ରୁଷ୍ରେ ୬.୭ ତୀବ୍ରତାର ଭୂକମ୍ପ
ମସ୍କୋ: ରୁଷ୍ର କୁରିଲ ଦ୍ବୀପରେ ରବିବାର ରିକ୍ଟର ସ୍କେଲରେ ୬.୭ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର୍ ଜିଓସାଇନସେସ୍ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ଭୂପୃଷ୍ଠ ଠାରୁ ୧୦ କିମି ଗଭୀରତାରେ ରହିଥିଲା। ତେବେ ଆମେରିକା ଜିଓଲୋଜିକାଲ ସର୍ଭେ ଏବଂ ପାସିଫିକ ସୁନାମି ୱାର୍ନି ସିଷ୍ଟମ ପକ୍ଷରୁ ଭୂକମ୍ପର ତୀବ୍ରତା ୭.୦ ବୋଲି ରେକର୍ଡ କରାଯାଇଛି। ଭୂକମ୍ପ ପରେ ସୁନାମି ଆସିବା ନେଇ କୌଣସି ସତର୍କତା ଜାରି କରାଯାଇ ନାହିଁ। […]
ମସ୍କୋ: ରୁଷ୍ର କୁରିଲ ଦ୍ବୀପରେ ରବିବାର ରିକ୍ଟର ସ୍କେଲରେ ୬.୭ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର୍ ଜିଓସାଇନସେସ୍ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ଭୂପୃଷ୍ଠ ଠାରୁ ୧୦ କିମି ଗଭୀରତାରେ ରହିଥିଲା। ତେବେ ଆମେରିକା ଜିଓଲୋଜିକାଲ ସର୍ଭେ ଏବଂ ପାସିଫିକ ସୁନାମି ୱାର୍ନି ସିଷ୍ଟମ ପକ୍ଷରୁ ଭୂକମ୍ପର ତୀବ୍ରତା ୭.୦ ବୋଲି ରେକର୍ଡ କରାଯାଇଛି। ଭୂକମ୍ପ ପରେ ସୁନାମି ଆସିବା ନେଇ କୌଣସି ସତର୍କତା ଜାରି କରାଯାଇ ନାହିଁ। ଭୂକମ୍ପ ଜନିତ କ୍ଷୟକ୍ଷତି ନେଇ ମଧ୍ୟ କୌଣସି ରିପୋର୍ଟ ହସ୍ତଗତ ହୋଇନାହିଁ।




