ଲଗାତାର ଅଷ୍ଟମ ଥର ପାଇଁ ବଜେଟ୍‌ ଉପସ୍ଥାପନ କଲେ ନିର୍ମଳା , ଘଣ୍ଟେ ୧୪ ମିନିଟ୍‌ର ଅଭିଭାଷଣ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିଛନ୍ତି। ବିଭିନ୍ନ କ୍ଷେତ୍ର ପାଇଁ ଏହି ବଜେଟରେ ବଡ ଘୋଷଣା କରାଯାଇଥିବା ବେଳେ ଠିକ୍ ଦିନ ୧୧ଟା ସମୟରେ ଅର୍ଥମନ୍ତ୍ରୀ ବଜେଟ୍ ଅଭିଭାଷଣ ରଖିଥିଲେ। ନିର୍ମଳା ୧ ଘଣ୍ଟା ୧୪ ମିନିଟ୍ ବଜେଟ୍ ଉପସ୍ଥାପନ କରି ନିଜ ବଜେଟ୍ ଅଭିଭାଷଣ ସମାପ୍ତ କରିଥିଲେ । ଅର୍ଥମନ୍ତ୍ରୀ ଭାବେ ନିର୍ମଳା ୮ମ ଥର ପାଇଁ ଲଗାତାର ବଜେଟ୍ ଉପସ୍ଥାପନ କରି ରେକର୍ଡ କରିଛନ୍ତି […]

ଲଗାତାର ଅଷ୍ଟମ ଥର ପାଇଁ ବଜେଟ୍‌ ଉପସ୍ଥାପନ କଲେ ନିର୍ମଳା , ଘଣ୍ଟେ ୧୪ ମିନିଟ୍‌ର ଅଭିଭାଷଣ
Samaya Live Picture
Published On

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିଛନ୍ତି। ବିଭିନ୍ନ କ୍ଷେତ୍ର ପାଇଁ ଏହି ବଜେଟରେ ବଡ ଘୋଷଣା କରାଯାଇଥିବା ବେଳେ ଠିକ୍ ଦିନ ୧୧ଟା ସମୟରେ ଅର୍ଥମନ୍ତ୍ରୀ ବଜେଟ୍ ଅଭିଭାଷଣ ରଖିଥିଲେ। ନିର୍ମଳା ୧ ଘଣ୍ଟା ୧୪ ମିନିଟ୍ ବଜେଟ୍ ଉପସ୍ଥାପନ କରି ନିଜ ବଜେଟ୍ ଅଭିଭାଷଣ ସମାପ୍ତ କରିଥିଲେ । ଅର୍ଥମନ୍ତ୍ରୀ ଭାବେ ନିର୍ମଳା ୮ମ ଥର ପାଇଁ ଲଗାତାର ବଜେଟ୍ ଉପସ୍ଥାପନ କରି ରେକର୍ଡ କରିଛନ୍ତି । ତେବେ କେନ୍ଦ୍ର ବଜେଟରେ ମଧ୍ୟବିତ୍ତଙ୍କୁ ଖୁସି କରିବାକୁ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନର୍ମଳା ସୀତାରମଣ । ଆୟକର ଛାଡ଼ସୀମା ୧୨ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି । ଆୟକର ରିଟର୍ଣ୍ଣ ଫାଇଲ୍ କରିବାର ସମୟସୀମାକୁ ୨ ବର୍ଷରୁ ୪ ବର୍ଷକୁ ବୃଦ୍ଧି କରାଯାଇଛି। କ୍ରିମ୍‌ କଲର୍ ଶାଢି ପିନ୍ଧି ଅର୍ଥମନ୍ତ୍ରୀ ବଜେଟ୍ ଉପସ୍ଥାପନା କରିଥିବା ବେଳେ ଏହା ବିହାରର ମଧୁବନୀ ଶାଢି ଯାହାକୁ ପଦ୍ମଶ୍ରୀ ଦୁଲାରୀ ଦେବୀଙ୍କ ସମ୍ମାନରେ ସେ ଆଜି ପିନ୍ଧିଛନ୍ତି । ପଦ୍ମଶ୍ରୀ ଦୁଲାରୀ ଦେବୀ ଅର୍ଥମନ୍ତ୍ରୀଙ୍କୁ ଏହି ଶାଢିଟି ଉପହାର ଦେଇ ବଜେଟ୍ ଦିନ ପିନ୍ଧିବାକୁ କହିଥିଲେ

Tags: