ଲାଇଭ୍ ଟିଭି ବିତର୍କରେ ବିଆର୍ଏସ୍ ବିଧାୟକ ଏବଂ ବିଜେପି ନେତା ମାଡ଼ପିଟ
ହାଇଦ୍ରାବାଦ: ନଭେମ୍ବର ୩୦ ତାରିଖରେ ତେଲେଙ୍ଗାନା ବିଧାନସଭା ନିର୍ବାଚନ ଅଛି। ତେଲେଙ୍ଗାନା ବିଧାନସଭା ନିର୍ବାଚନକୁ ନେଇ ଏକ ତେଲୁଗୁ ନ୍ୟୁଜ୍ ଚ୍ୟାନେଲ୍ରେ ବିତର୍କ ଚାଲିଥିବାବେଳେ ହଠାତ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା। ଲାଇଭ୍ ବିତର୍କ ଚାଲିଥିବାବେଳେ ଜଣେ ବିଆର୍ଏସ୍ ବିଧାୟକ ଏବଂ ତାଙ୍କ ବିଜେପି ପ୍ରତିଦ୍ବନ୍ଦ୍ବୀ ପରସ୍ପରକୁ ଆକ୍ରମଣ କରିଥିଲେ। ଖୋଲା ବିତର୍ଉକରେ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହେବାମାତ୍ରେ ପୁଲିସ ତୁରନ୍ତ ସେମାନଙ୍କୁ ରୋକିଥିଲା। ରାଜ୍ୟ ବିଜେପି ସଭାପତି ତଥା କେନ୍ଦ୍ରମନ୍ତ୍ରୀ ଜି କିଶାନ ରେଡ୍ଡିଙ୍କ ଅଭିଯୋଗ […]
ହାଇଦ୍ରାବାଦ: ନଭେମ୍ବର ୩୦ ତାରିଖରେ ତେଲେଙ୍ଗାନା ବିଧାନସଭା ନିର୍ବାଚନ ଅଛି। ତେଲେଙ୍ଗାନା
ବିଧାନସଭା ନିର୍ବାଚନକୁ ନେଇ ଏକ ତେଲୁଗୁ ନ୍ୟୁଜ୍ ଚ୍ୟାନେଲ୍ରେ ବିତର୍କ ଚାଲିଥିବାବେଳେ ହଠାତ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା। ଲାଇଭ୍ ବିତର୍କ ଚାଲିଥିବାବେଳେ ଜଣେ ବିଆର୍ଏସ୍ ବିଧାୟକ ଏବଂ ତାଙ୍କ ବିଜେପି ପ୍ରତିଦ୍ବନ୍ଦ୍ବୀ ପରସ୍ପରକୁ ଆକ୍ରମଣ କରିଥିଲେ। ଖୋଲା ବିତର୍ଉକରେ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହେବାମାତ୍ରେ ପୁଲିସ ତୁରନ୍ତ ସେମାନଙ୍କୁ ରୋକିଥିଲା। ରାଜ୍ୟ ବିଜେପି ସଭାପତି ତଥା କେନ୍ଦ୍ରମନ୍ତ୍ରୀ ଜି କିଶାନ ରେଡ୍ଡିଙ୍କ ଅଭିଯୋଗ ଅନୁଯାୟୀ ହାଇଦ୍ରାବାଦ କୁତବୁଲ୍ଲପୁରର ବିଆର୍ଏସ ବିଧାୟକ କେପି ବିବେକାନନ୍ଦ ସେହି ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ କୁନା ଶ୍ରୀଶୈଳମ ଗୌଡ଼ଙ୍କ ପ୍ରଶ୍ନର ଉତ୍ତର ଦେଇନପାରି ତାଙ୍କ ଉପରେ ଆକ୍ରମଣ କରିଛନ୍ତି। ରେଡ୍ଡି କହିଛନ୍ତି, ବିବେକାନନ୍ଦ କୁନାଙ୍କ ତଣ୍ଟି ଧରି ତାଙ୍କ ଉପରେ ଆକ୍ରମଣ କରି ଭୟଭୀତ କରିଛନ୍ତି।




