ରୁଷ୍‌-ୟୁକ୍ରେନ ଯୁଦ୍ଧ ବନ୍ଦ ନେଇ ପୁଟିନଙ୍କ ସହ ଆଜି କଥାହେବେ ଟ୍ରମ୍ପ

ନୂଆଦିଲ୍ଲୀ: ରୁଷ୍‌- ୟୁକ୍ରେନ୍‌ ଯୁଦ୍ଧ ‌ବନ୍ଦ ନେଇ ଆଜି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏବଂ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ କଥାବାର୍ତ୍ତା ହେବ। ଏୟାରଫୋର୍ସ ୱାନ ବିମାନରେ ଫ୍ଲୋରିଡାରୁ ୱାସିଂଟନକୁ ଫେରିବା ସମୟରେ ରାଷ୍ଟ୍ରପତି ଟ୍ରମ୍ପ୍‌ ରବିବାର ସନ୍ଧ୍ୟାରେ ଏନେଇ ସୂଚନା ଦେଇଛନ୍ତି। ସେହିଭଳି କ୍ରେମଲିନ୍‌ ପକ୍ଷରୁ ମଧ୍ୟ ପୁଟିନ ଆଲୋଚନାରେ ଅଂଶଗ୍ରହଣ କରିବେ ବୋଲି ସୋମବାର ସକାଳେ ସ୍ପଷ୍ଟ କରାଯାଇଛି। କ୍ରେମଲିନ୍ ପ୍ରବକ୍ତା ଦିମିତ୍ରି ପେସକୋଭ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହେବା […]

Samaya Live Picture
Published On

ନୂଆଦିଲ୍ଲୀ: ରୁଷ୍‌- ୟୁକ୍ରେନ୍‌ ଯୁଦ୍ଧ ‌ବନ୍ଦ ନେଇ ଆଜି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏବଂ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ କଥାବାର୍ତ୍ତା ହେବ। ଏୟାରଫୋର୍ସ ୱାନ ବିମାନରେ ଫ୍ଲୋରିଡାରୁ ୱାସିଂଟନକୁ ଫେରିବା ସମୟରେ ରାଷ୍ଟ୍ରପତି ଟ୍ରମ୍ପ୍‌ ରବିବାର ସନ୍ଧ୍ୟାରେ ଏନେଇ ସୂଚନା ଦେଇଛନ୍ତି। ସେହିଭଳି କ୍ରେମଲିନ୍‌ ପକ୍ଷରୁ ମଧ୍ୟ ପୁଟିନ ଆଲୋଚନାରେ ଅଂଶଗ୍ରହଣ କରିବେ ବୋଲି ସୋମବାର ସକାଳେ ସ୍ପଷ୍ଟ କରାଯାଇଛି। କ୍ରେମଲିନ୍ ପ୍ରବକ୍ତା ଦିମିତ୍ରି ପେସକୋଭ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହେବା ନେଇ ସୂଚନା ଦେଇଥିଲେ ମଧ୍ୟ ଏ ନେଇ କୌଣସି ବିସ୍ତୃତ ସୂଚନା ଦେବାକୁ ମନା କରିଦେଇଛନ୍ତି। ନାଟୋ ରାଷ୍ଟ୍ରଗୁଡ଼ିକ କିବ୍‌କୁ ସଦସ୍ୟତା ନଦେବା ଏବଂ ୟୁକ୍ରେନ୍‌ ନିରପେକ୍ଷ ରହିବା ନେଇ ଦୃଢ଼ ପ୍ରତିଜ୍ଞା ପାଇଁ ରୁଷ୍‌ ଦାବି ରଖିବାର କିଛି ଘଣ୍ଟା ପରେ ଟ୍ରମ୍ପ୍‌ କହିଛନ୍ତି, ଆମେ ଯୁଦ୍ଧ ବନ୍ଦ କରିପାରୁ କିମ୍ବା କରିନପାରୁ କିନ୍ତୁ ପୁଟିନଙ୍କ ସହ କଥାବାର୍ତ୍ତା ହେବାପାଇଁ ଆମ ପାଖରେ ଏକ ଭଲ୍‌ ସୁଯୋଗ ରହିଛି। ସପ୍ତାହାନ୍ତରେ ଏଦିଗରେ ଅନେକ ଗୁଡ଼ିଏ କାର୍ଯ୍ୟ ହୋଇଥିବା ନେଇ ଟ୍ରମ୍ପ୍‌ ସୂଚନା ଦେଇଛନ୍ତି। ଉଲ୍ଳେଖଯୋଗ୍ୟ ଯେ ରୁଷ୍‌ ଏବଂ ୟୁକ୍ରେନ ମଧ୍ୟରେ ୩୦ ଦିନର ଯୁଦ୍ଧବିରତି ପାଇଁ ଆମେରିକା ପ୍ରସ୍ତାବ ଦେଇଛି ଏବଂ ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି ଏଥିରେ ରାଜି ଅଛନ୍ତି। କିନ୍ତୁ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି, ୩ ବର୍ଷର ଯୁଦ୍ଧ ବନ୍ଦ ପାଇଁ କୌଣସି ପ୍ରକାର ଚୁକ୍ତି ହେ‌ବା ପୂର୍ବରୁ ଆମର କିଛି ସର୍ତ୍ତ ରହିବ। ରୁଷ୍‌ର ଉପ ବିଦେଶ ମନ୍ତ୍ରୀ ଆଲେକଜାଣ୍ଡର ଗ୍ରୁସଖୋ କୌଣସି ପ୍ରକାର ଶାନ୍ତି ଚୁକ୍ତି ରୁଷ୍‌ର ଦାବି ଆଧାରରେ ହେବା ଉପରେ ଗୁରୁତ୍ବାରୋପ କରିଛନ୍ତି।

Tags: