ଲଣ୍ଡନରେ ଶିଖ୍‌ ରେଷ୍ଟୁରାଣ୍ଟ ମାଲିକଙ୍କ କାର ଉପରକୁ ଗୁଳିମାଡ଼ କଲେ ଖଲିସ୍ତାନୀ ସମର୍ଥକ

ଲଣ୍ଡନ: ଲଣ୍ଡନରେ ଖଲିସ୍ତାନୀ ସମର୍ଥକଙ୍କ ଭାରତ ବିରୋଧୀ କାର୍ଯ୍ୟକଳାପ ବୃଦ୍ଧି ପାଇଛି। ଖଲିସ୍ତାନ ପ୍ରସଙ୍ଗରେ ଭାରତ ସରକାରଙ୍କ ଆଭିମୁଖ୍ୟକୁ ସମର୍ଥନ କରୁଥିବାରୁ ଜଣେ ଶିଖ୍‌ ରେଷ୍ଟୁରାଣ୍ଟ ମାଲିକଙ୍କ କାର୍‌ ଉପରେ ଆଜି ଖଲିସ୍ତାନୀ ଚରମପନ୍ଥୀ ଗୁଳିମାଡ଼ କରିବା ସହ କାର୍‌କୁ ଭଙ୍ଗାରୁଜା କରିଛନ୍ତି। ଅଜ୍ଞାତ ଖଲିସ୍ତାନୀ ଉପଦ୍ରବକାରୀମାନେ ହରମନ ସିଂହ କପୁରଙ୍କ କାର୍‌ ଉପରେ ଗୁଳିମାଡ଼ କରିବା ସହ ଭଙ୍ଗାରୁଜା କରିଛନ୍ତି। ଏହା ସହିତ ସୋସିଆଲ ମିଡିଆରେ ଖଲିସ୍ତାନୀଙ୍କ ବିରୋଧରେ କୌଣସି ପୋଷ୍ଟ୍‌ କଲେ ଭୟାନକ ପରିଣାମ […]

Samaya Live Picture
Published On

ଲଣ୍ଡନ: ଲଣ୍ଡନରେ ଖଲିସ୍ତାନୀ ସମର୍ଥକଙ୍କ ଭାରତ ବିରୋଧୀ କାର୍ଯ୍ୟକଳାପ ବୃଦ୍ଧି ପାଇଛି। ଖଲିସ୍ତାନ ପ୍ରସଙ୍ଗରେ ଭାରତ ସରକାରଙ୍କ ଆଭିମୁଖ୍ୟକୁ ସମର୍ଥନ କରୁଥିବାରୁ ଜଣେ ଶିଖ୍‌ ରେଷ୍ଟୁରାଣ୍ଟ ମାଲିକଙ୍କ କାର୍‌ ଉପରେ ଆଜି ଖଲିସ୍ତାନୀ ଚରମପନ୍ଥୀ ଗୁଳିମାଡ଼ କରିବା ସହ କାର୍‌କୁ ଭଙ୍ଗାରୁଜା କରିଛନ୍ତି। ଅଜ୍ଞାତ ଖଲିସ୍ତାନୀ ଉପଦ୍ରବକାରୀମାନେ ହରମନ ସିଂହ କପୁରଙ୍କ କାର୍‌ ଉପରେ ଗୁଳିମାଡ଼ କରିବା ସହ ଭଙ୍ଗାରୁଜା କରିଛନ୍ତି। ଏହା ସହିତ ସୋସିଆଲ ମିଡିଆରେ ଖଲିସ୍ତାନୀଙ୍କ ବିରୋଧରେ କୌଣସି ପୋଷ୍ଟ୍‌ କଲେ ଭୟାନକ ପରିଣାମ ପାଇଁ ପ୍ରସ୍ତୁତ ରହିବାକୁ ଉପଦ୍ରବକାରୀମାନେ ଚେତାବନୀ ଦେଇଛନ୍ତି। ଏହି ଘଟଣାକୁ ନେଇ ଲଣ୍ଡନରେ ବସବାସ କରୁଥିବା ଭାରତୀୟ ହିନ୍ଦୁ ଓ ଶିଖ୍‌ ସମୁଦାୟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସ୍ଥାନୀୟ ପୁଲିସ ପ୍ରଶାସନ ପକ୍ଷରୁ ମାମଲାର ତଦନ୍ତ ଆରମ୍ଭ ହୋଇଛି । ଲଣ୍ଡନରେ ପ୍ରବାସୀ ଭାରତୀୟ ଓ ଭାରତୀୟ ନାଗରିକଙ୍କୁ ଟାର୍ଗେଟ୍‌ କରାଯାଉଥିବାରୁ ଆଜି ଭାରତୀୟ ହାଇକମିସନ ଏ ବାବଦରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି।

Tags: