ଲକ୍ଷ୍ନୌ ବିମାନବନ୍ଦରରେ ବଡ଼ ଦୁର୍ଘଟଣାରୁ ବର୍ତ୍ତିଲା ଇଣ୍ଡିଗୋ ବିମାନ

ଲକ୍ଷ୍ନୌ: ଲକ୍ଷ୍ନୌର ଚୌଧୁରୀ ଚରଣ ସିଂହ ବିମାନବନ୍ଦରରେ ବଡ଼ଧରଣର ଦୁର୍ଘଟଣାରୁ ବର୍ତ୍ତି ଯାଇଛି ଇଣ୍ଡିଗୋର ଏକ ବିମାନ। ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବିମାନ ଉଡ଼ାଣ ଆରମ୍ଭ କରିବା ପୂର୍ବରୁ ଜରୁରୀକାଳୀନ ବ୍ରେକ୍ ଲଗାଯାଇ ପାରିଥିଲା। ଶନିବାର ୧୫୧ ଯାତ୍ରୀଙ୍କୁ ନେଇ ଇଣ୍ଡିଗୋ ଫ୍ଲାଇଟ ୬ଇ-୨୧୧୧ ଲ‌କ୍ଷ୍ନୌରୁ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ତେବେ ଇଞ୍ଜିନରେ ‌ତ୍ରୁଟି ଥିବା ଲକ୍ଷ୍ୟ କରି ପାଇଲଟ ତୁରନ୍ତ ଜରୁରୀକାଳୀନ ବ୍ରେକ୍ ଲଗାଇଥିଲେ। ବିମାନରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ […]

ଲକ୍ଷ୍ନୌ ବିମାନବନ୍ଦରରେ ବଡ଼ ଦୁର୍ଘଟଣାରୁ ବର୍ତ୍ତିଲା ଇଣ୍ଡିଗୋ ବିମାନ
Samaya Live Picture
Published On

ଲକ୍ଷ୍ନୌ: ଲକ୍ଷ୍ନୌର ଚୌଧୁରୀ ଚରଣ ସିଂହ ବିମାନବନ୍ଦରରେ ବଡ଼ଧରଣର ଦୁର୍ଘଟଣାରୁ ବର୍ତ୍ତି ଯାଇଛି ଇଣ୍ଡିଗୋର ଏକ ବିମାନ। ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବିମାନ ଉଡ଼ାଣ ଆରମ୍ଭ କରିବା ପୂର୍ବରୁ ଜରୁରୀକାଳୀନ ବ୍ରେକ୍ ଲଗାଯାଇ ପାରିଥିଲା। ଶନିବାର ୧୫୧ ଯାତ୍ରୀଙ୍କୁ ନେଇ ଇଣ୍ଡିଗୋ ଫ୍ଲାଇଟ ୬ଇ-୨୧୧୧ ଲ‌କ୍ଷ୍ନୌରୁ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ତେବେ ଇଞ୍ଜିନରେ ‌ତ୍ରୁଟି ଥିବା ଲକ୍ଷ୍ୟ କରି ପାଇଲଟ ତୁରନ୍ତ ଜରୁରୀକାଳୀନ ବ୍ରେକ୍ ଲଗାଇଥିଲେ। ବିମାନରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ପତ୍ନୀ ତଥା ସାଂସଦ ଡିମ୍ପଲ ଯାଦବ ମଧ୍ୟ ଥିଲେ। ରନୱେରେ ହଠାତ୍‌ ବିମାନ ଅଟକି ଯିବା ଦେଖି ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ। ପରେ ସେମାନଙ୍କୁ ସୁରକ୍ଷିତ ସେଠାରୁ ଓହ୍ଲାଇ ଅନ୍ୟ ଏକ ବିମାନରେ ଦିଲ୍ଲୀ ଅଭିମୁଖେ ପଠାଯାଇଥିଲା। ଏହି ଘଟଣାର ସବିଶେଷ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ଡିଜିସିଏ ନିର୍ଦେଶ ଦେଇଥିବା ବିମାନବନ୍ଦର ସୂତ୍ରରୁ ଜଣାପଡ଼ିଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ବିମାନଟି ଉଡ଼ାଣ ଭରିବାକୁ ସକ୍ଷମ ହେଉନଥିଲା। ପାଇଲଟ ଏହା ଜାଣିବା ପ‌ରେ ତୁରନ୍ତ ଏଟିସିକୁ ଜଣାଇଥିଲେ ଏବଂ ବିମାନକୁ ଟାକ୍ସିୱେରେ ୭ ନଂ ବେକୁ ଆଣିଥିଲେ। ପରେ ଇଣ୍ଡିଗୋ ପକ୍ଷରୁ ଏକ ପ୍ରେସ ବାର୍ତ୍ତା ଜାରି କରି ଘଟଣା ସ୍ପଷ୍ଟ କରାଯାଇଥିଲା ।

Tags: