ଲସଏଞ୍ଜେଲ୍ସରେ ବଡ଼ ଧରଣ ବନାଗ୍ନି, ୫ ମୃତ

ନୂଆଦିଲ୍ଲୀ: ଲସ୍‌ ଏଞ୍ଜେଲ୍ସରେ ଏକ ବଡ଼ ଧରଣର ବନାଗ୍ନି ଆତଙ୍କ ଖେଳାଇ ଦେଇଛି। ଏଥିପାଇଁ ପ୍ରାୟ ୧ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ପଡ଼ିଛି। ସାଣ୍ଟା ମୋନିକା ଏବଂ ମାଲିବୁ ମଧ୍ୟରେ ପାସିଫିକ୍‌ ପାଲିସେଡ୍ସ ଅଞ୍ଚଳରେ ପ୍ରାୟ ୧୨୬୨ ଏକର ଜଙ୍ଗଲ ଅଞ୍ଚଳ ଜଳି ପୋଡ଼ି ଛାରଖାର ହୋଇଯାଇଛି। ମାତ୍ର କିଛି ଘଣ୍ଟା ମଧ୍ୟରେ ନିଆଁ ବ୍ୟାପିଯାଇଥିଲା। ୧ ଲକ୍ଷ ଲୋକଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଖାଲି କରାଯାଇଥିଲେ ମଧ୍ୟ ଆହୁରି ଅନେକ ଫସି ରହିଥିବାରୁ ଉଦ୍ଧାର କାର୍ଯ୍ୟ […]

Samaya Live Picture
Published On

ନୂଆଦିଲ୍ଲୀ: ଲସ୍‌ ଏଞ୍ଜେଲ୍ସରେ ଏକ ବଡ଼ ଧରଣର ବନାଗ୍ନି ଆତଙ୍କ ଖେଳାଇ ଦେଇଛି। ଏଥିପାଇଁ ପ୍ରାୟ ୧ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ପଡ଼ିଛି। ସାଣ୍ଟା ମୋନିକା ଏବଂ ମାଲିବୁ ମଧ୍ୟରେ ପାସିଫିକ୍‌ ପାଲିସେଡ୍ସ ଅଞ୍ଚଳରେ ପ୍ରାୟ ୧୨୬୨ ଏକର ଜଙ୍ଗଲ ଅଞ୍ଚଳ ଜଳି ପୋଡ଼ି ଛାରଖାର ହୋଇଯାଇଛି। ମାତ୍ର କିଛି ଘଣ୍ଟା ମଧ୍ୟରେ ନିଆଁ ବ୍ୟାପିଯାଇଥିଲା। ୧ ଲକ୍ଷ ଲୋକଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଖାଲି କରାଯାଇଥିଲେ ମଧ୍ୟ ଆହୁରି ଅନେକ ଫସି ରହିଥିବାରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ନିଆଁ ବ୍ୟାପିବା ଫଳରେ ଲୋକମାନେ ତୋପାଙ୍ଗା କାନ୍ୟନ୍‌ ପାର୍ବତ୍ୟାଞ୍ଚଳ ଛାଡ଼ି ଦେଇଛନ୍ତି। ନିଆଁ ଏତେ ତୀବ୍ର ବେଗରେ ବ୍ୟାପିଥିଲା ଯେ ଲୋକେ ପାଲିସେଡ୍ସ ଡ୍ରାଇଭ୍‌ରେ ସେମାନଙ୍କ କାର୍‌ ଛାଡ଼ି ଦୌଡ଼ିଥିଲେ। ତେବେ ଜାତୀୟ ପାଣିପାଗ ସେବା ପକ୍ଷରୁ ଲସ ଏଞ୍ଜେଲ୍ସ କାଉଣ୍ଟି ପାଇଁ ବ୍ୟାପକ ନିଆଁ ଲାଗିବା ନେଇ ସତର୍କ କରାଯାଇଥିଲା। ଉଲ୍ଲେଖଯୋଗ୍ୟ,ପାସିଫିକ ପାଲିସେଡ୍ସ ଅଞ୍ଚଳରେ ଅନେକ ହଲିଉଡ ଷ୍ଟାରଙ୍କ ବାସଭବନ ରହିଛି। ଅଭିନେତା ଜେମ୍ସ ଉଡ୍ସ ଏକ୍ସରେ ଏକ ପୋଷ୍ଟ୍‌ କରି କହିଛନ୍ତି, ସେ ସୁରକ୍ଷିତ ଉଦ୍ଧାର ହୋଇପାରିଛନ୍ତି। କିନ୍ତୁ ସେ କହିଛନ୍ତି, ତାଙ୍କ ଘର ଏବେ ଅଛି କି ନା’ ତାହା ସେ ଜାଣିନାହାନ୍ତି। ପ୍ରାୟ ୨୦ ହଜାର ଘର କ୍ଷତିଗ୍ରସ୍ତ ହୋଇଛି।

Tags: