ରୋଡସୋ’ରେ ମୋଦୀଙ୍କ ଉପରକୁ ମୋବାଇଲ ଫିଙ୍ଗିଲେ କର୍ମୀ

ବେଙ୍ଗାଲୁରୁ,: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି କର୍ଣ୍ଣାଟକର ମହୀଶୂରରେ ମେଗା ରୋଡ୍ସୋ’ କରିବା ସମୟରେ ଜଣେ ବିଜେପି ମହିଳା କର୍ମୀ ତାଙ୍କ ଉପରକୁ ମୋବାଇଲ ଫିଙ୍ଗି ଦେଇଥିଲେ। ସ୍ବତନ୍ତ୍ର ଭାବେ ନିର୍ମିତ ଗାଡ଼ିରେ ମୋଦୀ ରୋଡ୍ ସୋ କରିବା ସମୟରେ ଏହି ଘଟଣା ଦେଖିବାକୁ ମିଳିଥିଲା। ତେବେ ମହିଳା ବିଜେପି କର୍ମୀ ଜଣଙ୍କ ଅତ୍ୟଧିକ ଉତ୍ସାହବଶତଃ ଏଭଳି କାର୍ଯ୍ୟ କରିଛନ୍ତି, ତାଙ୍କର କୌଣସି ମନ୍ଦ ଉଦ୍ଦେଶ୍ୟ ନାହିଁ ବୋଲି ପୁଲିସ କହିଛି। ଏନେଇ ଏକ ଭିଡିଓ ଏବେ […]

Samaya Live Picture
Published On

ବେଙ୍ଗାଲୁରୁ,: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି କର୍ଣ୍ଣାଟକର ମହୀଶୂରରେ ମେଗା ରୋଡ୍ସୋ’ କରିବା ସମୟରେ ଜଣେ ବିଜେପି ମହିଳା କର୍ମୀ ତାଙ୍କ ଉପରକୁ ମୋବାଇଲ ଫିଙ୍ଗି ଦେଇଥିଲେ। ସ୍ବତନ୍ତ୍ର ଭାବେ ନିର୍ମିତ ଗାଡ଼ିରେ ମୋଦୀ ରୋଡ୍ ସୋ କରିବା ସମୟରେ ଏହି ଘଟଣା ଦେଖିବାକୁ ମିଳିଥିଲା। ତେବେ ମହିଳା ବିଜେପି କର୍ମୀ ଜଣଙ୍କ ଅତ୍ୟଧିକ ଉତ୍ସାହବଶତଃ ଏଭଳି କାର୍ଯ୍ୟ କରିଛନ୍ତି, ତାଙ୍କର କୌଣସି ମନ୍ଦ ଉଦ୍ଦେଶ୍ୟ ନାହିଁ ବୋଲି ପୁଲିସ କହିଛି। ଏନେଇ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ୍ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଫୋନଟି ପ୍ରଧାନମନ୍ତ୍ରୀଙ୍କ ଗାଡ଼ିର ବନେଟ ଉପରେ ପଡ଼ିଥିଲା। ପ୍ରଧାନମନ୍ତ୍ରୀ ଏହା ଜାଣିବା ମାତ୍ରେ ଏସପିଜି କର୍ମୀଙ୍କୁ ସୂଚନା ଦେଇଥିଲେ। ମହିଳା ଜଣକୁ ପରେ ଏସପିଜି ଫୋନ ଫେରାଇ ଦେଇଛନ୍ତି ବୋଲି ଅତିରିକ୍ତ ପୁଲିସ ଡିଜି (ଆଇନ ଶୃଙ୍ଖଳା) ଆଲୋକ କୁମାର କହିଛନ୍ତି।

Tags: