ଲଣ୍ଡନ ସ୍ଥିତ ଭାରତୀୟ ଦୂତାବାସ ବାହାରେ ଖଲିସ୍ତାନୀ ସମର୍ଥକଙ୍କ ଆନ୍ଦୋଳନ, ତ୍ରିରଙ୍ଗା ପୋଡ଼ିଦେଲେ
ନଆଦିଲ୍ଲୀ : ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଉତ୍ସବ ଅକ୍ଟୋବର ୨ ତାରିଖରେ ଏକ ଖଲିସ୍ତାନୀ ସମର୍ଥକ ଗୋଷ୍ଠୀ ଲଣ୍ଡନ ସ୍ଥିତ ଭାରତୀୟ ଦୂତାବାସ ବାହାରେ ଆନ୍ଦୋଳନ କରିଛନ୍ତି। ଆନ୍ଦୋଳନକାରୀ ଭାରତୀୟ ତ୍ରିରଙ୍ଗାରେ ନିଆଁ ଲଗାଇ ଦେଇଛନ୍ତି ଏବଂ ଭାରତିୀୟ ଜାତୀୟ ପତାକାରେ ଗୋମୁତ୍ର ଢାଳିଛନ୍ତି। ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ବ୍ରିଟେନ୍ ଗୋମୂତ୍ର ପିଇବା ପାଇଁ ଚ୍ୟାଲେଂଜ କରି ଗୁରୁଚରଣ ସିଂହ ପରିସ୍ଥିତିକୁ ଆହୁରି ଜଟିଳ କରିଦେଇଛନ୍ତି। ତେବେ ଆନ୍ଦୋଳନ ତୀବ୍ର ହେବାରୁ ପୁଲିସ […]
ନଆଦିଲ୍ଲୀ : ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଉତ୍ସବ ଅକ୍ଟୋବର ୨ ତାରିଖରେ ଏକ ଖଲିସ୍ତାନୀ ସମର୍ଥକ ଗୋଷ୍ଠୀ ଲଣ୍ଡନ ସ୍ଥିତ ଭାରତୀୟ ଦୂତାବାସ ବାହାରେ ଆନ୍ଦୋଳନ କରିଛନ୍ତି। ଆନ୍ଦୋଳନକାରୀ ଭାରତୀୟ ତ୍ରିରଙ୍ଗାରେ ନିଆଁ ଲଗାଇ ଦେଇଛନ୍ତି ଏବଂ ଭାରତିୀୟ ଜାତୀୟ ପତାକାରେ ଗୋମୁତ୍ର ଢାଳିଛନ୍ତି। ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ବ୍ରିଟେନ୍ ଗୋମୂତ୍ର ପିଇବା ପାଇଁ ଚ୍ୟାଲେଂଜ କରି ଗୁରୁଚରଣ ସିଂହ ପରିସ୍ଥିତିକୁ ଆହୁରି ଜଟିଳ କରିଦେଇଛନ୍ତି। ତେବେ ଆନ୍ଦୋଳନ ତୀବ୍ର ହେବାରୁ ପୁଲିସ ଗୁରୁଚରଣ ସିଂହଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ ଯେ ନିଜାର ହତ୍ୟା ମାଲାକୁ ନେଇ ଭାରତ ଏବଂ କାନାଡ଼ା ମଧ୍ୟରେ କୂଟନୈତିକ ବିବାଦ ଲାଗି ରହିଥିବାବେଳେ ଏଭଳି ଗୁରୁତ୍ବପୂର୍ଣ୍ଣ ସମୟରେ ବିଭିନ୍ନ ରାଷ୍ଟ୍ରରେ ଭାରତ ବିରୋଧୀ କାର୍ଯ୍ୟ ବଢ଼ୁଛି ଏବଂ ଖଲିସ୍ତାନୀ ସମର୍ଥକମାନେ ଭାରତୀୟ ଦୂତାବାସ ବାହାରେ ଆନ୍ଦୋଳନ କରି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି।




