ରୁଷ୍ ଆକ୍ରମଣରେ ୟୁକ୍ରେନ୍ରେ ୪ ଶିଶୁ ସମତେ ୨୩ ମୃତ
କିବ୍: କିବ୍ ଉପରେ ରୁଷ୍ର ଆକ୍ରମଣରେ ୪ ଶିଶୁ ସମତେ ୨୩ ଜଣଙ୍କ ମୃତ୍ୟୁ ହୋଇଛି ବୋଲି ଶୁକ୍ରବାର ୟୁକ୍ରେନ୍ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି କହିଛନ୍ତି। ବୁଧବାର ରାତିରେ କିବ୍ର ଡାର୍ନିସ୍କି ଜିଲାରେ ଏକ ଆବାସିକ କୋଠା ଉପରେ କ୍ଷେପଣାସ୍ତ୍ର ମାଡ଼ ହୋଇଥିଲା। ଏଠାରେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି। ଜେଲେନସ୍କି ଏନେଇ ‘ଏକ୍ସ’ରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ମୃତକଙ୍କ ମଧ୍ୟରେ ୪ ଶିଶୁ ଥିବା କହିଛନ୍ତି। ଆକ୍ରମଣରେ ୫୩ […]
କିବ୍: କିବ୍ ଉପରେ ରୁଷ୍ର ଆକ୍ରମଣରେ ୪ ଶିଶୁ ସମତେ ୨୩ ଜଣଙ୍କ ମୃତ୍ୟୁ ହୋଇଛି ବୋଲି ଶୁକ୍ରବାର ୟୁକ୍ରେନ୍ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି କହିଛନ୍ତି। ବୁଧବାର ରାତିରେ କିବ୍ର ଡାର୍ନିସ୍କି ଜିଲାରେ ଏକ ଆବାସିକ କୋଠା ଉପରେ କ୍ଷେପଣାସ୍ତ୍ର ମାଡ଼ ହୋଇଥିଲା। ଏଠାରେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି। ଜେଲେନସ୍କି ଏନେଇ ‘ଏକ୍ସ’ରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ମୃତକଙ୍କ ମଧ୍ୟରେ ୪ ଶିଶୁ ଥିବା କହିଛନ୍ତି। ଆକ୍ରମଣରେ ୫୩ ଜଣ ଆହତ ହୋଇଥିବାବେଳେ ୮ ଜଣଙ୍କ ସମ୍ପର୍କରେ ଏବେବି କିଛି ଜଣାପଡ଼ିନାହିଁ। ଏହି ଆକ୍ରମଣ ପାଇଁ ରୁଷ୍କୁ ଦାୟୀ କରିବାକୁ ଆର୍ନ୍ତଜାତିକ ସମୁଦାୟକୁ ଜେଲେନସ୍କି ନିବେଦନ କରିଛନ୍ତି। ହ୍ବାଇଟ୍ ହାଉସ୍ ପକ୍ଷରୁ ଏହି ଆକ୍ରମଣକୁ ନିନ୍ଦା କରାଯାଇଛି।




