ରୋହିଙ୍ଗ୍ୟା ମହିଳାଙ୍କୁ ସୁପ୍ରିମ୍କୋର୍ଟଙ୍କ ଅନ୍ତରୀଣ ସୁରକ୍ଷା
ନୂଆଦିଲ୍ଲୀ: ଭାରତରେ ରହୁଥିବା ଜଣେ ରୋହିଙ୍ଗ୍ୟା ମହିଳାଙ୍କୁ ଦେଶାନ୍ତର ନିର୍ଦ୍ଦେଶ ଦେଇଥିବା ଆସାମ ବିଦେଶ ଟ୍ରିବ୍ୟୁନାଲ୍ର ଆଦେଶକୁ ସୁପ୍ରିମ୍କୋର୍ଟ ସାମୟିକ ସ୍ଥଗିତ ରଖିଛନ୍ତି। ରୋହିଙ୍ଗ୍ୟା ମହିଳା ଜୈନାବ ବିବିଙ୍କୁ ଆସାମର ଟ୍ରିବ୍ୟୁନାଲ୍ ବିଦେଶୀ ଘୋଷଣା କରିବା ସହ ଦେଶାନ୍ତର ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହା ବିରୋଧରେ ସେ ଗୌହାଟି ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟ ମଧ୍ୟ ଟ୍ରିବ୍ୟୁନାଲ୍ର ନିର୍ଦ୍ଦେଶକୁ ଯଥାର୍ଥ ଦର୍ଶାଇଥିଲେ। ଏହି ରାୟ ବିରୋଧରେ ସେ ସୁପ୍ରିମ୍କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସୁପ୍ରିମ୍କୋର୍ଟର ଖଣ୍ଡପୀଠ ପରବର୍ତ୍ତୀ ଆଦେଶ […]
ନୂଆଦିଲ୍ଲୀ: ଭାରତରେ ରହୁଥିବା ଜଣେ ରୋହିଙ୍ଗ୍ୟା ମହିଳାଙ୍କୁ ଦେଶାନ୍ତର ନିର୍ଦ୍ଦେଶ ଦେଇଥିବା ଆସାମ ବିଦେଶ ଟ୍ରିବ୍ୟୁନାଲ୍ର ଆଦେଶକୁ ସୁପ୍ରିମ୍କୋର୍ଟ ସାମୟିକ ସ୍ଥଗିତ ରଖିଛନ୍ତି।
ରୋହିଙ୍ଗ୍ୟା ମହିଳା ଜୈନାବ ବିବିଙ୍କୁ ଆସାମର ଟ୍ରିବ୍ୟୁନାଲ୍ ବିଦେଶୀ ଘୋଷଣା କରିବା ସହ ଦେଶାନ୍ତର ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହା ବିରୋଧରେ ସେ ଗୌହାଟି ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟ ମଧ୍ୟ ଟ୍ରିବ୍ୟୁନାଲ୍ର ନିର୍ଦ୍ଦେଶକୁ ଯଥାର୍ଥ ଦର୍ଶାଇଥିଲେ। ଏହି ରାୟ ବିରୋଧରେ ସେ ସୁପ୍ରିମ୍କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସୁପ୍ରିମ୍କୋର୍ଟର ଖଣ୍ଡପୀଠ ପରବର୍ତ୍ତୀ ଆଦେଶ ଯାଏ ଜୈନାବଙ୍କୁ ଦେଶାନ୍ତର ନ କରିବା କିମ୍ବା ତାଙ୍କ ବିରୋଧରେ ଅନ୍ୟ କଠୋର ପଦକ୍ଷେପ ଗ୍ରହଣ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ଚଳିତ ବର୍ଷ ମେ ମାସରେ ଅନୁରୂପ ଏକ ଆବେଦନର ବିଚାର କରି ସୁପ୍ରିମ୍କୋର୍ଟଙ୍କ ତିନିଜଣିଆ ଖଣ୍ଡପୀଠ ‘ବିଦେଶୀ ଘୋଷିତ ରୋହିଙ୍ଗ୍ୟାଙ୍କ ଦେଶାନ୍ତର’କୁ ଯଥାର୍ଥ ଦର୍ଶାଇଥିଲେ।




