ଲକ୍ଷ୍ନୌରେ ସିଲିଣ୍ଡର ବିସ୍ଫୋରଣରେ ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଆଜି ଏକ ଘରେ ୨ଟି ଏଲପିଜି ସିଲିଣ୍ଡର ବିସ୍ଫୋରଣ ହୋଇ ୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪ ଜଣ ଆହତ ହୋଇଛନ୍ତି। ଲକ୍ଷ୍ନୌର ହାତା ହଜରାତ ସାହେବ ଅଞ୍ଚଳରେ ଏହି ଘଟଣା ଘଟିଛି। କକୋରି ଥାନା ଅଧୀନରେ ମଙ୍ଗଳବାର ରାତି ପ୍ରାୟ ୧୦.୩୦ ସମୟରେ ଏହି ଘଟଣା ଘଟିଛି। ସର୍ଟ ସର୍କିଟ ଯୋଗୁଁ ପ୍ରଥମେ ଘରେ ନିଆଁ ଲାଗି ଯାଇଥିଲା ଏବଂ ଏହାପରେ ୨ଟି ସିଲିଣ୍ଡର ବିସ୍ଫୋରଣ ହୋଇଥିଲା। ଫଳରେ ଗୋଟିଏ […]

Samaya Live Picture
Published On

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଆଜି ଏକ ଘରେ ୨ଟି ଏଲପିଜି ସିଲିଣ୍ଡର ବିସ୍ଫୋରଣ ହୋଇ ୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪ ଜଣ ଆହତ ହୋଇଛନ୍ତି। ଲକ୍ଷ୍ନୌର ହାତା ହଜରାତ ସାହେବ ଅଞ୍ଚଳରେ ଏହି ଘଟଣା ଘଟିଛି। କକୋରି ଥାନା ଅଧୀନରେ ମଙ୍ଗଳବାର ରାତି ପ୍ରାୟ ୧୦.୩୦ ସମୟରେ ଏହି ଘଟଣା ଘଟିଛି। ସର୍ଟ ସର୍କିଟ ଯୋଗୁଁ ପ୍ରଥମେ ଘରେ ନିଆଁ ଲାଗି ଯାଇଥିଲା ଏବଂ ଏହାପରେ ୨ଟି ସିଲିଣ୍ଡର ବିସ୍ଫୋରଣ ହୋଇଥିଲା। ଫଳରେ ଗୋଟିଏ ପରିବାରର ୫ ଜଣଙ୍କର ମୃତ୍ୟୁ ହୋଇଯାଇଛି। ସ୍ଥାନୀୟ ଲୋକଙ୍କ ସହ ୩ ଟିମ୍ ଅଗ୍ନି ନିର୍ବାପକ ଦଳ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ପରିବାରରେ ମୋଟ୍ ୯ ଜଣ ଥିଲେ। ସେମାନଙ୍କୁ ତୁରନ୍ତ କିଙ୍ଗ ଜର୍ଜ ମେଡିକାଲ ୟୁନିଭର୍ସିଟିର ଟ୍ରମା ସେଣ୍ଟର ନିଆଯାଇଥିଲା। କିନ୍ତୁ ସେଠାରେ ୫ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା। ମୃତକମାନଙ୍କୁ ଚିହ୍ନଟ କରାଯାଇଛି ଏବଂ ସେମାନେ ହେଉଛନ୍ତି ମୁଶୀର (୫୦), ହୁସନ ବାନୋ (୪୫), ରେୟା (୭), ଉମା (୪) ଏବଂ ହିମା (୨)। ଅନ୍ୟପକ୍ଷେ ଇଶା (୧୭), ଲକବ (୨୧), ଅମଜାଦ (୩୪) ଏବଂ ଅନାମ (୧୮)ଙ୍କ ଶରୀରରେ ଆଘାତ ଲାଗିଛି ଏବଂ ସେମାନେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

Tags: