ଲଗାତାର ୨ ଦିନ ଧରି ଦୈନିକ ସଂକ୍ରମଣ ୩ ହଜାର ଉପରେ

ନୂଆଦିଲ୍ଳୀ, ୩୧/୩ : ଲଗାତାର ୨ ଦିନ ଧରି ଦେଶ‌ରେ ଦୈନିକ ସଂକ୍ରମଣ ୩ ହଜାର ଉପରେ ରହୁଛି। ଦେଶରେ ଆଜି ୩,୦୯୫ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ୨୦୨୩ ମସିହାର ଏହା ସର୍ବାଧିକ ସଂକ୍ରମଣ। ଅନ୍ୟପକ୍ଷେ ଦେଶରେ ସକ୍ରିୟ ମାମଲା ୧୫ ହଜାର ଟପିଯାଇଛି। ମୋଟ୍‌ ସକ୍ରିୟ ମାମଲା ୧୫,୨୦୮। ଗତ କିଛି ଦିନ ଧରି ଦେଶରେ ଦୈନିକ ସଂକ୍ରମଣ ବଢ଼ୁଛି। ତେବେ ସଂକ୍ରମଣ ବଢ଼ୁଥି‌ଲେ ସୁଦ୍ଧା ହସ୍ପିଟାଲ୍‌ରେ ରୋଗୀଙ୍କ ସଂଖ୍ୟା ବଢ଼ିନି। ଗତ […]

Samaya Live Picture
Published On

ନୂଆଦିଲ୍ଳୀ, ୩୧/୩ : ଲଗାତାର ୨ ଦିନ ଧରି ଦେଶ‌ରେ ଦୈନିକ ସଂକ୍ରମଣ ୩ ହଜାର ଉପରେ ରହୁଛି। ଦେଶରେ ଆଜି ୩,୦୯୫ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ୨୦୨୩ ମସିହାର ଏହା ସର୍ବାଧିକ ସଂକ୍ରମଣ। ଅନ୍ୟପକ୍ଷେ ଦେଶରେ ସକ୍ରିୟ ମାମଲା ୧୫ ହଜାର ଟପିଯାଇଛି। ମୋଟ୍‌ ସକ୍ରିୟ ମାମଲା ୧୫,୨୦୮। ଗତ କିଛି ଦିନ ଧରି ଦେଶରେ ଦୈନିକ ସଂକ୍ରମଣ ବଢ଼ୁଛି। ତେବେ ସଂକ୍ରମଣ ବଢ଼ୁଥି‌ଲେ ସୁଦ୍ଧା ହସ୍ପିଟାଲ୍‌ରେ ରୋଗୀଙ୍କ ସଂଖ୍ୟା ବଢ଼ିନି। ଗତ ୨୪ ଘଣ୍ଟାରେ ୧୩୯୦ ଜଣ କରୋନାରୁ ସୁସ୍ଥ ହେବା ସହ ଦେଶରେ ମୋଟ୍‌ ଆରୋଗ୍ୟଙ୍କ ସଂଖ୍ୟା ୪,୪୧,୬୯,୭୧୧କୁ ବୃଦ୍ଧି ପାଇଛି। ଗତକାଲି ୨ ଜଣଙ୍କ କରୋନାରେ ମୃତ୍ୟୁ ‌ହୋଇଛି। ଗୋଆ ଏବଂ ଗୁଜରାଟରେ ଗୋଟିଏ ଲେଖାଏଁ କରୋନା ମୃତ୍ୟୁ ହୋଇଛି। ଦିଲ୍ଲୀରେ ଗୁରୁବାର ୨୯୫ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଦିଲ୍ଲୀରେ ପଜିଟିଭ ହାର ୧୩.୮୯ ପ୍ରତିଶତ। ଦିଲ୍ଲୀରେ ଦୈନିକ ସଂକ୍ରମଣ ବୃଦ୍ଧି ଯୋଗୁଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି କରୋନା ସ୍ଥିତି ନେଇ ଏକ ସମୀକ୍ଷା ବୈଠକ କରିଛନ୍ତି ।
.

Tags: