ଲଦାଖରେ ଚୀନ୍ ସୀମା ନିକଟରୁ ୧୦୮ କେଜି ଚୋରା ସୁନା ଜବତ

ନୂଆଦିଲ୍ଲୀ: ଲଦାଖର ଚୀନ୍ ସୀମା ନିକଟରୁ ଭାରତ-ତିବ୍ଦତ ସୀମା ପୁଲିସ (ଆଇଟିବିପି) ୧୦୮ଟି ସୁନାଇଟା ଜବତ କରିଛି। ପ୍ରତ୍ୟେକ ସୁନାଇଟାର ଓଜନ ୧ କିଲୋଗ୍ରାମ୍ ହେବ। ଭାରତ-ଚୀନ୍ ସୀମା ନିକଟରେ ଗତ କିଛିବର୍ଷ ମଧ୍ୟରେ ସୁନା ଜବତ ହେବାରେ ଏହା ସବୁଠାରୁ ବଡ଼ ଘଟଣା। ୧୦୮ କେଜି ଚୋରା ସୁନାର ମୂଲ୍ୟ ପ୍ରାୟ ୭୦ କୋଟି ଟଙ୍କା ହୋଇଥିବା ବେଳେ ଦୁଇ ଜଣ ଅଭିଯୁକ୍ତ ତେଞ୍ଜିଙ୍ଗ ଟାର୍ଗେ ଓ ଶେରିଂ ଚମ୍ବାଙ୍କୁ ସୀମା ସୁରକ୍ଷା ବାହିନୀ ଗିରଫ […]

Samaya Live Picture
Published On

ନୂଆଦିଲ୍ଲୀ: ଲଦାଖର ଚୀନ୍ ସୀମା ନିକଟରୁ ଭାରତ-ତିବ୍ଦତ ସୀମା ପୁଲିସ (ଆଇଟିବିପି) ୧୦୮ଟି ସୁନାଇଟା ଜବତ କରିଛି। ପ୍ରତ୍ୟେକ ସୁନାଇଟାର ଓଜନ ୧ କିଲୋଗ୍ରାମ୍ ହେବ। ଭାରତ-ଚୀନ୍ ସୀମା ନିକଟରେ ଗତ କିଛିବର୍ଷ ମଧ୍ୟରେ ସୁନା ଜବତ ହେବାରେ ଏହା ସବୁଠାରୁ ବଡ଼ ଘଟଣା। ୧୦୮ କେଜି ଚୋରା ସୁନାର ମୂଲ୍ୟ ପ୍ରାୟ ୭୦ କୋଟି ଟଙ୍କା ହୋଇଥିବା ବେଳେ ଦୁଇ ଜଣ ଅଭିଯୁକ୍ତ ତେଞ୍ଜିଙ୍ଗ ଟାର୍ଗେ ଓ ଶେରିଂ ଚମ୍ବାଙ୍କୁ ସୀମା ସୁରକ୍ଷା ବାହିନୀ ଗିରଫ କରିଛି। ଦୁଇଜଣଙ୍କଠାରୁ ଚୋରା ଚାଲାଣରେ ବ୍ୟବହୃତ ମୋବାଇଲ, ଛୁରି ଓ ଅନ୍ୟାନ୍ୟ ଉପକରଣ ମଧ୍ୟ ଜବତ କରାଯାଇଛି। ଗୁଇନ୍ଦା ସୂଚନା ମିଳିବା ପରେ ଆଇଟିବିପିର ୨୧ ବାଟାଲିୟନର ଯବାନମାନେ ପୂର୍ବ ଲଦାଖର ଚାଙ୍ଗଥାଙ୍ଗ ସବ୍‌ସେକ୍ଟରରେ ୧୮,୦୦୦ ଫୁଟ୍ ଉଚ୍ଚତାରେ ଚୋରା ଚାଲାଣକାରୀଙ୍କୁ ଧରିବା ପାଇଁ ଅଭିଯାନ ଆରମ୍ଭ କରିଥିଲେ। ବାସ୍ତବ ନିୟନ୍ତ୍ରଣ ରେଖାଠାରୁ ଏକ କିଲୋମିଟର ଦୂର ଶ୍ରୀରାପଳରେ ଦୁଇ ଜଣଙ୍କୁ ଖଚର ଉପରେ ଦେଖି କର୍ମଚାରୀମାନେ ସେମାନଙ୍କୁ ଅଟକିବାକୁ କହିଥିଲେ। ଦୁହେଁ ଖସିଯିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନଙ୍କୁ ପିଛା କରି ଗିରଫ କରାଯାଇଥିଲା। ସେମାନଙ୍କ ଜିନିଷପତ୍ର ଯାଞ୍ଚ କରି ଉକ୍ତ ସୁନା ଜବତ କରାଯାଇଥିଲା। ଜବତ ସାମଗ୍ରୀକୁ ସୀମା ଶୁଳ୍କ ବିଭାଗକୁ ହସ୍ତାନ୍ତର କରାଯିବ ବୋଲି ୨୧ ଆଇଟିବିପି ବାଟାଲିୟନର କମାଣ୍ଡାଣ୍ଟ ଅଜୟ ନିର୍ମଳକର କହିଛନ୍ତି।

Tags: