ଲଣ୍ଡନରେ ପୂର୍ବତନ ନିତି ଆୟୋଗ କର୍ମଚାରୀଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ

ନୂଆଦିଲ୍ଲୀ : ଲଣ୍ଡନରେ ନିତି ଆୟୋଗର ଜଣେ ପୂର୍ବତନ କର୍ମଚାରୀଙ୍କ ମୃତ୍ୟୁ ହୋଇଯାଇଛି। ଲଣ୍ଡନ ସ୍କୁଲ୍‌ ଅଫ ଇକୋନୋମିକ୍ସ ଆଣ୍ଡ ପଲିଟିକାଲ୍‌ ସାଇନ୍ସରେ ସେ ପିଏଚଡି କରୁଥିଳେ। ଲଣ୍ଡନ ୟୁନିଭର୍ସିଟିରୁ ସେ ସାଇକେଲ ଚଳାଇ ଘରକୁ ଫେରୁଥିବାବେଳେ ବାଟରେ ତାଙ୍କୁ ଟ୍ରକ୍‌ ପିଟିଦେଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଛି। ତାଙ୍କ ନାଁ ଚିସ୍ଥା କେଚ୍ଚର। ବୟସ ୩୩। ବିହେଭିଅରାଲ୍‌ ରିସର୍ଚ୍ଚ ଉପରେ ସେ ଅଧ୍ୟୟନ କରୁଥିଲେ। ସେ ଗତବର୍ଷ ହରିୟାଣାର ଗୁରୁଗ୍ରାମରୁ ଲଣ୍ଡନକୁ ଯାଇଥିଲେ। ତାଙ୍କ […]

Samaya Live Picture
Published On

ନୂଆଦିଲ୍ଲୀ : ଲଣ୍ଡନରେ ନିତି ଆୟୋଗର ଜଣେ ପୂର୍ବତନ କର୍ମଚାରୀଙ୍କ ମୃତ୍ୟୁ ହୋଇଯାଇଛି। ଲଣ୍ଡନ ସ୍କୁଲ୍‌ ଅଫ ଇକୋନୋମିକ୍ସ ଆଣ୍ଡ ପଲିଟିକାଲ୍‌ ସାଇନ୍ସରେ ସେ ପିଏଚଡି କରୁଥିଳେ। ଲଣ୍ଡନ ୟୁନିଭର୍ସିଟିରୁ ସେ ସାଇକେଲ ଚଳାଇ ଘରକୁ ଫେରୁଥିବାବେଳେ ବାଟରେ ତାଙ୍କୁ ଟ୍ରକ୍‌ ପିଟିଦେଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଛି। ତାଙ୍କ ନାଁ ଚିସ୍ଥା କେଚ୍ଚର। ବୟସ ୩୩। ବିହେଭିଅରାଲ୍‌ ରିସର୍ଚ୍ଚ ଉପରେ ସେ ଅଧ୍ୟୟନ କରୁଥିଲେ। ସେ ଗତବର୍ଷ ହରିୟାଣାର ଗୁରୁଗ୍ରାମରୁ ଲଣ୍ଡନକୁ ଯାଇଥିଲେ। ତାଙ୍କ ମୃତ୍ୟୁ ଖବର ଶୁଣି ସବୁଆଡ଼ୁ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ ହୋଇଛି। ମାର୍ଚ୍ଚ ୧୯ ତାରିଖ ସନ୍ଧ୍ୟା ଫାରିଙ୍ଗଡନ ରୋଡ୍‌ ନିକଟସ୍ଥ କ୍ଲର୍କେନୱେଲ୍‌ ରୋଡରେ ଏହି ଦୁର୍ଘଟଣା ହୋଇଛି।

Tags: