ରୁଷ୍ ରାଷ୍ଟ୍ରପତି ଭାବେ ପୁନଃ ନିର୍ବାଚିତ ହୋଇଥିବାରୁ ଭ୍ଲାଦିମିର ପୁଟିନଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦୀ

ନୂଆଦିଲ୍ଲୀ : ଭ୍ଲାଦିମିର ପୁଟିନ ରୁଷର ରାଷ୍ଟ୍ରପତି ଭାବେ ପୁନଃ ନିର୍ବାଚିତ ହୋଇଛନ୍ତି। ପୁଟିନ ରାଷ୍ଟ୍ରପତି ଭାବେ ପୁନଃ ନିର୍ବାଚିତ ହେବାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ୍ସରେ ଏକ ପୋଷ୍ଟ୍ କରି ମୋଦୀ କହିଛନ୍ତି, ସେ ଭାରତ ଏବଂ ରୁଷ୍ ମଧ୍ୟରେ ସମ୍ପର୍କ ସୁଦୃଢ଼ କରିବାପାଇଁ ରୁଷ୍ ନେତୃବୃନ୍ଦଙ୍କ ସହ କାର୍ଯ୍ୟ କରିବେ। ମୋଦୀ କହିଛନ୍ତି, ପୁଟିନ ପୁଣିଥରେ ରୁଷ୍ ରାଷ୍ଟ୍ରପତି ନିର୍ବାଚିତ ହୋଇଥିବାରୁ ତାଙ୍କୁ ଶୁଭେଚ୍ଛା। ୭୧ ବର୍ଷୀୟ ପୁଟିନ ୮୭.୮ […]

Samaya Live Picture
Published On

ନୂଆଦିଲ୍ଲୀ : ଭ୍ଲାଦିମିର ପୁଟିନ ରୁଷର ରାଷ୍ଟ୍ରପତି ଭାବେ ପୁନଃ ନିର୍ବାଚିତ ହୋଇଛନ୍ତି। ପୁଟିନ ରାଷ୍ଟ୍ରପତି ଭାବେ ପୁନଃ ନିର୍ବାଚିତ ହେବାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ୍ସରେ ଏକ ପୋଷ୍ଟ୍ କରି ମୋଦୀ କହିଛନ୍ତି, ସେ ଭାରତ ଏବଂ ରୁଷ୍ ମଧ୍ୟରେ ସମ୍ପର୍କ ସୁଦୃଢ଼ କରିବାପାଇଁ ରୁଷ୍ ନେତୃବୃନ୍ଦଙ୍କ ସହ କାର୍ଯ୍ୟ କରିବେ। ମୋଦୀ କହିଛନ୍ତି, ପୁଟିନ ପୁଣିଥରେ ରୁଷ୍ ରାଷ୍ଟ୍ରପତି ନିର୍ବାଚିତ ହୋଇଥିବାରୁ ତାଙ୍କୁ ଶୁଭେଚ୍ଛା। ୭୧ ବର୍ଷୀୟ ପୁଟିନ ୮୭.୮ ପ୍ରତିଶତ ଭୋଟ୍ ଜିତିଛନ୍ତି। ସୋଭିଏତ ପରବର୍ତ୍ତୀ ଇତିହାସରେ ପୁଟିନ ସର୍ବାଧିକ ଭୋଟ୍ ଜିତି ପୁନଃ ନିର୍ବାଚିତ ହୋଇଛନ୍ତି। ପୁଟିନ ୧୯୯୯ରୁ ରୁଷ୍ର ନେତା ହୋଇଛନ୍ତି। ଡିସେମ୍ବର ୧୯୯୯ରେ ସେ ପ୍ରଥମେ କାର୍ଯ୍ୟକାରୀ ରାଷ୍ଟ୍ରପତି ହେଲେ। ଏହାପରେ ୨୦୦୦ରୁ ୨୦୦୮ ପର୍ଯ୍ୟନ୍ତ ୨ଟି କାର୍ଯ୍ୟକାଳ ସେ ରାଷ୍ଟ୍ରପତି ରହିଲେ। ୨୦୧୨ଠାରୁ ସେ ପୁଣିଥରେ ରୁଷ୍ ରାଷ୍ଟ୍ରପତି ହୋଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ରାଷ୍ଟ୍ରପତି ଭାବେ ପୁନଃ ନିର୍ବାଚିତ ହେବାପରେ ପୁଟିନ ପୁଣିଥରେ ପରମାଣୁ ଯୁଦ୍ଧ ଧମକ ଦେଇଛନ୍ତି।

Tags: