ଲଣ୍ଡନରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ଆକ୍ରମଣ ଉଦ୍ୟମ

ଲଣ୍ଡନ: ଖଲିସ୍ତାନୀ ଉଗ୍ରବାଦୀମାନେ ଲଣ୍ଡନ ଗସ୍ତରେ ଥିବା ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ଆକ୍ରମଣ ଉଦ୍ୟମ କରିଛନ୍ତି। ଏଭଳି ଅପ୍ରତ୍ୟାଶିତ ଘଟଣା ଅନ୍ତର୍ଜାତୀୟ କୂଟନୀତିରେ ହଇଚଇ ସୃଷ୍ଟି କରିଛି। ଜୟଶଙ୍କର ବ୍ରିଟିଶ ଥିଙ୍କ୍‌ଟ୍ୟାଙ୍କ ଚାଥାମ୍‌ ହାଉସ୍ ପକ୍ଷରୁ ଆୟୋଜିତ ସଭାରେ ଯୋଗଦେଇଥିବା ବେଳେ ବାହାରେ ଖଲିସ୍ତାନ ସମର୍ଥକମାନେ ଭାରତ ବିରୋଧୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଅନ୍‌ଲାଇନରେ ପ୍ରସାରିତ ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ବ୍ୟକ୍ତି ଜୟଶଙ୍କରଙ୍କ ଗାଡ଼ି ଆଡ଼କୁ ଦୌଡ଼ିଆସି ଲଣ୍ଡନ […]

Samaya Live Picture
Published On

ଲଣ୍ଡନ: ଖଲିସ୍ତାନୀ ଉଗ୍ରବାଦୀମାନେ ଲଣ୍ଡନ ଗସ୍ତରେ ଥିବା ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ଆକ୍ରମଣ ଉଦ୍ୟମ କରିଛନ୍ତି। ଏଭଳି ଅପ୍ରତ୍ୟାଶିତ ଘଟଣା ଅନ୍ତର୍ଜାତୀୟ କୂଟନୀତିରେ ହଇଚଇ ସୃଷ୍ଟି କରିଛି। ଜୟଶଙ୍କର ବ୍ରିଟିଶ ଥିଙ୍କ୍‌ଟ୍ୟାଙ୍କ ଚାଥାମ୍‌ ହାଉସ୍ ପକ୍ଷରୁ ଆୟୋଜିତ ସଭାରେ ଯୋଗଦେଇଥିବା ବେଳେ ବାହାରେ ଖଲିସ୍ତାନ ସମର୍ଥକମାନେ ଭାରତ ବିରୋଧୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଅନ୍‌ଲାଇନରେ ପ୍ରସାରିତ ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ବ୍ୟକ୍ତି ଜୟଶଙ୍କରଙ୍କ ଗାଡ଼ି ଆଡ଼କୁ ଦୌଡ଼ିଆସି ଲଣ୍ଡନ ପୁଲିସ ଅଧିକାରୀଙ୍କ ସମ୍ମୁଖରେ ଭାରତୀୟ ଜାତୀୟ ପତାକା ଚିରି ଦେଉଛନ୍ତି। ତେବେ ପୁଲିସ ତୁରନ୍ତ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପଦକ୍ଷେପ ନେଇଥିଲା ଏବଂ କେତେକ ଖଲିସ୍ତାନୀ ସମର୍ଥକଙ୍କୁ ଅଟକ ରଖାଯାଇଥିବା ଜଣାପଡ଼ିଛି। ଲଣ୍ଡନରେ ଖଲିସ୍ତାନୀଙ୍କ ଏଭଳି କାଣ୍ଡକୁ ଭାରତ ପକ୍ଷରୁ କଡ଼ା ନିନ୍ଦା କରାଯାଇଛି।

Tags: