ରେଲ୍‌ୱେ ବୋର୍ଡର ପ୍ରଥମ ମହିଳା ମୁଖ୍ୟ ହେଲେ ଜୟା ବର୍ମା ସିହ୍ନା

ନୂଆଦିଲ୍ଲୀ: ରେଲ୍‌ୱେ ବୋର୍ଡର ଅଧ୍ୟକ୍ଷା ଓ ମୁଖ୍ୟ ନିର୍ବାହୀ ଅଧିକାରୀ (ସିଇଓ) ଭାବେ ଜୟା ବର୍ମା ସିହ୍ନାଙ୍କୁ ନିଯୁକ୍ତି ମିଳିଛି। ଏହି ପଦରେ ଅବସ୍ଥାପିତ ହେବାରେ ସେ ହେଉଛନ୍ତି ପ୍ରଥମ ମହିଳା। ରେଳ ବୋର୍ଡର ୧୬୬ ବର୍ଷର ଇତିହାସରେ ପୂର୍ବରୁ କୌଣସି ମହିଳା ବୋର୍ଡର ମୁଖ୍ୟ ନିଯୁକ୍ତ ‌ହୋଇନାହାନ୍ତି। ଜୟା ବର୍ମା ସିହ୍ନାଙ୍କୁ କେନ୍ଦ୍ର ସରକାର ନିଯୁକ୍ତି ଦେଇଛନ୍ତି। ଅନିଲ କୁମାର ଲୋହାଟିଙ୍କ ସ୍ଥାନରେ ସେ ନିଯୁକ୍ତ ହୋଇଛନ୍ତି। ଜୟା ବର୍ମା ସିହ୍ନା ହେଉଛନ୍ତି ଜଣେ ଆଇଆର୍‌ଟିଏସ୍ […]

Samaya Live Picture
Published On

ନୂଆଦିଲ୍ଲୀ: ରେଲ୍‌ୱେ ବୋର୍ଡର ଅଧ୍ୟକ୍ଷା ଓ ମୁଖ୍ୟ ନିର୍ବାହୀ ଅଧିକାରୀ (ସିଇଓ) ଭାବେ ଜୟା ବର୍ମା ସିହ୍ନାଙ୍କୁ ନିଯୁକ୍ତି ମିଳିଛି। ଏହି ପଦରେ ଅବସ୍ଥାପିତ ହେବାରେ ସେ ହେଉଛନ୍ତି ପ୍ରଥମ ମହିଳା। ରେଳ ବୋର୍ଡର ୧୬୬ ବର୍ଷର ଇତିହାସରେ ପୂର୍ବରୁ କୌଣସି ମହିଳା ବୋର୍ଡର ମୁଖ୍ୟ ନିଯୁକ୍ତ ‌ହୋଇନାହାନ୍ତି। ଜୟା ବର୍ମା ସିହ୍ନାଙ୍କୁ କେନ୍ଦ୍ର ସରକାର ନିଯୁକ୍ତି ଦେଇଛନ୍ତି। ଅନିଲ କୁମାର ଲୋହାଟିଙ୍କ ସ୍ଥାନରେ ସେ ନିଯୁକ୍ତ ହୋଇଛନ୍ତି। ଜୟା ବର୍ମା ସିହ୍ନା ହେଉଛନ୍ତି ଜଣେ ଆଇଆର୍‌ଟିଏସ୍ (ରେଲ୍‌ୱେ ଟ୍ରାଫିକ୍) ଅଫିସର ଏବଂ ବର୍ତ୍ତମାନ ସେ ରେଲ୍‌ୱେ ବୋର୍ଡର ସଦସ୍ୟା (ଅପରେସନ ଓ ବିଜ୍‌ନେସ ଡେଭ୍‌ଳପମେଣ୍ଟ) ଅଛନ୍ତି। ରେଳ ମନ୍ତ୍ରାଳୟ ପ୍ରକାଶ କରିଥିବା ଏକ ବିବୃତି ଅନୁଯାୟୀ କ୍ୟାବିନେଟ ନିଯୁକ୍ତି କମିଟି ଜୟାଙ୍କ ନିଯୁକ୍ତିକୁ ଅନୁମୋଦନ କରିଛି। ୩୧-୦୮-୨୦୨୪ ପର୍ଯ୍ୟନ୍ତ ସେ ଏହି ଦାୟିତ୍ବରେ ରହିବେ।

Tags: