ରୋଡ୍ ସୋ’ ବେଳେ ଅଚେତ ହୋଇପଡ଼ିଲେ କେସିଆର୍‌ଙ୍କ ଝିଅ କେ କବିତା

ହାଇଦ୍ରାବାଦ: ଭାରତ ରାଷ୍ଟ୍ର ସମିତି ଏମ୍ଏଲ୍‌ସି ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଝିଅ କେ କବିତା ଶନିବାର ତେଲେଙ୍ଗାନାର ଇତିକ୍ୟାଲଠାରେ ଏକ ରୋଡ୍ ସୋ’ କରୁଥିବା ସମୟରେ ଅଚେତ ହୋଇପଡ଼ିଥିଲେ। ଡିହାଇଡ୍ରେସନ୍ କାରଣରୁ କବିତା ଅସୁସ୍ଥ ହୋଇପଡ଼ିଥିବା ତାଙ୍କ ଟିମ୍ ପକ୍ଷରୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ ଯେ ତେଲେଙ୍ଗାନାରେ ନଭେମ୍ବର ୩୦ରେ ବିଧାନସଭା ନିର୍ବାଚନ ହେବ। ଆସନ୍ତା ଡିସେମ୍ବର ୩ ତାରିଖରେ ଅନ୍ୟ ୪ଟି ରାଜ୍ୟ ସହ ଭୋଟ ଗଣତି ହେବ। ୨୦୧୮ରେ ତେଲେଙ୍ଗାନା ରାଷ୍ଟ୍ର […]

Samaya Live Picture
Published On

ହାଇଦ୍ରାବାଦ: ଭାରତ ରାଷ୍ଟ୍ର ସମିତି ଏମ୍ଏଲ୍‌ସି ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଝିଅ କେ କବିତା ଶନିବାର ତେଲେଙ୍ଗାନାର ଇତିକ୍ୟାଲଠାରେ ଏକ ରୋଡ୍ ସୋ’ କରୁଥିବା ସମୟରେ ଅଚେତ ହୋଇପଡ଼ିଥିଲେ। ଡିହାଇଡ୍ରେସନ୍ କାରଣରୁ କବିତା ଅସୁସ୍ଥ ହୋଇପଡ଼ିଥିବା ତାଙ୍କ ଟିମ୍ ପକ୍ଷରୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ ଯେ ତେଲେଙ୍ଗାନାରେ ନଭେମ୍ବର ୩୦ରେ ବିଧାନସଭା ନିର୍ବାଚନ ହେବ। ଆସନ୍ତା ଡିସେମ୍ବର ୩ ତାରିଖରେ ଅନ୍ୟ ୪ଟି ରାଜ୍ୟ ସହ ଭୋଟ ଗଣତି ହେବ। ୨୦୧୮ରେ ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ୍) ନାମରେ ପରିଚିତ ଭାରତ ରାଷ୍ଟ୍ର ସମିତି (ବିଆରଏସ୍) ୧୧୯ଟି ଆସନରୁ ୮୮ଟିରେ ବିଜୟୀ ହୋଇଥିଲା ଏବଂ କଂଗ୍ରେସ ମାତ୍ର ୧୯ଟି ଆସନ ସହ ଦ୍ବିତୀୟ ସ୍ଥାନରେ ରହିଥିଲା।

Tags: