ରୁଷ୍ର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ରେ ୟୁକ୍ରେନର ପୋଲଟଭାରେ ୫୧ ମୃତ
କିବ୍: ୟୁକ୍ରେନର ପୋଲଟଭା ପ୍ରଦେଶର ରାଜଧାନୀ ପୋଲଟଭା ସହରରେ ରୁଷ୍ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ କରିଛି। ଏଥିରେ ୫୧ ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ୟୁକ୍ରେନର ସାମରିକ ଶିକ୍ଷା କେନ୍ଦ୍ର ଏବଂ ହସ୍ପିଟାଲ କ୍ଷତିଗ୍ରସ୍ତ ହୋଇଛି। ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏ ସଂପର୍କରେ ଜାରି ବିବୃତିରେ କୁହାଯାଇଛି ଯେ ୨ଟି ରୁଷୀୟ ବାଲିଷ୍ଟିକ କ୍ଷେପଣାସ୍ତ୍ରରୁ ଗୋଟିଏ ହସ୍ପିଟାଲ୍ ଏବଂ ଅନ୍ୟଟି ଏକ ସାମରିକ ଶିକ୍ଷା କେନ୍ଦ୍ର ଉପରେ ମାଡ଼ ହୋଇଛି। ସାଇରନ୍ ବାଜିବାର ଏତେ କମ୍ […]
କିବ୍: ୟୁକ୍ରେନର ପୋଲଟଭା ପ୍ରଦେଶର ରାଜଧାନୀ ପୋଲଟଭା ସହରରେ ରୁଷ୍ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ କରିଛି। ଏଥିରେ ୫୧ ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ୟୁକ୍ରେନର ସାମରିକ ଶିକ୍ଷା କେନ୍ଦ୍ର ଏବଂ ହସ୍ପିଟାଲ କ୍ଷତିଗ୍ରସ୍ତ ହୋଇଛି। ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏ ସଂପର୍କରେ ଜାରି ବିବୃତିରେ କୁହାଯାଇଛି ଯେ ୨ଟି ରୁଷୀୟ ବାଲିଷ୍ଟିକ କ୍ଷେପଣାସ୍ତ୍ରରୁ ଗୋଟିଏ ହସ୍ପିଟାଲ୍ ଏବଂ ଅନ୍ୟଟି ଏକ ସାମରିକ ଶିକ୍ଷା କେନ୍ଦ୍ର ଉପରେ ମାଡ଼ ହୋଇଛି। ସାଇରନ୍ ବାଜିବାର ଏତେ କମ୍ ସମୟ ଭିତରେ କ୍ଷେପଣାସ୍ତ୍ର ମାଡ଼ ହୋଇଥିଲା ଯେ ଲୋକମାନଙ୍କୁ ବୋମା ଆଶ୍ରୟସ୍ଥଳୀକୁ ନିଆଯାଇ ପାରି ନଥିଲା। ଅନେକ ଲୋକ ଭଗ୍ନାବଶେଷ ତଳେ ଫସି ରହିଛନ୍ତି। କିଛି ଲୋକଙ୍କୁ ଉଦ୍ଧାର କରାଯାଇଥିବାବେଳେ ୨୧୯ ଲୋକ ଆହତ ହୋଇଛନ୍ତି। ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି କହିଛନ୍ତି, ରୁଷ୍ର କ୍ଷେପଣାସ୍ତ୍ର ମାଡ଼ରେ ଏଯାବତ୍ ୫୧ ଜଣଙ୍କ ମୃତ୍ୟୁ ହୋଇଥିବା ଆମେ ଜାଣିଛୁ। ଶୋକ ସନ୍ତପ୍ତ ପରିବାର ସଦସ୍ୟଙ୍କୁ ରାଷ୍ଟ୍ରପତି ଜେଲେନସ୍କି ସମବେଦନା ଜଣାଇଛନ୍ତି। ତେବେ ରୁଷ୍କୁ ଏହି ଆକ୍ରମଣ ପାଇଁ ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ଜେଲେନସ୍କି କହିଛନ୍ତି।




