ରେପୋ ରେଟ ଅପରିବର୍ତ୍ତିତ

ନୂଆଦିଲ୍ଲୀ : ଅପରିବର୍ତ୍ତିତ ରହିଛି ରେପୋ ରେଟ୍‌‌। ଲଗାତାର ୧୦ମ ଥର ପାଇଁ ପ୍ରମୁଖ ସୁଧହାର ତଥା ରେପୋ ରେଟରେ କୌଣସି ପରିବର୍ତ୍ତନ କରିନାହିଁ ଆରବିଆଇ। ଆଜି ଏମପିସିର ନିଷ୍ପତ୍ତି ଘୋଷଣା କରି ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ତଥା ଏମପିସି ଅଧ୍ୟକ୍ଷ ଶକ୍ତିକାନ୍ତ ଦାସ ଏହି ସୂଚନା ଦେଇଛନ୍ତି। ରେପୋ ରେଟ୍‌‌ ଅପରିବର୍ତ୍ତିତ ରହିଥିବାରୁ ହୋମ୍‌‌ ଲୋନ୍‌‌ ଇଏମ୍‌‌ଆଇ ମଧ୍ୟ ବଢିବ ନାହିଁ। ଶକ୍ତିକାନ୍ତ ଦାସ କହିଛନ୍ତି ଯେ ଏମପିସି ବୈଠକରେ ରେପୋ ରେଟ୍‌‌ କୁ ୬.୫ […]

Samaya Live Picture
Published On

ନୂଆଦିଲ୍ଲୀ : ଅପରିବର୍ତ୍ତିତ ରହିଛି ରେପୋ ରେଟ୍‌‌। ଲଗାତାର ୧୦ମ ଥର ପାଇଁ ପ୍ରମୁଖ ସୁଧହାର ତଥା ରେପୋ ରେଟରେ କୌଣସି ପରିବର୍ତ୍ତନ କରିନାହିଁ ଆରବିଆଇ। ଆଜି ଏମପିସିର ନିଷ୍ପତ୍ତି ଘୋଷଣା କରି ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ତଥା ଏମପିସି ଅଧ୍ୟକ୍ଷ ଶକ୍ତିକାନ୍ତ ଦାସ ଏହି ସୂଚନା ଦେଇଛନ୍ତି।

ରେପୋ ରେଟ୍‌‌ ଅପରିବର୍ତ୍ତିତ ରହିଥିବାରୁ ହୋମ୍‌‌ ଲୋନ୍‌‌ ଇଏମ୍‌‌ଆଇ ମଧ୍ୟ ବଢିବ ନାହିଁ। ଶକ୍ତିକାନ୍ତ ଦାସ କହିଛନ୍ତି ଯେ ଏମପିସି ବୈଠକରେ ରେପୋ ରେଟ୍‌‌ କୁ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ହୋଇଛି। ସେହିପରି ରିଭର୍ସ ରେପୋ ରେଟକୁ ୩.୩୫% ଓ ବ୍ୟାଙ୍କ ରେଟକୁ ୬.୭୫%ରେ ସ୍ଥିର ରହିଛି। ନୀତିଗତ ଆଭିମୁଖ୍ୟକୁ ମଧ୍ୟ ନ୍ୟୁଟ୍ରଲ ରଖାଯାଇଛି। ସେହିପରି ପ୍ରଥମ ତ୍ରୈମାସରେ ଜିଡିପି ଅଭିବୃଦ୍ଧି ହାର ୬.୭ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି। ସୂଚନା ଅନୁସାରେ ସୋମବାରଠାରୁ ଆରବିଆଇର ମୁଦ୍ରା ନୀତି କମିଟିର ବୈଠକ ଆରମ୍ଭ ହୋଇଛି।

Tags: