ଲଣ୍ଡନରେ ଭାରତୀୟ ବଂଶୋଦ୍ଭବ ଯୁବକଙ୍କୁ ହତ୍ୟା

ଲଣ୍ଡନ: ଲଣ୍ଡନରେ ପୁଣି ଜଣେ ଭାରତୀୟ ବଂଶୋଦ୍ଭବ ଯୁବକ ହତ୍ୟାର ଶିକାର ହୋଇଛନ୍ତି। ଅରବିନ୍ଦ ଶଶିକୁମାର ନାମକ ଜଣେ ୩୮ ବର୍ଷୀୟ ଭାରତୀୟ ବଂଶୋଦ୍ଭବଙ୍କୁ ଲଣ୍ଡନରେ ଶୁକ୍ରବାର ଛୁରି ଭୁସି ହତ୍ୟା କରାଯାଇଛି। କାମ୍ବରୱେଲର ସାଉଥାମ୍ପଟନ ୱେରେ ଏକ ଘରେ ଅରବିନ୍ଦଙ୍କୁ ହତ୍ୟା କରାଯାଇଛି। ଶୁକ୍ରବାର ରାତି ୧ଟା ୩୧ ମିନିଟରେ ଯୁବକଙ୍କ ମୃତ୍ୟୁ ହୋଇଥିବା ପୁଲିସ କହିଛି। ସଲମାନ ସଲିମ ନାମକ ଜଣେ ୨୫ ବର୍ଷୀୟ ଯୁବକ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଶବ‌ […]

Samaya Live Picture
Published On

ଲଣ୍ଡନ: ଲଣ୍ଡନରେ ପୁଣି ଜଣେ ଭାରତୀୟ ବଂଶୋଦ୍ଭବ ଯୁବକ ହତ୍ୟାର ଶିକାର ହୋଇଛନ୍ତି। ଅରବିନ୍ଦ ଶଶିକୁମାର ନାମକ ଜଣେ ୩୮ ବର୍ଷୀୟ ଭାରତୀୟ ବଂଶୋଦ୍ଭବଙ୍କୁ ଲଣ୍ଡନରେ ଶୁକ୍ରବାର ଛୁରି ଭୁସି ହତ୍ୟା କରାଯାଇଛି। କାମ୍ବରୱେଲର ସାଉଥାମ୍ପଟନ ୱେରେ ଏକ ଘରେ ଅରବିନ୍ଦଙ୍କୁ ହତ୍ୟା କରାଯାଇଛି। ଶୁକ୍ରବାର ରାତି ୧ଟା ୩୧ ମିନିଟରେ ଯୁବକଙ୍କ ମୃତ୍ୟୁ ହୋଇଥିବା ପୁଲିସ କହିଛି। ସଲମାନ ସଲିମ ନାମକ ଜଣେ ୨୫ ବର୍ଷୀୟ ଯୁବକ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଶବ‌ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି ଯେ ଅରବିନ୍ଦଙ୍କ ଛାତିରେ ଛୁରି ଆକ୍ରମଣର କ୍ଷତଚିହ୍ନ ରହିଛି। କ୍ୟାମ୍ବରବେଲ୍ ଏବଂ ପେକହାମର ସାଂସଦ ହାରିଏଟ୍ ହରମାନ ଉକ୍ତ ହତ୍ୟାକୁ ବୀଭତ୍ସ ବୋଲି କହିବା ସହିତ ଶୋକସନ୍ତପ୍ତ ପରିବାରଙ୍କୁ ଗଭୀର ସମବେଦନା ଜଣାଇଛନ୍ତି। ଗତ ୩ ଦିନ ମଧ୍ୟରେ ଏହା ତୃତୀୟ ଘଟଣା।

Tags: