ଲଣ୍ଡନରେ ଦୀପାବଳି ଉତ୍ସବ ବେଳେ ନିଆଁ ଲାଗି ୫ ଭାରତୀୟ ବଂଶୋଦ୍ଭବ ପରିବାର ସଦସ୍ୟଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ପଶ୍ଚିମ ଲଣ୍ଡନରେ ଦୀପାବଳି ଉତ୍ସବ ପାଳନ ବେଳେ ବଡ଼ ଅଘଟଣ ଘଟିଯାଇଛି। ରବିବାର ରାତିରେ ଦୀପାବଳି ଉତ୍ସବ ମନାଉଥିବାବେଳେ ଘରେ ନିଆଁ ଲାଗିଯିବା ଫଳରେ ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଉକ୍ତ ୫ ଜଣ ସଦସ୍ୟ ସମସ୍ତେ ଭାରତୀୟ ବଂଶୋଦ୍ଭବ। ମୃତକଙ୍କ ମଧ୍ୟରେ ୩ ଜଣ ଶିଶୁ ଅଛନ୍ତି। ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ଅଗ୍ନିକାଣ୍ଡରେ ଆହତ ହୋଇଥିବା ଜଣାପଡ଼ିଛି। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ କ’ଣ ଜଣାପଡ଼ିନି। ଏନେଇ ଅଧିକ […]

Samaya Live Picture
Published On

ନୂଆଦିଲ୍ଲୀ : ପଶ୍ଚିମ ଲଣ୍ଡନରେ ଦୀପାବଳି ଉତ୍ସବ ପାଳନ ବେଳେ ବଡ଼ ଅଘଟଣ ଘଟିଯାଇଛି। ରବିବାର ରାତିରେ ଦୀପାବଳି ଉତ୍ସବ ମନାଉଥିବାବେଳେ ଘରେ ନିଆଁ ଲାଗିଯିବା ଫଳରେ ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଉକ୍ତ ୫ ଜଣ ସଦସ୍ୟ ସମସ୍ତେ ଭାରତୀୟ ବଂଶୋଦ୍ଭବ। ମୃତକଙ୍କ ମଧ୍ୟରେ ୩ ଜଣ ଶିଶୁ ଅଛନ୍ତି। ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ଅଗ୍ନିକାଣ୍ଡରେ ଆହତ ହୋଇଥିବା ଜଣାପଡ଼ିଛି। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ କ’ଣ ଜଣାପଡ଼ିନି। ଏନେଇ ଅଧିକ ତଦନ୍ତ ଜାରି ରହିଛି। ତେବେ ଅଗ୍ନିକାଣ୍ଡରେ ପ୍ରାଣ ହାରିଥିବା ପରିବାର ସଦସ୍ୟ ନିକଟରେ ବେଲଜିୟମରୁ ଲଣ୍ଡନ ଯାଇଥିବା ଜଣାପଡ଼ିଛି।

Tags: