍ରମଣ ଭଳି ଲକ୍ଷଣ ଦେଖାଯାଉଥିବା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ବାୟୁ ପ୍ରଦୂଷଣ ଯୋଗୁଁ ଷ୍ଟ୍ରୋକ୍, ହୃଦ୍‌ରୋଗ, ଫୁସ୍‌ଫୁସ୍ କର୍କଟ ଓ ଶ୍ୱାସରୋଗ ଦେଖାଦେଇପାରେ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ସତର୍କ କରାଇଦେଇଛି। ପାକିସ୍ତାନୀ ଗଣମାଧ୍ୟମ ଅନୁଯାୟୀ, ପାକିସ୍ତାନର ପଞ୍ଜାବ ପ୍ରାଦେଶିକ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଆନୁଷ୍ଠାନିକ ଭାବରେ ଧୂଆଁକୁହୁଡ଼ିକୁ ଏକ ବିପର୍ଯ୍ୟୟ ଭାବରେ ବର୍ଗୀକରଣ କରିଛନ୍ତି ଏବଂ ଜରୁରିକାଳୀନ ପ୍ରୋଟୋକଲ୍ ଜାରି କରିଛନ୍ତି। ମୁଖ୍ୟତଃ ଶିଳ୍ପ ଓ ଯାନବାହନ ନିର୍ଗମନ ତଥା ନଡ଼ାପୋଡ଼ି କାରଣରୁ ହେଉଥିବା ପ୍ରଦୂଷଣ ସ୍ୱାସ୍ଥ୍ୟ ଜରୁରିକାଳୀନ ପରିସ୍ଥିତି ସୃଷ୍ଟି କରିଛି। ଫଳରେ ସରକାର ବିବାହ ଉତ୍ସବ ଉପରେ ତିନି ମାସ ପାଇଁ ପ୍ରତିବନ୍ଧକ ଲଗାଇବା ସହ ସମଗ୍ର ପ୍ରଦେଶରେ ଧୂଆଁର ମୁକାବିଲା ପାଇଁ ନୂତନ ପରିବହନ ନିୟମ ଲାଗୁ କରିଛନ୍ତି। ଏହାବ୍ୟତୀତ ପାକିସ୍ତାନର ପଞ୍ଜାବ ପ୍ରଶାସନ ସ୍କୁଲ ଓ କଲେଜରେ ପାଠପଢ଼ାକୁ ସ୍ଥଗିତ ରଖିଛି।

Tags: